୨୦୨୧ ପ୍ରଥମାର୍ଦ୍ଧରେ ଆସିପାରେ କରୋନା ଟିକା ! ଏହିମାନଙ୍କୁ ଦିଆଯିବ ପ୍ରଥମେ ଟିକା… ! ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତ୍ରୁତ ଭାବରେ…

୨୦୨୧ ପ୍ରଥମାର୍ଦ୍ଧରେ ଆସିପାରେ କରୋନା ଟିକା ! ଏହିମାନଙ୍କୁ ଦିଆଯିବ ପ୍ରଥମେ ଟିକା… ! ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତ୍ରୁତ ଭାବରେ…

ନୂଆଦିଲ୍ଲୀ ୨୯/୧୧ : ସାରା ବିଶ୍ୱର ନଜର ଏବେ ଭାରତ ଦ୍ୱାରା କରୋନା ମହାମାରୀ ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ରହିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି ସଂଖ୍ୟା ଏବେ ୯୩ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ କରୋନା ଟିକା ପ୍ରସ୍ତୁତି ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚିସାରିଛି ।

କରୋନା ଟିକା ପ୍ରସ୍ତୁତ କରୁଥିବା ୩ଟି ମୁଖ୍ୟ ସହରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରି ଏଥିରେ ନିୟୋଜିତ ଥିବା ବୈଜ୍ଞାନିକମାନଙ୍କ ମନୋବଳ ବଢ଼ାଇଛନ୍ତି । କୋଭିସିଲଡ଼ ଭ୍ୟାକସିନର ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଠାରେ ପହଞ୍ଚିଥିଲେ । ଏକାଧିକ ଇଣ୍ଟେରନ୍ୟାସନାଲ୍ କମ୍ପାନୀମାନେ (ସିରମ ଇନଷ୍ଟିଚ୍ୟୁଟ, ଅକ୍ସଫୋର୍ଡ ୟୁନିଭରସିଟି, ଏଷ୍ଟ୍ରୋଜେନେକା) ମିଳିତ ଭାବେ ଏହାର ନିର୍ମାଣ କରୁଛନ୍ତି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି ।

ପିଏମ୍ ପ୍ରଥମେ ଅହମ୍ମଦାବାଦ, ହାଇଦ୍ରାବାଦ ଗସ୍ତ ସାରି ପୁନେରେ ପହଁଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ସ୍ଥିତ ଜାଇଡସ କେଡିଲା (Zydus Cadila) ପ୍ଲାଣ୍ଟ ଠାରେ ପହଞ୍ଚି କମ୍ପାନୀ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଜାୟକୋବ-ଡି (ZyCoV-D) ଭ୍ୟାକସିନର ନିର୍ମାଣ ଏବଂ ଏହାର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଡିସେମ୍ବରରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ମୋଦି ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ (Bharat Biotechs) ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ନିର୍ମାଣ କରାଯାଇଥିବା କୋ ଭାକ୍ସିନର (Covaxin) ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣର ସଫଳତା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲୁରହିଛି । ଟିକା ପ୍ରସ୍ତୁତ କରାଯାଉଥିବା ୩ଟି କମ୍ପାନୀର କାରଖାନାକୁ ପ୍ରଧାନମନ୍ତ୍ରୀ ପରିଭ୍ରମଣ କରିଛନ୍ତି ।

Read Also : ଏହି ତାରିଖରୁ ଆପେ ଆପେ ବଦଳିଯିବ ଆପଣଙ୍କ ମୋବାଇଲର ନମ୍ବର । ୧୦ ବଦଳରେ ବର୍ତ୍ତମାନ ଲୋକଙ୍କୁ ଡାଏଲ କରିବାକୁ ପଡିବ ୧୧ ଅଙ୍କ ନମ୍ବର !

ଏହି ଗସ୍ତ ସମୟରେ ଦେଶରେ ଟିକାର ଉପଲବ୍ଧତା ଏବଂ କାହାକୁ ପ୍ରଥମେ ବିତରଣ କରାଯିବ ସେ ନେଇ ଆଲୋଚନା ହୋଇଛି । ୨୦୨୧ ଆରମ୍ଭରୁ ଏହି ଟିକା ଦେଶରେ ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ପ୍ରାଥମିକତା ଦୃଷ୍ଟିରୁ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମେ ଏହି ଟିକା ଯୋଗାଇ ଦିଆଯିବ । ୫ଟି ପର୍ଯ୍ୟାୟରେ ଟିକା ବିତରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଡାକ୍ତରଙ୍କ ସମେତ ୩୧ କୋଟି କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । 

Read Also : ଆପଣ KBCର ଏହି ସତ୍ୟତା ଜାଣନ୍ତି କି ? ୫୦ ଲକ୍ଷ ଜିତିବା ପରେ ପ୍ରତିଯୋଗୀମାନେ ପାଆନ୍ତି କେବଳ ଏତିକ ଟଙ୍କା…

ପ୍ରଧାନମନ୍ତ୍ରୀ ମୋଦି କିଛିଦିନ ତଳେ ଦେଇଥିବା ଏକ ବିବୃତ୍ତିରେ କହିଥିଲେ ଯେ, ଟିକାର ଉପଲବ୍ଧି ଏବଂ ଏହାର ବିତରଣ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସମୟ ନିର୍ଦ୍ଧାରଣ କରଯାଇ ନାହିଁ । ପ୍ରାଥମିକତା ଦୃଷ୍ଟିରୁ ଏହାକୁ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ । ଉଭୟ କେନ୍ଦ୍ର ସରକାର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାର ୩୧ କୋଟି ଲୋକଙ୍କୁ ଚିହ୍ନଟ କରିଛନ୍ତି, ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକାକରଣ କରାଯିବ ।

Read Also : କରୋନା କାଳରେ ଦୁର୍ବଳ ଫୁସଫୁସ କାରଣରୁ ଯାଇପାରେ ଜୀବନ ! ଏହି ଜିନିଷଗୁଡିକ ସେବନ କରି ଆପଣ ରହିପାରିବେ ସୁରକ୍ଷିତ ।

କୋଭିଡ଼ ଟିକାର ଆବଶ୍ୟକତା ଦୃଷ୍ଟିରୁ ଏହାକୁ ପର୍ଯ୍ୟୟକ୍ରମେ ବିତରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଏକ କୋଟି ଡାକ୍ତର, ଏମବିବିଏସ୍ ଛାତ୍ର, ନର୍ସ ଓ ଆଶା କର୍ମଚାରୀଙ୍କୁ ଟୀକାକରଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଦେଶର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ ସେଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ, ପୋଲିସ୍ ଏବଂ ସୁରକ୍ଷାକର୍ମୀ ଅନ୍ତର୍ଭୂକ୍ତ । ସରକାରୀ କର୍ମଚାରୀଙ୍କୁ ତୃତୀୟ ପର୍ଯ୍ୟାୟରେ ଟିକା ଦିଆଯିବ । ଚତୁର୍ଥ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବର୍ଷୀୟ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯାଇଛି । ପ୍ରଥମେ ୨୬ ନିୟୁତ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଉଛି ।

ପଞ୍ଚମ ପର୍ଯ୍ୟାୟରେ ଅତ୍ୟଧିକ ସଂକ୍ରମଣର ଆଶଙ୍କା ଥିବା ଯୁବବର୍ଗଙ୍କୁ ସରକାର ଟୀକାକରଣ କରିବେ । ଏହି ବର୍ଗରେ ୫୦ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି । ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସରକାରୀ ରିପୋର୍ଟ ଅନୁସାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ମିଲିୟନ ପାର କରିସାରିଛି । ଏଭଳି ପରିସ୍ଥିତିରେ ଏହି ମହାମାରୀ କବଳରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତ ହେଉଥିବା ଟିକା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *