ସପ୍ତାହର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପାଇଁ ଉଦ୍ଧିଷ୍ଟ ! ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ସପ୍ତାହର ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପାଇଁ ଉଦ୍ଧିଷ୍ଟ ! ଏହି ଜିନିଷଗୁଡିକ ଅର୍ପଣ କରନ୍ତୁ, ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀଦେବୀଙ୍କ ନିମନ୍ତେ ଉତ୍ସର୍ଗକୃତ ହୋଇଥାଏ । ସମ୍ପୃକ୍ତ ଦିନ, ଭଗବାନଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତିଙ୍କୁ ନିଜ ଜୀବନରେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହିପରି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ଦେବୀଦେବୀଙ୍କ ସହିତ ଜଡିତ ମନ୍ଦିରକୁ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି । ଯଦି ଆପଣ ମଧ୍ୟ ସପ୍ତାହର ଦିନ ଅନୁଯାୟୀ ଦେବାଦେବୀଙ୍କୁ କିଛି ବିଶେଷ ଜିନିଷ ସମର୍ପଣ କରନ୍ତି, ତେବେ ଏହା ଦ୍ୱାରା ଆପଣ ମଧ୍ୟ ମନମୁତାବକ ଫଳ ପ୍ରାପ୍ତି କରିପାରିବେ । ଆଜିକାର ଏହି ଅନୁଛେଦ ମାଧ୍ୟମରେ କେଉଁ ଦିନ କେଉଁ ଭଗବାନଙ୍କ ମନ୍ଦିର ଯିବା ଉଚିତ ଏବଂ କେଉଁ ବିଶେଷ ଜିନିଷ ଅର୍ପଣ କରିବା ଉଚିତ, ଯାହାଫଳରେ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବ; ଏହି ବିଷୟରେ ସୂଚନା ଦେବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟ ବିଷୟ ବସ୍ତୁ :

ରବିବାର :

ସପ୍ତାହର ପ୍ରଥମ ଦିନ ହେଉଛି ରବିବାର । ଏହି ଦିନଟିକୁ ସୂର୍ଯ୍ୟଦେବଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଦିନ ସୂର୍ଯ୍ୟଦେବଙ୍କ ବିଶେଷ ପୂଜାର୍ଚ୍ଚନା ଓ ବ୍ରତ କରାଯାଇଥାଏ । ଏହିପରି ମଧ୍ୟ କୁହାଯାଇଥାଏ ଯେ, ଯଦି ଏହି ଦିନ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା ଏବଂ ବ୍ରତ କରାଯାଏ, ତେବେ ବ୍ୟକ୍ତିକୁ ସୂର୍ଯ୍ୟଙ୍କ ପରି ତେଜ ପ୍ରାପ୍ତ ହୋଇଥାଏ ଏବଂ ଯଶ-ଖ୍ୟାତିରେ ମଧ୍ୟ ବୃଦ୍ଧି ହୋଇଥାଏ । କେବଳ ଏତିକି ହିଁ ନୁହେଁ ବରଂ ଜାତକରେ ମଧ୍ୟ ସୂର୍ଯ୍ୟ ଶକ୍ତିଶାଳୀ ହୋଇପାରିବ । ଏହା ବ୍ୟତୀତ ରବିବାର ଦିନ ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଗୁଡ଼, ହଳଦିଆ ଡାଲି କିମ୍ବା କ୍ଷୀରରେ ତିଆରି ଦ୍ରବ୍ୟ ଅର୍ପଣ କରନ୍ତି, ତେବେ ଏହା ଦ୍ୱାରା ଆପଣଙ୍କ ଖରାପ ସମୟ ସମାପ୍ତ ହୋଇଯାଇଥାଏ ।

ସୋମବାର :

ସୋମବାର ମହାଦେବ ଶିବଙ୍କୁ ସମର୍ପିତ କରାଯାଇଛି । କୁହାଯାଏ ଯେ, ଯଦି ସୋମବାର ଦିନ ମହାଦେବଙ୍କ ପୂଜା କରାଯାଏ, ତେବେ ଏହା ଦ୍ୱାରା ଭଗବାନ ଖୁସି ହୁଅନ୍ତି ଏବଂ ଭକ୍ତମାନ ଆପଣଙ୍କ ସମସ୍ତ ଦୁଃଖ ଦୂର କରିଦିଅନ୍ତି । ସୋମବାର ଦିନ ଆପଣ ଯେକୌଣସି ମଧ୍ୟ ଶିବ ମନ୍ଦିରକୁ ଯାଇ ଧଳା ରଙ୍ଗର ଫୁଲ ସହିତ ମହାଦେବଙ୍କ ରୁଦ୍ରାଭିଷେକ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସ୍ଥଗିତ ଥିବା କାର୍ଯ୍ୟ ଯଥାଶୀଘ୍ର ପୂର୍ଣ୍ଣ ହୋଇପାରିବ ।

ମଙ୍ଗଳବାର :

ମଙ୍ଗଳବାର ଦିନଟି ସଙ୍କଟ ମୋଚନ ବୀର ହନୁମାନଙ୍କୁ ସମର୍ପିତ କରାଯାଇଛି । ବିଶ୍ୱାସ କରାଯାଏ ଯେ, ପ୍ରଭୁ ହନୁମାନ ଧରାପୃଷ୍ଠରେ ବିଦ୍ୟମାନ ଅଟନ୍ତି । ଯଦି ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରାଯାଏ ଏବଂ ହନୁମାନ ଚଲିସା ପାଠ କରାଯାଏ, ତେବେ ପ୍ରଭୁ ହନୁମାନ ଭକ୍ତମାନଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିଥାନ୍ତି । ଯଦି ଆପଣ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ମନ୍ଦିରରେ ନାଲି ମସୁର ଏବଂ ଗୁଡ଼ ଅର୍ପଣ କରନ୍ତି; ତେବେ ଏହା ଦ୍ୱାରା ଆପଣଙ୍କ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ବୁଧବାର :

ବୁଧବାର ଦିନଟି ଭଗବାନ ଗଣେଶଙ୍କ ନିମନ୍ତେ ସମର୍ପିତ କରାଯାଇଛି । ଏହି ଦିନଟିକୁ ବୁଧ ଗ୍ରହର ଦିନ ଭାବରେ ମଧ୍ୟ ବିବେଚନା କରାଯାଇଥାଏ । ବୁଧବାର ଗଣେଶଙ୍କୁ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଯାଇଥାଏ । ବୁଧବାର ଦିନ ଘରେ ଲଡୁ ପ୍ରସ୍ତୁତ କରି ଗଣେଶଙ୍କ ମନ୍ଦିରକୁ ଅର୍ପଣ କରନ୍ତୁ, ଏହା ଦ୍ୱାରା ପ୍ରଗତିର ମାର୍ଗ ଉନ୍ମକ୍ତ ହୋଇଥାଏ ।

ଗୁରୁବାର :

ଗୁରୁବାର ଦିନଟି ଭଗବାନ ବିଷ୍ଣୁ ଓ ଗୁରୁ ବୃହସ୍ପତିଙ୍କୁ ସମର୍ପିତ କରାଯାଇଛି । ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଗୁରୁ ବୃହସ୍ପତି ପୂଜା କରିବା ଦ୍ୱାରା ଜାତକରେ ବୃହସ୍ପତିଙ୍କ ସ୍ଥିତି ଅଧିକ ଶକ୍ତିଶାଳୀ ହୋଇଥାଏ । ଗୁରୁବାର ଦିନ ଆପଣ ଗୁରୁ ବୃହସ୍ପତି କିମ୍ବା ଭଗବାନ ବିଷ୍ଣୁଙ୍କ ମନ୍ଦିରକୁ ଯାଇ ହଳଦିଆ ରଙ୍ଗର କୌଣସି ବସ୍ତୁ କିମ୍ବା ଡାଲି ଅର୍ପଣ କରନ୍ତୁ, ଏହା ଦ୍ୱାରା ଆୟର ଉତ୍ସ ବୃଦ୍ଧି ହୋଇଥାଏ ।

ଶୁକ୍ରବାର :

ଶୁକ୍ରବାର ଦିନଟି ହେଉଛି ଧନଦେବୀ ମାତା ଲକ୍ଷ୍ମୀ, ମାଁ ସନ୍ତୋଷୀ ଏବଂ ମାତା ଦୁର୍ଗାଙ୍କୁ ଉତ୍ସର୍ଗୀକୃତ କରାଯାଇଛି । ଯଦି ଆପଣ ଶୁକ୍ରବାର ଦିନ ଧନଦେବୀ ମାଁ ଲକ୍ଷ୍ମୀଙ୍କୁ ପୂଜା କରନ୍ତି; ତେବେ ଏହାଦ୍ୱାରା ଆପଣଙ୍କୁ ବିଶେଷ କୃପା ମିଳିପାରିବେ । ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ମଧ୍ୟ ଦିନ ହୋଇଥାଏ । ଶୁକ୍ରବାର ଦିନ ଆପଣ ମାତାଙ୍କ ମନ୍ଦିରକୁ ଯାଇ କ୍ଷୀର, ଖେଚିଡ଼ି କିମ୍ବା ନାଲି ରଙ୍ଗର କୌଣସି କପଡା ଅର୍ପଣ କରନ୍ତୁ ।

ଶନିବାର :

ଶନିବାର ଦିନ ନ୍ୟାୟର ଦେବତା ଶନି ଦେବଙ୍କୁ ଉତ୍ସର୍ଗ କରାଯାଇଛି । ଯଦି ଆପଣ ଶନିବାର ଦିନ ଶନି ଦେବଙ୍କୁ ପୂଜା କରନ୍ତି; ତେବେ ଶନିଙ୍କ କୋପଦୃଷ୍ଟିରୁ ଆପଣ ମୁକ୍ତି ପାଇପାରିବେ । ଶନିବାର ଦିନ ସୂର୍ଯ୍ୟାସ୍ତ ପରେ କଦଳୀ ଗଛ ତଳେ ଦୀପ ଜଳାଇବା ଉଚିତ ଏବଂ ଶନିଦେବଙ୍କୁ ରାଶି ତେଲ ଅର୍ପଣ କରିବା ଉଚିତ । ଆପଣ ଶନିବାର ଦିନ ଶନି ମନ୍ଦିରରେ କଳା ରାଶି ଏବଂ ତେଲ ପ୍ରଭୁ ଶନିଦେବଙ୍କୁ ଚଢାନ୍ତୁ, ଏହା ଦ୍ୱାରା ଅଶୁଭ ପ୍ରଭାବ ଶେଷ ହେବ ଏବଂ ଆପଣ ଆପଣଙ୍କ ଜୀବନରେ ସଫଳତା ହାସଲ କରିବେ ।

Leave a Reply

Your email address will not be published. Required fields are marked *