ବଙ୍ଗୋପସାଗର ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ! ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ବୁରେଭି । ଏହି ରାଜ୍ୟରେ କରିପାରେ ଲ୍ୟାଣ୍ଡଫଲ୍…

ବଙ୍ଗୋପସାଗର ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ! ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ବୁରେଭି । ଏହି ରାଜ୍ୟରେ କରିପାରେ ଲ୍ୟାଣ୍ଡଫଲ୍…

ମୁଖ୍ୟତଃ ଭାରତ ମହାସାଗରରେ ଦୁଇଟି ସିଜିନରେ ବାତ୍ୟା ସୃଷ୍ଟି ହୋଇଥାଏ । ପ୍ରଥମତଃ ମୌସୁମୀ ପୂର୍ବରୁ ଏବଂ ଦ୍ଵିତୀୟଟି ମୌସୁମୀ ପରେ । ମୌସୁମୀ ପୂର୍ବରୁ ଏବଂ ପରେ ସମୁଦ୍ରର ତାପମାତ୍ରା, ଉପର ବାୟୁ ମଣ୍ଡଳୀୟ ଚାପ ଯୋଗୁଁ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୁଏ । ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ବାତ୍ୟା ବେଶି ସୃଷ୍ଟି ହୋଇଥାଏ । ଭାରତର ପୂର୍ବ, ଦକ୍ଷିଣ ଏବଂ ପଶ୍ଚିମ ଭାଗରେ ଥିବା ରାଜ୍ୟ ବାତ୍ୟା ଦ୍ୱାରା ବେଶ ପ୍ରଭାବିତ ହୋଇଥାଏ ।

ସାମୁଦ୍ରିକ ଝଡ଼ ବୁରେଭି :

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ, ଆଜି ଅପରାହ୍ନରେ ତୀବ୍ର ଅଵପାତରେ ପରିଣତ ହୋଇଛି । ଏହା ଆଗାମୀ ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ଏହା ୧୩ କି.ମି ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ଶ୍ରୀଲଙ୍କାର ଉତ୍ତର ଭାଗରେ ପ୍ରଥମ ଲ୍ୟାଣ୍ଡଫଲ କରିବା ପରେ ଭାରତର କନ୍ୟାକୁମାରି ଏବଂ ପମ୍ବନରେ ଲ୍ୟାଣ୍ଡଫଲ କରିପାରେ । ସମ୍ଭବତଃ ୩ ତାରିଖ ରାତି କିମ୍ବା ୪ ତାରିଖ ସକାଳେ ଏହା ଭାରତର ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ୨ ତାରିଖ ସକାଳୁ ଦକ୍ଷିଣ ତାମିଲନାଡୁ ଏବଂ କେରଳରେ ପଵନର ବେଗ ୫୦ରୁ ୬୦ ଏବଂ ଝୁଙ୍କ ପବନ ୭୦ କି.ମି ରହିବାର ସମ୍ଭାବନା ରହିଛି । କ୍ରମଶଃ ପଵନର ବେଗ ବଢି ୪ ତାରିଖ ସକାଳେ ସ୍ଥଳ ବିଶେଷରେ ୭୦ରୁ ୮୦ ଏବଂ ଝୁଙ୍କ ପବନ ୧୦୦ କିମି ଛୁଇଁପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ତାମିଲନାଡୁ ଏବଂ କେରଳ ସରକାରଙ୍କୁ ଏଥିପାଇଁ ସତର୍କ ସୂଚନା ଦିଆଯାଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଏବଂ ତଟବର୍ତୀ ସ୍ଥାନମାନଙ୍କରେ ଏନଡିଆରଏଫ ଟିମକୁ ନିୟୋଜିତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଆଦେଶ ଦିଆଯାଇଛି । ୧ ମି. ଉଚ୍ଚ ଜୁଆର ମାଡି ଆସିବାର ସମ୍ବାବନା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯିବା ସହ ସତର୍କତା ଦୃଷ୍ଟିରୁ ସମସ୍ତ ବନ୍ଦରରେ ୧ ନଂ ବିପଦ ସଂକେତ ଜାରି କରାଯାଇଛି ।

ବିଭିନ୍ନ ମଡେଲ ଅନୁଯାୟୀ ଏହାପରେ ମଧ୍ୟ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ସମ୍ଭବତଃ ଏହା ମଧ୍ୟ ବାତ୍ୟାର ରୂପ ନେଇପାରେ । ଏପରି ହେଲେ ଏହା ଚଳିତ ବର୍ଷର ୬ ନଂ ବାତ୍ୟା ହେବ । ବିଶ୍ଵତାପନ ଯୋଗୁଁ ଏହି ସଂଖ୍ୟା ଭବିଷ୍ୟତରେ ଆହୁରି ଅଧିକ ହେବାର ରହିଛି ।

Leave a Reply

Your email address will not be published. Required fields are marked *