ବ୍ରେନ୍ ଷ୍ଟ୍ରୋକ୍ ପରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି ରାହୁଲ ରଏ, ନିଜ ମାଁ ସହିତ ସମ୍ପର୍କ ରଖିଥିବା ନେଇ ଉଡିଥିଲା ଗୁଜବ !

ବ୍ରେନ୍ ଷ୍ଟ୍ରୋକ୍ ପରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି ରାହୁଲ ରଏ, ନିଜ ମାଁ ସହିତ ସମ୍ପର୍କ ରଖିଥିବା ନେଇ ଉଡିଥିଲା ଗୁଜବ !

ବଲିଉଡ ଅଭିନେତା ରାହୁଲ ରୟଙ୍କ ଆଶୁ ଆରୋଗ୍ୟ ପାଇଁ ପୁରା ଦେଶ ପ୍ରାର୍ଥନା କରୁଛି। ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ବର୍ତ୍ତମାନ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାହୁଲ ରୟ ୧୯୯୦ର ମ୍ୟୁଜିକାଲ୍ ବ୍ଲକବଷ୍ଟର ଫିଲ୍ମ ଆଶିକୀ ପାଇଁ ବେଶ୍ ଜଣାଶୁଣା । ସେ ବର୍ତ୍ତମାନ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପାରିବାରିକ ସୂତ୍ରରୁ ଜଣାପଡିଛି ଯେ ତାଙ୍କ ଅବସ୍ଥା ଏବେ ପୂର୍ବ ଅପେକ୍ଷା ଭଲ ଅଛି। ରାହୁଲ ରୟଙ୍କ ଆଗାମୀ ଚଳଚ୍ଚିତ୍ରର ନାମ ହେଉଛି ଏଲଏସି:ଲିଭ ଦି ବ୍ୟାଟେଲ । ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ସେ କାର୍ଗିଲରେ ଥିଲେ । ସେଠାରେ ସୁଟିଂ କରୁଥିବାବେଳେ ସମୟରେ ସେ ବ୍ରେନ ଷ୍ଟୋକର ଶିକାର ହୋଇଥିଲେ। ରାହୁଲ ରୟଙ୍କୁ ମୁମ୍ବାଇକୁ ଅଣାଯାଇଛି । ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯେବେଠୁ ରାହୁଲ ରୟଙ୍କ ବ୍ରେନ ଷ୍ଟୋକର ଶିକାର ହୋଇଥିବା ଖବର ପ୍ରକାଶ ପାଇଛି ତା ପରଠାରୁ ତାଙ୍କ ପ୍ରଶଂସକମାନେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ତାଙ୍କ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ୱସ୍ଥ କରିଛି । ବାସ୍ତବରେ, ଆପଣ ଗୋଟିଏ କଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ସମୟରେ ରାହୁଲ ରଏଙ୍କ ନାମକୁ ତାଙ୍କ ମାଁଙ୍କ ସହିତ ଯୋଡା ଯାଉଥିଲା ।

ହୋଟେଲରେ ସେହି ଦିନ-

ତାଙ୍କ ମାଁ ସହିତ ତାଙ୍କର ପ୍ରେମ ସମ୍ପର୍କର ଗୁଜବ ଖବର ଚାରିଆଡେ ପ୍ରଚାରିତ ହେଉଥିଲା । ଏହା ଦ୍ୱାରା ସେ ବହୁତ ବିଚଳିତ ଏବଂ କ୍ରୋଧିତ ହୋଇଯାଇଥିଲେ । ବାସ୍ତବରେ ଥରେ ସେ ନିଜ ସାଙ୍ଗମାନଙ୍କ ସହିତ ଏକ ହୋଟେଲକୁ ପାର୍ଟି କରିବାକୁ ଯାଇଥିଲେ । ରାହୁଲଙ୍କ ମାଁ ମଧ୍ୟ ତାଙ୍କ ସାଙ୍ଗମାନଙ୍କ ସହିତ ସେଠାରେ ଥିଲେ । ସେ ରାହୁଲଙ୍କୁ ତାଙ୍କ ସହ ନାଚିବାକୁ କହିଥିଲେ । ପରଦିନ ଖବରକାଗଜ ଵାଲା ଏହା ଛାପି ଥିଲେ ଯେ ରାହୁଲ ରଏ ଜଣେ ବୃଦ୍ଧ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି । ସେ ଏହି ମହିଳାଙ୍କ ସହ ନାଚୁଥିବା ନଜର ଆସିଛନ୍ତି ।

ଖବରକାଗଜରେ ଛପା ଯାଇଥିବା ଖବର-

ଖବରକାଗଜର ପୃଷ୍ଠାଗୁଡ଼ିକୁ ଲେଉଟାଇବା ପରେ ରାହୁଲ ରୟ ତାଙ୍କ ଆଖିରେ ବିଶ୍ୱାସ କରିପାରିନଥିଲେ । ସେ କ୍ରୋଧରେ ଜର୍ଜରିତ ହୋଇ ଏତେ ରାଗିଯାଇ କହିଥିଲେ ଯେ ଅନ୍ତତ ପକ୍ଷେ ଲୋକମାନଙ୍କୁ ଏହା ଜାଣିବା ଦରକାର କି ଏହି ମହିଳା କିଏ ।

ରାହୁଲଙ୍କ ଭାଇ କହିଛନ୍ତି ଯେ ରାହୁଲ ରଏ କାର୍ଗିଲରେ ଶୁଟିଂ କରିବାକୁ ପହଞ୍ଚିଥିଲେ, କିନ୍ତୁ ସେଠାରେ ପାଗ ଅଧିକ ଥଣ୍ଡା ଥିଲା । ଏହି କାରଣରୁ ତାଙ୍କୁ ହଠାତ୍ ବ୍ରେନ୍ ଷ୍ଟୋକ୍ ହୋଇଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ପ୍ରଥମେ କାର୍ଗିଲରୁ ଶ୍ରୀନଗରକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ଏହା ପରେ ରାହୁଲ ରୟଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରାହୁଲଙ୍କ ଭାଇଙ୍କ କହିବାନୁସାରେ, ତାଙ୍କ ଅବସ୍ଥାରେ ବର୍ତ୍ତମାନ ସୁଧାର ଆସିଛି ।

ରାହୁଲ ରୟଙ୍କ ଫିଲ୍ମ ଆଶିକୀ ସୁପରହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ରଟି କେତେ ଲୋକପ୍ରିୟ, ଏହାର ଅନୁମାନ ଏପରି ମଧ୍ୟ କରିହେବ ଯେ ଆଜି ମଧ୍ୟ ବହୁତ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରନ୍ତି । ଏହି ଚଳଚ୍ଚିତ୍ର ହେତୁ ରାହୁଲ ରୟଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକଙ୍କୁ ଭୁଲି ପରିନାହାଁନ୍ତି ।

ଏହି ଚଳଚ୍ଚିତ୍ର ଗୁଡ଼ିକରେ କରିଛନ୍ତି କାମ

ଆଶିକୀ ବ୍ୟତୀତ ରାହୁଲ ରୟ ଫିଲ୍ ଫିର ତେରୀ କାହାନୀ ୟାଦଦ୍ ଆଇ, ସପ୍ନେ ସାଜନ କେ, ଜୁନୁନ୍ ଏବଂ ନସିବ ଭଳି ଫିଲ୍ମରେ କାମ କରୁଥିବା ନଜର ଆସିଛନ୍ତି। ରାହୁଲ ଅନେକ ଟିଭି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି । ଏହା ବ୍ୟତୀତ, ୨୦୦୬ ରେ ସେ “ବିଗ୍ ବୋସ୍” ର ପ୍ରଥମ ସିଜନରେ ସାମିଲ ହୋଇଥିଲେ ଏବଂ ଏହାର ଟାଇଟଲ୍ ରାହୁଲ ରଏଙ୍କ ନାମରେ ମଧ୍ୟ ନାମିତ ହୋଇଥିଲା ।

Leave a Reply

Your email address will not be published. Required fields are marked *