ଦିବ୍ୟା ଭାରତୀଙ୍କର ଭଉଣୀ ମଧ୍ୟ ବଲିଉଡରେ କରନ୍ତି କାମ, ସୌନ୍ଦର୍ଯ୍ୟରେ ତାଙ୍କ ଠାରୁ ନୁହନ୍ତି କମ୍ !

ଦିବ୍ୟା ଭାରତୀଙ୍କର ଭଉଣୀ ମଧ୍ୟ ବଲିଉଡରେ କରନ୍ତି କାମ, ସୌନ୍ଦର୍ଯ୍ୟରେ ତାଙ୍କ ଠାରୁ ନୁହନ୍ତି କମ୍ !

୯୦ ଦଶକର ସୁନ୍ଦର ଏବଂ ସଫଳ ଅଭିନେତ୍ରୀ ଦିବ୍ୟା ଭାରତୀ ଆଜି ଆମ ମାନଙ୍କର ଗହଣରେ ନାହାଁନ୍ତି । ୫ ଏପ୍ରିଲ ୧୯୯୩ ମସିହାରେ ନିଜ ଆପାର୍ଟମେଣ୍ଟରୁ ପଡି ଦିବ୍ୟା ଭାରତୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ପରେ ଅନେକ ପ୍ରକାରର ପ୍ରଶ୍ନ ସୃଷ୍ଟି ହୋଇଥିଲା କିନ୍ତୁ ଏହି ଦୁର୍ଘଟଣା କିପରି ଘଟିଲା, ତାହାର ଏପର୍ଯ୍ୟନ୍ତ କୌଣସି ଖୁଲସା ହୋଇ ନାହିଁ । ଏହି ରହସ୍ୟ ମଧ୍ୟ ଦିବ୍ୟା ଭାରତୀଙ୍କ ସହ ଚାଲିଗଲା ।

ବହୁତ କମ୍ ସମୟରେ ହିଁ ଦିବ୍ୟା ଭାରତୀ ସିନେମା ଜଗତରେ ନିଜର ବହୁତ ନାମ କମାଇଦେଇଥିଲେ । ସେ ଦିୱାନା, ବିଶ୍ବାତ୍ମା , ଶୋଳା ଏବଂ ଶବନମ୍, କ୍ଷେତ୍ରିୟ ଏବଂ ଦିଲ୍ କା କସୁର ସମେତ ୨୨ଟି ଚଳଚ୍ଚିତ୍ରରେ କାମ କରିଥିଲେ । ଦିବ୍ୟାଙ୍କ ମୃତ୍ୟୁକୁ ୨୭ ବର୍ଷ ହୋଇଗଲାଣି କିନ୍ତୁ ପ୍ରଶଂସକ ମାନେ ଆଜି ମଧ୍ୟ ତାଙ୍କୁ ମନେ ପକାଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଭିନେତ୍ରୀଙ୍କର ଜଣେ ଭଉଣୀ ଅଛନ୍ତି, ଯିଏକି ବଲିଉଡରେ କାମ କରନ୍ତି । ତାଙ୍କ ଭଉଣୀଙ୍କ ନାମ କାୟନାତ ଅରୋଡ଼ା ଅଟେ । ସେ ଦିବ୍ୟାଙ୍କର ସମ୍ପର୍କିୟ ଭଉଣୀ ଅଟନ୍ତି । ଏବଂ ସୌନ୍ଦର୍ଯ୍ୟରେ ଦିବ୍ୟାଙ୍କ ଠାରୁ କମ୍ ନୁହେଁ ।

କାୟନାତ ଅରୋଡ଼ାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା । କାୟନାତ ଅରୋଡ଼ା ୧୦୦ କୋଟିର ବ୍ଲକବଷ୍ଟର କମେଡି ଚଳଚ୍ଚିତ୍ର ଗ୍ରାଣ୍ଡ ମସ୍ତିରେ ଡେବ୍ୟୁ କରିଥିଲେ । କାୟନାତ ଅରୋଡ଼ା ପିଲାଟି ଦିନରୁ ହିଁ ଅଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ବଲିଉଡରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇ ପାରିନଥିଲେ ।

ଆଜିକା ଦିନରେ ସେ ଅଭିନୟ ଦୁନିଆଁ ଠାରୁ ଦୂରେଇ ଅଛନ୍ତି । ଚଳଚ୍ଚିତ୍ରରେ ନିଜର ସାହସିକତା ଏବଂ ସୌନ୍ଦର୍ଯ୍ୟ ଦ୍ୱାରା କାୟନାତ ଦର୍ଶକଙ୍କୁ ନିଜର ଦିୱାନା କରି ଦେଇଥିଲେ । କାୟନାତ ଚଳଚ୍ଚିତ୍ର ସହିତ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି ।

ଏହାବ୍ୟତୀତ କାୟନାତ ଅକ୍ଷୟଙ୍କ ଚଳଚ୍ଚିତ୍ର ‘ଖଟା-ମିଠା’ରେ ଗୋଟିଏ ଆଇଟମ୍ ନମ୍ବର ‘ଆଇଲା ରେ ଆଇଲା’ ମଧ୍ୟ କରିଥିଲେ । ବଲିଉଡ ଚଳଚ୍ଚିତ୍ର ବ୍ୟତୀତ କାୟନାତ ପଞ୍ଜାବୀ, ମାଲାୟଲମ, ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ କାମ କରିସାରିଛନ୍ତି ।

୨୦୧୫ ମସିହାରେ ଆସିଥିବା ତେଲୁଗୁ ଚଳଚ୍ଚିତ୍ର ‘ଲୈଲା ଓ ଲୈଲା’ରେ କାୟନାତ ଲୈଲା ଭୂମିକାରେ ଦେଖିବାକୁ ମିଳିଥିଲେ । ଏକ ରିପୋର୍ଟ ଅନୁଯାୟୀ , ଗୋଟିଏ ସାକ୍ଷାତକାରରେ କାୟନାତ ଦିବ୍ୟା ଭାରତୀଙ୍କ ବିଷୟରେ କହିଥିଲେ ଯେ, ଏତେ ପ୍ରସିଦ୍ଧ ସମ୍ପର୍କୀୟ ହେବା ସର୍ବଦା ଲାଭଦାୟକ ହୋଇନଥାଏ ।

ସେ କହିଥିଲେ ଯେ, ମୁଁ ଦିବ୍ୟା ଭାରତୀଙ୍କୁ ବହୁତ ଭଲ ପାଏ କିନ୍ତୁ ସେ ମୋ ଭଉଣୀ ହେବା ଦ୍ୱାରା ମୋତେ କୌଣସି ଲାଭ ମିଳିଲା ନାହିଁ ବରଂ ବୋଝ ବଢିଯାଇଥାଏ ଯେ ଆପଣ ଦିବ୍ୟାଙ୍କର ଭଉଣୀ ଅଟନ୍ତି ଏବଂ ଲୋକମାନେ ଆପଣଙ୍କର ତୁଳନା କରିବା ଆରମ୍ଭ କରିଦିଅନ୍ତି । ତେବେ ବର୍ତ୍ତମାନ ସମୟରେ କାୟନାତ ଅରୋଡ଼ା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି ଏବଂ କ୍ରମାଗତ ଭାବରେ ନିଜର ଫୋଟ ପୋଷ୍ଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *