ଏହା ଅଟେ ଅଜୟ ଦେବଗଣଙ୍କ ପୁରା ପରିବାର, ଫଟୋ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

ଏହା ଅଟେ ଅଜୟ ଦେବଗଣଙ୍କ ପୁରା ପରିବାର, ଫଟୋ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ !

ପ୍ରତିଦିନ ବଲିଉଡ଼ ସହ ଜଡ଼ିତ ଅନେକଗୁଡ଼ିଏ ଖବର ସାମନାକୁ ଆସୁଥାଏ । ଏହା ମଧ୍ୟ ସତ କଥା ଯେ ପୂର୍ବ ଅପେକ୍ଷା ବର୍ତ୍ତମାନ ବଲିଉଡ଼ କଳାକାର ମାନେ ଅଧିକ ଚର୍ଚ୍ଚାରେ ରୁହନ୍ତି ଓ ତାଙ୍କ ଫ୍ୟାନ୍ସ ମାନଙ୍କ ସଂଖ୍ୟା ମଧ୍ୟ ଲକ୍ଷରୁ ଉର୍ଦ୍ଧ୍ବ ହୋଇଯାଇଛି । ସମସ୍ତେ ନିଜ ପ୍ରିୟ କଳାକାରର ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ସବୁକଥା ଜାଣିବା ପାଇଁ ଚାହେଁ । ଏହା ମଧ୍ୟ ସତ ଯେ ବଲିଉଡ଼ର ଯେଉଁ କଳାକାର ମାନେ ଅଛନ୍ତି ତାଙ୍କ ବ୍ୟକ୍ତିଗତ ଜୀବନ ପରଦାରୁ ପୁରାପୁରି ଅଲଗା ଅଟେ ।

ସୂଚନାନୁସାରେ ବଲିଉଡ଼ ଜଗତରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଭାଗ୍ୟ ପରୀକ୍ଷା କରନ୍ତି କିନ୍ତୁ କୁହାଯାଏ ନା ସମସ୍ତଙ୍କ ଭାଗ୍ୟରେ ସଫଳତା ନଥାଏ ଯେ ସେମାନେ ଟଙ୍କା ଓ ନାମ ଅର୍ଜନ କରିପାରିବେ କିନ୍ତୁ କିଛି ଏଥିରେ ସଫଳ ହୋଇଯାନ୍ତି । ଏହିପରି ଖୁବ୍ କମ୍ ଏପରି ଅଭିନେତା କିମ୍ବା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଲୋକଙ୍କ ହୃଦୟରେ ରାଜ୍ କରନ୍ତି । ଏପରି ଅଳ୍ପ କିଛି କଳାକାର ଅଛନ୍ତି ଯାହାଙ୍କୁ ଦର୍ଶକ ମାନେ ହୃଦୟରୁ ଭଲ ପାଆନ୍ତି ।

ଆଜି ଆମେ ଆପଣଙ୍କୁ ଅଜୟ ଦେବଗଣଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ବଲିଉଡ଼ର ଜଣେ ସଫଳ ଓ ପ୍ରସିଦ୍ଧ ଅଭିନେତା ଅଟନ୍ତି ଏବଂ ଆଜି ମଧ୍ୟ ତାଙ୍କୁ ଅନେକ ଲୋକ ଭଲ ପାଆନ୍ତି । ଅଜୟ ଦେବଗଣ ଏପରି ଏକ ଅଭିନେତା ଅଟନ୍ତି ଯିଏ କେବଳ ନିଜ ଦମଦାର ଅଭିନୟ ଓ କାମ ବଳରେ ଆଜି ବଲିଉଡ଼ ଇଣ୍ଡଷ୍ଟ୍ରି ସଙ୍ଗେ ସଙ୍ଗେ ଫ୍ୟାନ୍ସ ମାନଙ୍କ ହୃଦୟରେ ମଧ୍ୟ ରାଜ କରନ୍ତି । ତାଙ୍କୁ ବଲିଉଡ଼ର ସବୁଠାରୁ ସଫଳ ଅଭିନେତା ବୋଲି କୁହାଯାଏ ।

ଆପଣ ସମସ୍ତେ ଅଜୟ ଦେବଗଣ ବିଷୟରେ ଭଲ ଭାବରେ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ପରିଚିତ କରାଇବୁ । ବାସ୍ତବରେ ଆପଣଙ୍କୁ ସୁଚାଇଦେଉଛୁ ଯେ ଅଜୟ ଦେବଗଣଙ୍କ ପିତାଙ୍କ ନାମ ବିରୁ ଦେବଗନ ଓ ମାତାଙ୍କ ନାମ ବିନା ଦେବଗନ ଅଟେ । ଅଜୟ ଦେବଗଣ ୩ ଭାଇ ଭଉଣୀ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅଜୟ ଦେବଗଣ ତାଙ୍କ ଭାଇ ଓ ଭଉଣୀ ସାମିଲ ଅଛନ୍ତି । ତାଙ୍କ ଭାଇଙ୍କ ନାମ ଅନିଲ ଦେବଗଣ ଓ ଭଉଣୀଙ୍କ ନାମ ନିଲମ ଦେବଗନ ଅଟେ ।

ସୁଚାଇଦେଉଛୁ ଯେ ହଲ୍ ଚଲ୍, ଗୁଣ୍ଡାରାଜ ଭଳି କିଛି ଚଳଚ୍ଚିତ୍ରରେ ଅଜୟ ଦେବଗନ ଓ କାଜଲ କାମ କରୁଥିଲେ । କାଜଲ ଖୁବ୍ କଥା କହୁଥିବା ଝିଅ ଥିଲେ ଏବଂ ଅଜୟ ଦେବଗନ୍ ଜଣେ ଚୁପଚାପ ରହୁଥିବା ବ୍ୟକ୍ତି ଅଟନ୍ତି । ଦୁହିଁଙ୍କ ସ୍ଵଭାବ ପରସ୍ପର ଠାରୁ ଭିନ୍ନ ଥିଲେ ଓ ଏହି କଥାଟି ଆକର୍ଷଣର କେନ୍ଦ୍ର ହେଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଗଲା ଏବଂ କେବେ ସେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ, ଜଣାପଡ଼ିଲା ନାହିଁ । ପରେ ଦିନେ ଅଜୟ ଓ କାଜଲ ବିବାହର ନିଷ୍ପତ୍ତି ନେଲେ ଓ ତାହା କଲେ ।

ଯେତେବେଳେ ଅଜୟ ଓ କାଜଲ ବାହା ହେଲେ ସେତେବେଳେ ମିଡ଼ିଆ ଏହି ବିବାହକୁ ନେଇ ଅନେକ କିଛି ଲେଖିଥିଲେ । କାଜଲ ସ୍ୱାଧୀନ ସ୍ୱଭାବର ଝିଅ ଥିଲେ, ଯେବେକି ଅଜୟଙ୍କ ପରିବାର ପାରମ୍ପରିକ ଥିଲା। କୁହାଗଲା ଯେ ଏହି ଯୋଡ଼ିରେ ମେଳ ନାହିଁ ଏବଂ ଏହି ବିବାହ ଅଧିକ ଦିନ ଧରି ତିଷ୍ଠି ରହିପାରିବ ନାହିଁ, କିନ୍ତୁ ଏପରି କିଛି ହେଲା ନାହିଁ ଏବଂ ସେ ବର୍ତ୍ତମାନ ମଧ୍ୟ ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ଦୁହିଁଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅର ନାମ ୟୁଗ ଓ ଝିଅର ନାମ ନ୍ୟାସା ଅଟେ ।

ଫୁଲ ଔର କାଟେ ର ସଫଳତା ପରେ ଅଜୟ ଦେବଗଣକୁ ଅନେକଗୁଡ଼ିଏ ଚଳଚ୍ଚିତ୍ର ଅଫର ହେଲା ଓ ଅଧିକାଂଶ ଚଳଚ୍ଚିତ୍ରରେ ତାଙ୍କ ସହିତ କରିଷମା କପୂର ଥିଲେ। ଜିଗର (୧୯୯୨), ଧନବାନ (୧୯୯୩), ସଂଗ୍ରାମ (୧୯୯୩), ଶକ୍ତିମାନ (୧୯୯୩) ଓ ସୁହାଗ (୧୯୯୪) ଭଳି ଚଳଚ୍ଚିତ୍ର ବହୁତ କମ୍ ଅନ୍ତରାଲରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ଅଜୟଙ୍କ ହିରୋଇନ କରିଷମା ଥିଲେ । ଦୁହିଁଙ୍କ ଅଧିକାଂଶ ସମୟ ସେଟରେ ହିଁ ବିତୁଥିଲା ।

Leave a Reply

Your email address will not be published. Required fields are marked *