ଏହି ତାରିଖରୁ ଆପେ ଆପେ ବଦଳିଯିବ ଆପଣଙ୍କ ମୋବାଇଲର ନମ୍ବର । ୧୦ ବଦଳରେ ବର୍ତ୍ତମାନ ଲୋକଙ୍କୁ ଡାଏଲ କରିବାକୁ ପଡିବ ୧୧ ଅଙ୍କ ନମ୍ବର !

ଏହି ତାରିଖରୁ ଆପେ ଆପେ ବଦଳିଯିବ ଆପଣଙ୍କ ମୋବାଇଲର ନମ୍ବର । ୧୦ ବଦଳରେ ବର୍ତ୍ତମାନ ଲୋକଙ୍କୁ ଡାଏଲ କରିବାକୁ ପଡିବ ୧୧ ଅଙ୍କ ନମ୍ବର !

ଆଜି ପର୍ଯ୍ୟନ୍ତ, କାହାକୁ କଲ୍ କରିବା ପାଇଁ ଆପଣଙ୍କୁ ୧୦ ନମ୍ବର ଡାଏଲ କରିବାକୁ ପଡୁଥିଲା କିନ୍ତୁ ଏହି ନିୟମ ୧ ଜାନୁୟାରୀ ୨୦୨୧ ଠାରୁ ବଦଳିଯିବ । ବର୍ତ୍ତମାନ କାହାକୁ କଲ୍ କରିବା ପାଇଁ ଆପଣଙ୍କୁ ୧୦ ବଦଳରେ ୧୧ ନମ୍ବର ଡାଏଲ କରିବାକୁ ପଡିବ। ନୂଆଁ ବର୍ଷରୁ ମୋବାଇଲ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି । ନିୟମ ଅନୁଯାୟୀ ବର୍ତ୍ତମାନ ୧୦ ବଦଳରେ ୧୧ ନମ୍ବର ଡ଼ାଏଲ କରିବା ପରେ କଲ୍ ରିଙ୍ଗ ହେବ । ଏପରି ଲ୍ୟାଣ୍ଡଲାଇନରୁ କୌଣସି ମୋବାଇଲକୁ ଡ଼ାଏଲ କରିବା ଦ୍ୱାରା ହେବ । ଚାଲନ୍ତୁ ଜାଣିବା କିପରି ୧୦ରୁ ୧୧ ନମ୍ବର ହେଇଯିବ ଆପଣଙ୍କ ମୋବାଇଲ ନମ୍ବର । ଏହା ମଧ୍ୟ ଜାଣିବା ଏଥିପାଇଁ ଆପଣଙ୍କୁ କିଛି କରିବାକୁ ପଡିବ ନା ଆପେ ଆପେ ବଦଳିଯିବ ନମ୍ବର ।

୧ ଜାନୁୟାରୀ ୨୦୨୧ ଠାରୁ, ଯଦି କୌଣସି ମୋବାଇଲରେ ଲ୍ୟାଣ୍ଡଲାଇନରୁ କଲ୍ କରାଯାଏ, ତେବେ ସାମ୍ନା ବାଲାକୁ ୧୦ ବଦଳରେ ୧୧ ନମ୍ବର ଡାଏଲ କରିବାକୁ ପଡିବ । ଏହାକୁ ବାଧ୍ୟତାମୂଳକ କରାଯାଇଛି । ଯଦି ଏହା ନ କରାଯାଏ ତେବେ କଲ୍ ଲାଗିବ ନାହିଁ ।

ବାସ୍ତବରେ, ବର୍ତ୍ତମାନ ଯଦି କେହି ଲ୍ୟାଣ୍ଡଲାଇନରୁ କାହାର ମୋବାଇଲକୁ କଲ୍ କରନ୍ତି, ତେବେ ନମ୍ବର ପୂର୍ବରୁ ତାଙ୍କୁ ଶୂନ ଯୋଡିବାକୁ ପଡିବ । ନମ୍ବର ଆଗରେ ‘୦’ରଖିବା ପରେ ହିଁ ଆପଣ କଲ୍ କରିପାରିବେ ।

ଦୁରସଂଚାର ବିଭାଗ ତଥା ଟେଲିକମ୍ ବିଭାଗ ଏଥିପାଇଁ ଟ୍ରାଇ (ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ) ଦ୍ୱାରା ଜାରି କରାଯାଇଥିବା ପ୍ରସ୍ତାବକୁ ଗ୍ରହଣ କରି ନିଆଯାଇଛି। ଅନୁମୋଦନ ପରେ, ଏହି ନିୟମ ବର୍ତ୍ତମାନ ୧ ଜାନୁଆରୀରୁ କାର୍ଯ୍ୟକାରୀ ହେବ ।

ଟ୍ରାଇ ପୂର୍ବରୁ ୨୯ ମଇ ୨୦୨୦ ରୁ ଏହି ନିୟମର କାର୍ଯ୍ୟକାରିତା ପାଇଁ ସୁପାରିଶ କରିଥିଲା କିନ୍ତୁ ଏପରି ହୋଇପାରି ନଥିଲା । ଏହା ପରେ, ବର୍ତ୍ତମାନ ଜାନୁଆରୀ ୧ ଠାରୁ ଏହା କାର୍ଯ୍ୟକାରୀ ହେବ । ଏଥିପାଇଁ ସର୍କୁଲାର ୨୦ ନଭେମ୍ବରରେ ଜାରି କରି ଦିଆଯାଇଛି ।

ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ନମ୍ବର ଆଗରୁ ଶୂନ ପ୍ରୟୋଗ କରିବାର ଆବଶ୍ୟକତା କାହିଁକି ଥିଲା ? ଏହା ପଛର କାରଣ କୁହାଯାଉଛି ଯେ ବର୍ତ୍ତମାନ ଏହି ନିୟମ ଯୋଗୁଁ ମୋବାଇଲ୍ କମ୍ପାନୀଗୁଡିକ ଅଧିକ ନମ୍ବର ତିଆରି କରିବାର ସୁବିଧା ପାଇବେ ।

ଯଦି ନମ୍ବରଗୁଡିକ ଆଗରୁ ଶୂନ ଲାଗେ, ତେବେ ଏହା ମୋବାଇଲ୍ କମ୍ପାନୀଗୁଡିକୁ ୨୫୪.୪ କୋଟି ଅତିରିକ୍ତ ନମ୍ବର ସୃଷ୍ଟି କରିବାରେ ସାହାଯ୍ୟ କରିବ । ଭବିଷ୍ୟତ ପାଇଁ ଏବଂ ନମ୍ବର ସୃଷ୍ଟି କରିବା ପାଇଁ ଏହା ବହୁତ ସହାୟକ ହେବ ।

ଦୂରସଂଚାର ବିଭାଗ କହିଛି ଯେ ମୋବାଇଲ୍ ବ୍ୟବହାରକାରୀଙ୍କୁ ଲ୍ୟାଣ୍ଡଲାଇନରୁ କଲ କରିବା ପାଇଁ ସମସ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ଶୂନ ଡ଼ାଏଲ କରିବା ପାଇଁ ସୁବିଧା ପ୍ରଦାନ କରିବାକୁ ପଡିବ । ଏଥିପାଇଁ ସେମାନଙ୍କୁ ଜାନୁୟାରୀ ୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ସେପର୍ଯ୍ୟନ୍ତ ସେମାନେ ଏହା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *