ଦୁନିଆର ପ୍ରଥମ କୋଭିଡ୍-19 ଭ୍ୟାକସିନ୍ କୁ ମିଳିଲା ମଞ୍ଜୁରୀ ! ଆସନ୍ତା ୭ରେ ହେବ ଟୀକାକରଣ !

ଦୁନିଆର ପ୍ରଥମ କୋଭିଡ୍-19 ଭ୍ୟାକସିନ୍ କୁ ମିଳିଲା ମଞ୍ଜୁରୀ ! ଆସନ୍ତା ୭ରେ ହେବ ଟୀକାକରଣ !

ବ୍ରିଟେନ, Pfizer-BioNTech ଦ୍ଵାରା କୋଭିଡ୍-19 ଟିକାକୁ ଅନୁମୋଦନ କରିଛି । ଏହା ସହିତ ବ୍ରିଟେନରେ କରୋନା ଭାଇରସ୍ ରୋକିବା ପାଇଁ ବ୍ୟାପକ ଟୀକାକରଣ ପାଇଁ ରାସ୍ତା ବର୍ତ୍ତମାନ ସଫା ହୋଇଯାଇଛି । ବ୍ରିଟେନର ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) କହିଛି ଯେ ପ୍ରାର୍ଥୀ ଟୀକାକରଣ ପାଇଁ ଫାଇଜର-ବାୟୋଟେକର କୋଭିଡ୍-19 ଟିକା ନିରାପଦ ଅଟେ । କୋଭିଡ୍-19ର ସଂକ୍ରମଣକୁ ରୋକିବାରେ Pfizer-BioNTechର ଟିକା ୯୫% ସୁରକ୍ଷିତ ଥିବା ଜଣାପଡିଛି ।

ଫାଇଜର ଏକ ଆମେରିକୀୟ ଫାର୍ମା କମ୍ପାନୀ ହୋଇଥିବା ବେଳେ ବାୟୋନୋଟେକ୍ ଜର୍ମାନୀର ଏକ ବାୟୋଟେକ୍ କମ୍ପାନୀ ଅଟେ । ଉଭୟ କମ୍ପାନୀ କୋଭିଡ୍-19 ଟିକା ପ୍ରସ୍ତୁତରେ ଲାଗିପଡିଥିଲେ । ପରୀକ୍ଷଣର ଶେଷ ପର୍ଯ୍ୟାୟରେ ସେମାନେ କରୋନା ଭାଇରସ୍ ଟିକା ପ୍ରାର୍ଥୀଙ୍କ ଅନ୍ତିମ ଫଳାଫଳ ଦର୍ଶାଇଲା ଓ କହିଲେ ଯେ ପ୍ରସ୍ତୁତ ହୋଇଥିବା କୋଭିଡ୍-19 ଟୀକା ସଂକ୍ରମଣକୁ ରୋକିବାରେ ଶତକଡା ୯୫ ପ୍ରତିଶତ ପ୍ରଭାବଶାଳୀ ରହିବ । ଏହା ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଉପରେ ମଧ୍ୟ ପ୍ରଭାବଶାଳୀ ରହିବ । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାନକକ୍ ଗତ ମାସରେ କହିଥିଲେ ଯେ, ଏହି ଟିକା ଅନୁମୋଦନ ହେଲା ପରେ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ବିସ୍ଥାରଣ ପାଇଁ ପ୍ରସ୍ତୁତ ରହିଛି ।

ବ୍ରିଟେନର ଇଣ୍ଡିପେଣ୍ଡେଂଟ ମେଡିସିନ ଆଣ୍ଡ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସିର ସୁପାରିଶ ଆଧାରରେ ବ୍ରିଟେନ ସରକାର ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ଡିସେମ୍ବର ୭ ତାରିଖରୁ ବ୍ରିଟେନରେ ଟିକାକରଣ ଆରମ୍ଭ ହେବ ।

୨୦୨୧ ଶେଷ ସୁଦ୍ଧା ୪୦ ନିୟୁତ ଡୋଜ୍ ପାଇବାକୁ ଆଶା କରାଯାଉଥିଲା :

ବ୍ରିଟେନ ସରକାର MHRAକୁ ଟୀକା ତଥ୍ୟ ଯାଞ୍ଚ କରିବାକୁ କହିଥିଲେ ଏବଂ ଯଦି ଏହା ଗୁଣବତ୍ତା, ନିରାପତ୍ତା ଓ ପ୍ରଭାବର ମାନଦଣ୍ଡ ପୂରଣ କରେ; ତେବେ ଏହାକୁ ବ୍ୟବହାର ପାଇଁ ଅନୁମୋଦନ କରାଯିବ । ଉଚ୍ଚମାନର ଗୁଣବତ୍ତା, ନିରାପତ୍ତା ଏବଂ କାର୍ଯ୍ୟକାରିତା ପାଇଁ ବିଶ୍ଵ ସ୍ତରରେ ଏକ ପ୍ରସିଦ୍ଧ ଅନୁଷ୍ଠାନ ଭାବରେ ବିବେଚନା କରାଯାଏ । ୨୦୨୧ ଶେଷ ସୁଦ୍ଧା ବ୍ରିଟେନ ୪କୋଟି ଡୋଜ୍ ପାଇବ ବୋଲି ଆଶା କରିଛି । ବ୍ରିଟେନର ସର୍ବାଧିକ ଜନସଂଖ୍ୟାର ଏକ ତୃତୀୟାଂଶ ଟୀକାକରଣ ପାଇଁ ଏହିପରି ମାତ୍ରା ଯଥେଷ୍ଟ ଅଟେ । ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଅଧିକାଂଶ ଡୋଜ୍ ଦିଆଯିବ ବୋଲି ଆଶା କରାଯାଉଛି ।

ବିଶେଷଜ୍ଞଙ୍କ କହିବ ଅନୁଯାୟୀ :

କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଫାଇଜର, ‘ଏମଆରଏନଏ’ ନାମକ ଏକ ସ୍ୱତନ୍ତ୍ର ପଦ୍ଧତିରେ ଟିକା ପ୍ରସ୍ତୁତ କରିଛି । ଏହି ପଦ୍ଧତିରେ ଜଣଙ୍କ ଦେହରେ “ଏମଆରଏନଏ”କୁ କୋଡିଂ କରିଥାନ୍ତି ବିଶେଷଜ୍ଞ । ତା’ପରେ ଏହି ଏମଆରଏନଏ ଟିକା ଆକାରରେ ଦିଆଯାଇଥାଏ । ଏହି ଟିକା କରୋନା ଭୂତାଣୁ ଦ୍ୱାର ସୃଷ୍ଟି ହୋଇଥିବା ସ୍ପାଇକ୍ ପ୍ରୋଟିନକୁ ନଷ୍ଟ କରେ ଓ ଆଂଟିବଡି ସୃଷ୍ଟି କରିଥାଏ । ଫଳରେ ଟିକା ନେବା ପରେ ଯଦି ଜଣେ କରୋନା ଭୂତାଣୁ ସଂସ୍ପର୍ଶରେ ଆସନ୍ତି, ତେବେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ଏହାକୁ ମୁକାବିଲା କରିବାରେ ସଫଳ ହୋଇଥାଏ ।

Leave a Reply

Your email address will not be published. Required fields are marked *