ପ୍ରେମିକ ରଣବିରଙ୍କ ବିଲ୍ଡିଂରେ ଆଲିୟା ଭଟ୍ଟ କିଣିଲେ ଘର, ଖୁବଶୀଘ୍ର ଦୁହିଁଙ୍କ ହୋଇପାରେ ବାହାଘର !

ପ୍ରେମିକ ରଣବିରଙ୍କ ବିଲ୍ଡିଂରେ ଆଲିୟା ଭଟ୍ଟ କିଣିଲେ ଘର, ଖୁବଶୀଘ୍ର ଦୁହିଁଙ୍କ ହୋଇପାରେ ବାହାଘର !

ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ମଧ୍ୟରୁ ଜଣେ ଆଲିୟା ଭଟ୍ଟ ଓ ଅଭିନେତା ରଣବିର କପୂରଙ୍କ ପ୍ରେମ କାହାଣୀ ଆଜି କାହାଠାରୁ ଲୁଚି ନାହିଁ । ଇଣ୍ଡଷ୍ଟ୍ରିର ସବୁଠାରୁ କ୍ୟୁଟ୍ କପଲ ଭାବେ ଜଣାଶୁଣା ରଣବିର ଓ ଆଲିୟା ସୋସିଆଲ ମିଡ଼ିଆ ଖବରରେ ଛାଇ ରୁହନ୍ତି। ସେହିଭଳି ରଣବିର ଓ ଆଲିୟା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆସନ୍ତୁ ଜାଣିବା, ଏଥର ଏମାନେ ଖବରରେ ଆସିବାର କାରଣ କଣ….

ପ୍ରେମୀଙ୍କ ବିଲ୍ଡିଂରେ ଆଲିୟା କିଣିଲେ ଘର…

ବାସ୍ତବରେ ଆଲିୟା ଭଟ୍ଟ ନିଜ ପ୍ରେମୀ ରଣବିର କପୂରଙ୍କ ବିଲ୍ଡିଂରେ ହିଁ ଏକ ନୂଆଁ ଅପାର୍ଟମେଣ୍ଟ କିଣିଛନ୍ତି । ସୁଚନାନୁସାରେ ରଣବିରଙ୍କ ଘର ମୁମ୍ବାଇର ବାନ୍ଦ୍ରାରେ ଅବସ୍ଥିତ ଏବଂ ବର୍ତ୍ତମାନ ଆଲିୟା ମଧ୍ୟ ଏହି ବିଲ୍ଡିଂରେ ଏକ ଅପାର୍ଟମେଣ୍ଟ କିଣି ନେଇଛନ୍ତି । ମିଡ଼ିଆ ରିପୋର୍ଟ ମୁତାବକ, ଆଲିୟାଙ୍କ ନୂଆ ଘରର ମୂଲ୍ୟ ୩୨ କୋଟି ଟଙ୍କାରୁ ଅଧିକ ଅଟେ । ଆଲିୟାଙ୍କ ଏହି ଅପାର୍ଟମେଣ୍ଟ ୨୪୬୦ ବର୍ଗ ଫୁଟ ଅଟେ ।

ଜଣାଇଦେଉଛୁ ଯେ ଏହି ବିଲ୍ଡିଂରେ ରଣବିରଙ୍କ ଅପାର୍ଟମେଣ୍ଟ ୭ ମହଲା ଉପରେ ରହିଛି, ସେପକ୍ଷରେ ଆଲିୟା ୫ ମହଲାରେ ନୂଆଁ ଘର କିଣିଛନ୍ତି । ବିଶେଷ କଥାଟି ଏହିକିଯେ ରଣବିର ଓ ଆଲିୟାଙ୍କ ଅପାର୍ଟମେଣ୍ଟ ଯେଉଁ ବିଲ୍ଡିଂରେ ଅଛି, ତାହା ନିକଟରେ କପୂର ପରିବାରର ବଙ୍ଗଳା କୃଷ୍ଣା ରାଜ ଅଟେ ।

ଜଣାଇଦେଉଛୁ ଯେ ବର୍ତ୍ତମାନ ଆଲିୟା ଭଟ୍ଟ ନିଜ ଭଉଣୀ ଶାହୀନ ଭଟ୍ଟଙ୍କ ସହିତ ଜୁହୁରେ ରୁହନ୍ତି । ଯଦିଓ ବର୍ତ୍ତମାନ ଆଲିୟା ନିଜ ନୂଆଁ ଘରେ ଖୁବଶୀଘ୍ର ରହିବାକୁ ଯିବେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଆଲିୟା ନିଜ ନୂଆଁ ଘରକୁ ସଜାଇବା ପାଇଁ ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନଙ୍କୁ ଇଣ୍ଟିରିୟର ଡିଜାଇନର ରୂପେ ଚୟନ କରିଛନ୍ତି ଜଣାଇଦେଉଛୁ ଯେ ଗୌରୀ ଖାନ୍ ନିଜ ଦିଲ୍ଲୀ ସ୍ଥିତ ବଙ୍ଗଳା ନିଜେ ସଜାଇଛନ୍ତି ।

ଏହି ଘର ବ୍ୟତୀତ ଆଲିୟାଙ୍କ ପାଖରେ ମୁମ୍ବାଇର ଜୁହୁରେ ହିଁ ୨୩୦୦ ବର୍ଗ ଫୁଟର ଏକ ଅପାର୍ଟମେଣ୍ଟ ରହିଛି, ଯାହାର ମୂଲ୍ୟ ପାଖାପାଖି ୧୩.୧୧ କୋଟି ଟଙ୍କା ଅଟେ । ଏହି ଅପାର୍ଟମେଣ୍ଟକୁ ଆଲିୟା ଗତ ବର୍ଷ କିଣିଥିଲେ, ଏହି ଘରକୁ ଇଣ୍ଟିରିୟର ଡିଜାଇନର ରିଚା ବହଲ ଡିଜାଇନ କରିଥିଲେ । ଛାଡ଼ନ୍ତୁ ସେ କଥା ବର୍ତ୍ତମାନ ସେ ନିଜର ନୂତନ ଘରେ ସିଫ୍ଟ ହେବାକୁ ଯାଉଛନ୍ତି ।

ଜାଣନ୍ତୁ କେବେ ହେବ ଆଲିୟା-ରଣବିରଙ୍କ ବିବାହ

ଜଣାଇଦେଉଛୁ ଯେ ଆଲିୟା ଓ ରଣବିରଙ୍କ ଯୋଡ଼ିଙ୍କୁ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରନ୍ତି, ଦୁହିଁଙ୍କ ଫଟୋ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୁଏ । ଦୁହିଁଙ୍କ ବିବାହର ଖବର ଅନେକ ଥର ଆସି ସାରିଛି, ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ରଣବିର କିମ୍ବା ଆଲିୟାଙ୍କ ପକ୍ଷରୁ କୌଣସି ଅଧିକାରୀକ ମୋହର ଲାଗିନାହିଁ, କିନ୍ତୁ ଫ୍ୟାନ୍ସଙ୍କୁ ତାଙ୍କ ବିବାହର ଅପେକ୍ଷା ରହିଛି ।

ଦୁହିଁଙ୍କ ବିବାହକୁ ନେଇ କିଛି ଦିନ ଆଗରୁ ଖବର ଆସିଥିଲା ଯେ ଆଲିୟା-ରଣବିର ଚଳିତ ବର୍ଷ ଡିସେମ୍ବର ମାସରେ ଡେଷ୍ଟିନେସନ ୱେଡିଙ୍ଗ କରିବେ । ଏତିକିନୁହେଁ ତାଙ୍କ ବିବାହର ସମାରୋହ ତାରିଖ ମଧ୍ୟ ଆସି ଯାଇଛି । କୁହାଯାଉଥିଲା ଯେ ୨୧ ଡିସେମ୍ବର ଠାରୁ ବିବାହର ରୀତିନୀତି ଆରମ୍ଭ ହୋଇଯିବ ଓ ୪ ଦିନ ପର୍ଯ୍ୟନ୍ତ ବାହାଘର ସମସ୍ତ କାର୍ଯ୍ୟକ୍ରମ ଚାଲିବ । ଯଦିଓ ବର୍ତ୍ତମାନ କୁହାଯାଉଛି ଯେ ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିବା ପରେ ହିଁ ଦୁହେଁ ବିବାହ କରିବେ ।

ଏହା ମଧ୍ୟ ଖବର ଆସୁଥିଲା ଯେ ରିଷି କପୂରଙ୍କ ନିଧନ ଯୋଗୁଁ କପୂର ପରିବାର ଚଳିତ ବର୍ଷ ବିବାହର ଆୟୋଜନ କରିବା ପାଇଁ ଚାହଁନ୍ତି ନାହିଁ ଏବଂ କରୋନା କାରଣରୁ ବର୍ତ୍ତମାନ ବିବାହ ସମାରୋହକୁ ସ୍ଥଗିତ ରଖାଯାଇଛି । ଯଦିଓ କପୂର ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଷୟରେ କିଛି କହି ନାହାଁନ୍ତି ।

ଜଣାଇଦେଉଛୁ ଯେ ୨୦୧୮ ରେ ଦୁହେଁ ସୋନମ୍ କପୂରଙ୍କ ବିବାହରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିଲେ ଓ ତେବେଠାରୁ ଦୁହିଁଙ୍କ ସମ୍ପର୍କରେ ଥିବାର ଖବର ଆସିଥିଲା । ଏହା ପରେ ଅନେକ ବଡ଼ ବଡ଼ ସମାରୋହ ଓ ଉତ୍ସବରେ ମଧ୍ୟ ଦୁହେଁ ଏକାଠି ନଜର ଆସନ୍ତି। ବର୍ତ୍ତମାନ ଦୁହେଁ ସର୍ବଦା ଏକାଠି ହିଁ ନଜର ଆସନ୍ତି ।

ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଆଲିୟା ଆଗାମୀ ସମୟରେ ଅୟାନ ମୁଖାର୍ଜୀ ନିର୍ଦ୍ଦେଶିତ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଆଲିୟା ଭଟ୍ଟଙ୍କ ବ୍ୟତୀତ ରଣବିର କପୂର, ଅମିତାଭ ବଚ୍ଚନ, ଅକ୍କୀନେନୀ ନାଗାର୍ଜୁନ ଓ ମୌନି ରଏ ଭଳି କଳାକାର ମଧ୍ୟ ଅଛନ୍ତି । ଏହି ଚଳଚ୍ଚିତ୍ର ୨୦ ଡିସେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *