ଓଜନ କମ୍ କରିବା, ଥଣ୍ଡା, ଜ୍ୱର, ମୁଣ୍ଡ ବିନ୍ଧା, ଗ୍ୟାସ୍, ଗଣ୍ଠି କଷ୍ଟ, ସୁନ୍ଦର ତ୍ୱଚା, ମୁଖ ଦୁର୍ଗନ୍ଧର ରାମବାଣ ଘରୋଇ ଉପଚାର !

ଓଜନ କମ୍ କରିବା, ଥଣ୍ଡା, ଜ୍ୱର, ମୁଣ୍ଡ ବିନ୍ଧା, ଗ୍ୟାସ୍, ଗଣ୍ଠି କଷ୍ଟ, ସୁନ୍ଦର ତ୍ୱଚା, ମୁଖ ଦୁର୍ଗନ୍ଧର ରାମବାଣ ଘରୋଇ ଉପଚାର !

ବନ୍ଧୁଗଣ ଆମ ଦେଶରେ କାଢାର ବିଶେଷ ମହତ୍ତ୍ୱ ରହିଛି । ଆପଣମାନେ ଦେଖିଥିବେ ଯେତେବେଳେ ଆପଣମାନେ ଅସୁସ୍ଥ ହୋଇପଡନ୍ତି ସେତେବେଳେ ଘରର ବୟସ୍କମାନେ କାଢା ପିଇବା ପାଇଁ ଉପଦେଶ ଦିଅନ୍ତି କିନ୍ତୁ ଆଜିର ଯୁବକ ଯୁବତୀମାନେ କାଢାକୁ ଅଣଦେଖା କରିଥାନ୍ତି।କାଢ଼ ରେ ବହୁତ ଔଷଧୀୟ ଗୁଣ ଥାଏ । ଯାହାର ସେବନ ଦ୍ୱାରା ଶରୀରକୁ ବହୁତ ରୋଗରୁ ମୁକ୍ତି ମିଳିଥାଏ । ତେବେ ବେଶି ସମୟ ନ ନେଇ ଚାଲନ୍ତୁ ଜାଣିବା କାଢା କିପରି ବନାଯାଏ ଓ କାଢା ଦ୍ୱାରା ଆମକୁ କେଉଁ କେଉଁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଆମକୁ କାଢା ବନେଇବା ପାଇଁ ଆମକୁ ଆବଶ୍ୟକ ୪ରୁ ୫ଟି ତୁଳସୀପତ୍ର, ୪ଟି ଲବଙ୍ଗ ଗୁଣ୍ଡ, ଜିରା ଅଧା ଚାମଚ, ୫ଗ୍ରାମ୍ ଗୁଡ ଓ ଜୁଆଣି ଅଧା ଚାମଚ । ଏହି ସମସ୍ତ ସାମଗ୍ରୀକୁ ୧ ପାତ୍ରରେ ୧ ଗ୍ଲାସ୍ ପାଣିରେ ଫୁଟାଇ ଦିଅନ୍ତୁ । ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଅଧା ହୋଇନଯାଇଛି । ଫୁଟି ସାରିଲା ପରେ ଏକ ପାତ୍ରକୁ ଛାଣିଦିଅନ୍ତୁ ଏବଂ ସକାଳେ ଖାଲି ପେଟରେ ଏହାକୁ ସେବନ କରନ୍ତୁ । ସକାଳେ ଏହାକୁ ସେବନ କରିନପାରିଲେ ମଧ୍ୟାହ୍ନ ଭୋଜନର ୧ ଘଣ୍ଟା ପରେ ଏହାକୁ ସେବନ କରନ୍ତୁ । ଏହା ସେବନର ୩୦ ମିନିଟ୍ ପର୍ଯ୍ୟନ୍ତ କିଛି ମଧ୍ୟ ଖାଆନ୍ତୁ ନାହିଁ । ବନ୍ଧୁଗଣ ଏହା ଶରୀରର ଓଜନ କମାଇବାରେ ରାମବାଣ ଭଳି ସାହାଯ୍ୟ କରେ ।

ଏହି କାଢା ସେବନରେ ଶରୀରର ରକ୍ତର ଅଭାବ ମଧ୍ୟ ଦୂର ହୋଇଥାଏ । ଯଦି ଜ୍ଵର, ମୁଣ୍ଡବିନ୍ଧା ସମୟରେ ଏହାର ସେବନ କରୁଛନ୍ତି ତେବେ ଆପଙ୍କୁ ତୁରନ୍ତ ଉପଶମ ମିଳିଥାଏ । ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ମଧ୍ୟ ବାହାର କରିବାରେ ସାହାଯ୍ୟ କରିଥାଏ । ପେଟର ସମସ୍ୟା ଯେପରିକି ଏସିଡିଟି, ଗ୍ୟାସ୍, ପେଟବିନ୍ଧା ଭଳି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ । ଋତୁସ୍ରାବ ଅନିୟମିତତା ଏବଂ ପେଟରେ ହେଉଥିବା କଷ୍ଟ ସମୟରେ କାଢା ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ପିଠିରେ କଷ୍ଟ, ଅଣ୍ଟାରେ କଷ୍ଟ ଶରୀରରେ ଯେ କୋଣସି ଅଙ୍ଗରେ କଷ୍ଟ ହେଉଥିଲେ ଏହା ଆରାମଦାୟକ ଅଟେ ।

ପୁରୁଷମାନଙ୍କର ଶକ୍ତି ବଢ଼ିବାରେ ଏହି କାଢା ବହୁତ ସାହାଯ୍ୟ କରେଇ ଥାଏ । ଏହାକୁ ସେବନ ଦ୍ୱାରା ଚେହେରା ସଫା ହେବ ସହ ମୁଖ ଦୁର୍ଗନ୍ଧ ଦୁରେଇଥାଏ । ବର୍ଷା ଋତୁରେ ପ୍ରାୟତ ସମସ୍ତେ ଅସୁସ୍ଥ ହୋଇପଡନ୍ତି । କିନ୍ତୁ ଯଦି ଆପଣ ଏହି କାଢା ନିୟମିତ ସେବନ କରିବେ ଥଣ୍ଡା, ଜ୍ୱର କୋଣସି ପ୍ରକାରର ଭାଇରାଲ ଇଂଫେକ୍ସନ ପାଖ ମାଡିବନି । ଯଦି ଆପଣ ପ୍ରତିଦିନ ଏହାକୁ ସେବନ କରିପାରୁନାହାନ୍ତି, ତା’ହେଲେ ସପ୍ତାହରେ ଏହାର ସେବନ ୩ଦିନ ନିହାତି କରନ୍ତୁ ଓ ଗର୍ଭବତୀ ମାଁ ମାନେ, ସ୍ତନ୍ୟପାନ କରାଉଥିବା ମାଁ ମାନେ ଏହି କାଢାର ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *