ବଲିଉଡର ୮ ସବୁଠାରୁ ସୁନ୍ଦର ଚକ୍ଷୁ ଥିବା ଅଭିନେତ୍ରୀ !

ବଲିଉଡର ୮ ସବୁଠାରୁ ସୁନ୍ଦର ଚକ୍ଷୁ ଥିବା ଅଭିନେତ୍ରୀ !

ବଲିଉଡ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ ଜଗତ ନିଆରା ଅଟେ । ଚଳଚିତ୍ର ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ ଅଭିନେତ୍ରୀ ଅଛନ୍ତି ଏବଂ ପ୍ରତ୍ୟେକ ଅଭିନେତ୍ରୀଙ୍କର ମଧ୍ୟ କିଛି ବିଶେଷତା ଅଛି , ଯାହା ପ୍ରଶଂସକଙ୍କୁ ପାଗଳ କରିଦିଏ । ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଅଭିନେତ୍ରୀ ଅଛନ୍ତି , ଯାହାଙ୍କ ଆଖି ସେମାନଙ୍କର ପରିଚୟ ପାଲଟିଛି । ସୂଚନାଯୋଗ୍ୟ ଯେ ଅଭିନେତ୍ରୀଙ୍କର ସୁନ୍ଦର ଆଖିର ନାମ ଆସିବା ମାତ୍ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ପ୍ରଥମେ ଆସେ । ତାଙ୍କ ସୁନ୍ଦରତାରେ ଆଖିର ସବୁଠାରୁ ବଡ଼ ଭୂମିକା ରହିଛି । ପୁରାତନ ହିରୋଇନଙ୍କ ବିଷୟରେ କହିବାକୁ ଗଲେ ଏଥିରେ ଶ୍ରୀଦେବୀ ଏବଂ ରେଖାଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ନିଜର ନସିଲା ଏବଂ ସୁନ୍ଦର ଆଖି ଯୋଗୁଁ ଅନେକ ହେଡଲାଇନ ତିଆରି କରିଥିଲେ । ଆଜିର ହିରୋଇନଙ୍କ ବିଷୟରେ କହିବାକୁ ଗଲେ, ଅନେକ ନାମ ଅଛି ଯେଉଁମାନେ ନିଜର ସୁନ୍ଦର ଆଖିରେ ଇଣ୍ଡଷ୍ଟ୍ରିରେ ନିଆଁ ଲଗାଉଛନ୍ତି । ଆସନ୍ତୁ ଦେଖିବା ଏହି ତାଲିକାରେ କିଏ ଅନ୍ତର୍ଭୂକ୍ତ ଅଛନ୍ତି ।

ଐଶ୍ୱର୍ଯ୍ୟା ରାୟ

ବଲିଉଡର ମିସ୍ ୱାଲଡ଼ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟ ଅନେକ ଚର୍ଚିତ ଅଟେ । ବିଶେଷକରି ଐଶ୍ୱର୍ଯ୍ୟାଙ୍କ ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଅଭିନେତ୍ରୀଙ୍କ ନୀଳ ଧୂସର ସବୁଜ ରଙ୍ଗ ଆଖି ତାଙ୍କ ସୌନ୍ଦର୍ଯ୍ୟରେ ଚାର୍ ଚାନ୍ଦ ଲଗେଇବା ପାଇଁ କାମ କରେ । ତାଙ୍କ ଆଖିକୁ ପ୍ରଶଂସା କରିବା ମଧ୍ୟ କଷ୍ଟକର । ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକମାନେ କେବଳ ତାଙ୍କର ସୌନ୍ଦର୍ଯ୍ୟ ହିଁ ନୁହେଁ ବରଂ ସେମାନଙ୍କର ଆଖିରୁ ମଧ୍ୟ ନଜର ହଟେଇ ପାରନ୍ତି ନାହିଁ ।

କରିନା କପୂର ଖାନ୍

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କ ପ୍ରଶଂସକଙ୍କ କୌଣସି ହିସାବ ନାହିଁ । ଏହି ଅଭିନେତ୍ରୀ ଗୋଟିଏ ସନ୍ତାନର ମାତା ହୋଇସାରିଛନ୍ତି ଏବଂ ଖୁବ ଶୀଘ୍ର ଅନ୍ୟ ଏକ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି, ତଥାପି ତାଙ୍କ ସୌନ୍ଦର୍ଯ୍ୟ ହ୍ରାସ ପାଇନାହିଁ । କରୀନା କପୁରଙ୍କ ହାଲୁକା ବାଦାମୀ ଆଖି ତାଙ୍କ ପ୍ରଶଂସକଙ୍କ ଉପରେ ଯାଦୁ କରିଥାଏ ।

ଦୀପିକା ପାଦୁକୋନ

ପ୍ରତିଭାବାନ ହେବା ସହିତ ଦୀପିକା ପାଦୁକୋନ ବହୁତ ସୁନ୍ଦର । ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧିରେ ତାଙ୍କ ଆଖିର ଏକ ବିଶେଷ ଭୂମିକା ରହିଛି । ତାଙ୍କର ବାଦାମୀ ଆଖିକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି ।

ବିପାସା ବସୁ

ବଲିଉଡର ବୋଲ୍ଡ ଏବଂ ସୁନ୍ଦର ଅଭିନେତ୍ରୀ ବିପାଶା ବସୁଙ୍କର ବହୁତ ବଡ଼ ଏବଂ ଆକର୍ଷଣୀୟ ଆଖି ଅଛି । ତାଙ୍କ ବେଷ୍ଟ ଚାହାଣୀ ହେତୁ ବିପାଶା ବସୁଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, କିନ୍ତୁ ଲୋକମାନେ ତାଙ୍କ ଚକ୍ଷୁକୁ ମଧ୍ୟ ପସନ୍ଦ କରନ୍ତି ।

କରିସ୍ମା କପୁର

ଏହି ତାଲିକାରେ ୯୦ଦଶକର ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁରଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକ କରିସ୍ମା କପୁରଙ୍କ ସୌନ୍ଦର୍ଯ୍ୟକୁ ଭଲ ପାଆନ୍ତି । ସୂଚନାଯୋଗ୍ୟ ଯେ କରିସ୍ମା କପୁର ନିଜର ନୀଳ ଆଖିରେ ସରଳତା ଏବଂ ସୌନ୍ଦର୍ଯ୍ୟ ସହିତ ଲୋକଙ୍କୁ ପାଗଳ କରିଦେଇଛନ୍ତି । ଯଦିଓ କରିସ୍ମା ଆଜି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି, ତଥାପି ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ବର୍ତ୍ତମାନ ମଧ୍ୟ ରହିଛି ।

ସୋନାକ୍ସି ସିହ୍ନା

ଏହି ତାଲିକାରେ ବଲିଉଡର ‘ ଦବଙ୍ଗ ଗାର୍ଲ ‘ ସୋନାକ୍ସି ସିହ୍ନାଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଆଖିର ସୌନ୍ଦର୍ଯ୍ୟ ତାଙ୍କ ଗ୍ଲାମରକୁ ଆହୁରି ଆକର୍ଷଣୀୟ କରିଛି । ଦବଙ୍ଗ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ନିଜ ଆଖିରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ରାଣୀ ମୁଖାର୍ଜୀ

ଅଭିନେତ୍ରୀଙ୍କ ସୁନ୍ଦର ଆଖିର ଲିଷ୍ଟରେ ରାନୀ ମୁଖାର୍ଜୀଙ୍କ ମଧ୍ୟ ନାମ ରହିଛି । ବଲିଉଡର ଏହି ‘ ବବଲି ଗର୍ଲ ‘ଙ୍କ ଆଖି ମଧ୍ୟ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ । ‘ୟୁଭା’ ଚଳଚ୍ଚିତ୍ରରେ ରାନୀ ନିଜ ଆଖିରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ସୂଚନାଯୋଗ୍ୟ ଯେ ରାଣୀ ନିଜର ସୁନ୍ଦର ଆଖି ସହ ସୁନ୍ଦର ସ୍ୱର ପାଇଁ ମଧ୍ୟ ଜଣାଶୁଣା ।

ଶ୍ରୁତି ହାସନ

କମଳ ହାସନଙ୍କ ଲାଡଲି ଶ୍ରୁତି ହାସନଙ୍କ ମୁହଁର କ୍ୟୁଟନେସ୍ କେବଳ ଆଖି ଯୋଗୁଁ ଅଧିକ ସୁନ୍ଦର ହେଇଛି । ଶ୍ରୁତି ବଲିଉଡ ଫିଲ୍ମ ” ରାମାୟା ଭସ୍ତା ଭାୟା “ରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କ ଭୂମିକା ଏତେ ଖାସ୍ ନଥିଲା କିନ୍ତୁ ଶ୍ରୁତିଙ୍କ କ୍ୟୁଟନେସ ଏବଂ ନୀଳ ଆଖି ଯୋଗୁଁ ତାଙ୍କର ଅନେକ ଚର୍ଚ୍ଚା ହୋଇଥିଲା ।

Leave a Reply

Your email address will not be published. Required fields are marked *