ଜଣାନ୍ତୁ, ପେଟ୍ରୋଲ ଲିଟର ପିଛା ୨୫ଟଙ୍କା ବଦଳରେ ଆମେ କାହିଁକି ୮୦-୯୦ଟଙ୍କା ଦେଇ କିଣନ୍ତି ।

ଜଣାନ୍ତୁ, ପେଟ୍ରୋଲ ଲିଟର ପିଛା ୨୫ଟଙ୍କା ବଦଳରେ ଆମେ କାହିଁକି ୮୦-୯୦ଟଙ୍କା ଦେଇ କିଣନ୍ତି ।

ଆମ ଦେଶରେ ପେଟ୍ରୋଲ-ଡିଜେଲକୁ ଯେଉଁ ଭଳି ତୀବ୍ର ବେଗରେ ବ୍ୟବହାର କରାଯାଏ, ସେଭଳି ହିଁ ବଡ଼ ଦେୟ ଏଥିପାଇଁ ଦେବାକୁ ପଡ଼ିଥାଏ । ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଦେଶରେ ପେଟ୍ରୋଲ-ଡିଜେଲର ବହୁତ ବଡ଼ ବ୍ୟବସାୟ ହୋଇଥାଏ । ଯଦି ଏହା ଶସ୍ତା ମଧ୍ୟ ହୋଇଯାଏ, ତେବେ କେବେ ୫ ପଇସା, କେବେ ୧୦ ପଇସା, କେବେ ୨୦ ପଇସା ପୁଣି କେବେ ୫୦ ପଇସା ହୋଇଥାଏ, ଯାହାର ବ୍ୟକ୍ତିଗତ ରୂପରେ ଆମକୁ କୌଣସି ଲାଭ ହୁଏ ନାହିଁ । କାରଣ ଏହା ଏତେ ବଡ଼ ମୁଲ୍ୟ ନୁହେଁ ଯେ ଯାହାଦ୍ୱାରା ଆମେ ଶାନ୍ତିର ନିଃଶ୍ବାସ ନେଇପାରିବା ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟରେ ହ୍ରାସତା ଦାଖଲ କରାଯାଇଥାଏ, ଏହା ସତ୍ତ୍ୱେ ମଧ୍ୟ ଆମକୁ ଏହାର ଲାଭ ମିଳିପାରେନାହିଁ । ବହୁତ କମ୍ ମୂଲ୍ୟରେ ମିଳୁଥିବା ଏହି ପେଟ୍ରୋଲ-ଡିଜେଲ ଟିକସ ଆଦି ଲାଗିବା ପରେ ଆମକୁ ଅତ୍ୟନ୍ତ ଦାମିକା ମୁଲ୍ୟରେ ବିକ୍ରି କରାଯାଇଥାଏ । ଯେତେବେଳେ ଆପଣ ପେଟ୍ରୋଲ-ଡିଜେଲର ପ୍ରକୃତ ମୁଲ୍ୟ ଜାଣିବେ, ସେତେବେଳେ ଆପଣ ଆପଣଙ୍କର ଦାନ୍ତ ତଳେ ଆଙ୍ଗୁଳି ପଶାଇ ଚୋବାଇଦେବେ । ତେବେ ଆସନ୍ତୁ ଜାଣିବା ଯେ କିପରି ୨୫ ଟଙ୍କାରେ ମିଳିବାକୁ ଥିବା ପେଟ୍ରୋଲ ଆମକୁ ୮୦-୯୦ ଟଙ୍କା ମୁଲ୍ୟରେ ବିକ୍ରି କରାଯାଇଥାଏ ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ, ଏଠାକାର ତାଜା ସୂଚନା ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲ ମୁଲ୍ୟ ୮୧ ଟଙ୍କା ୫୯ ପଇସା ଅଛି । ଏହାର ଏକ ବଡ଼ ଅଂଶ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟକୁ ଟିକସ ଆକାରରେ ଯାଇଥାଏ । ଆଇଓସିଏଲର ସରକାରୀ ୱେବସାଇଟରେ ଏହା ଦର୍ଶାଯାଇଛି ଯେ , ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ବେଶ୍ ମୁଲ୍ୟ ଅର୍ଥାତ ଏକ୍ସ ଫ୍ୟାକ୍ଟ୍ରି ମୁଲ୍ୟ ୨୫.୩୭ ଟଙ୍କା ଅଟେ । ଏଥିରେ ଆଗକୁ ବଢିଲେ, ଏଥିରେ ପରିବହନ ଖର୍ଚ୍ଚ ଅନ୍ତର୍ଭୁକ୍ତ କରିଦେଲେ , ଏହି ଟଙ୍କା ୨୫.୭୩ ହୋଇଯାଉଛି ।

ଆଗକୁ ଗଲେ ଆମେ ଜାଣିବା ଯେ, ଟିକସ ବିନା ଡିଲର ମାନଙ୍କୁ ପେଟ୍ରୋଲ ପାଇଁ ୨୫.୭୩ ଟଙ୍କା ଦେବାକୁ ପଡ଼ିଥାଏ ।ଏଥିରେ ବର୍ତ୍ତମାନ ୩୨.୯୮ ଟଙ୍କା ଏକ୍ସସାଇଜ ଡ୍ୟୁଟି ଆକାରରେ ଯୋଗ କରାଯିବ । ଏଥିସହିତ ରାଜ୍ୟ ସରକାରଙ୍କୁ ୧୮.୭୧ ଟଙ୍କା ଭେଟ ଏବଂ ଡିଲରଙ୍କ କମିଶନ ୩.୬୪ ଟଙ୍କା ଅନ୍ତର୍ଭୁକ୍ତ ରହିବ । ଏଭଳି ପରିସ୍ଥିତିରେ ୨୫.୩୭ ଟଙ୍କା ଯୁକ୍ତ ପେଟ୍ରୋଲର ମୋଟ ମୁଲ୍ୟ ୮୧.୦୬ ଟଙ୍କା ହୋଇଯାଉଛି । କହିରଖୁଛୁ ଯେ ଠିକ୍ ଏହି ସୂତ୍ର ମଧ୍ୟ ଡିଜେଲ ସହ ଲାଗୁ ହେବ ।

ଭାରତ ଅଶୋଧିତ ତେଲର ବଡ଼ ଆମଦାନୀକାରୀ:-

ସାରା ବିଶ୍ୱରେ ଭାରତ ଅଶୋଧିତ ତେଲର ବଡ଼ ଆମଦାନୀକାରୀ ଭାବରେ ଉପସ୍ଥିତ ରହିଛି । ସୂଚନା ଅନୁଯାୟୀ, ଭାରତ ଆମଦାନୀ ସାହାଯ୍ୟରେ ୮୫ ପ୍ରତିଶତ କ୍ଷତିପୂରଣ କରିପାରେ । କହିରଖୁଛୁ ଯେ, ଯେତେବେଳେ ଅଶୋଧିତ ମୂଲ୍ୟରେ ବୃଦ୍ଧି ଦାଖଲ କରାଯାଇଥାଏ, ସେତେବେଳେ ଭାରତକୁ କ୍ଷତି ସହିବାକୁ ପଡ଼ିଥାଏ ଏବଂ ଏଥିରେ ହ୍ରାସ ଦାଖଲ କରାଯିବା ଦ୍ୱାରା ଭାରତକୁ ଏହାର ଲାଭ ମିଳିଥାଏ । ଯେତେବେଳେ ତେଲ ଶସ୍ତା ହୋଇଥାଏ, ସେତେବେଳେ ଆମଦାନୀରେ କୌଣସି ଅଭାବ ହୁଏନାହିଁ, ତେବେ ଏହାଦ୍ବାରା ଦେଶର ବ୍ୟାଲେନ୍ସ ଅଫ ଟ୍ରେଣ୍ଡରେ ହ୍ରାସ ଦେଖିବାକୁ ମିଳିଥାଏ ।

ବ୍ୟାଲେନ୍ସ ଅଫ ଟ୍ରେଣ୍ଡରେ ହ୍ରାସର ଲାଭ ଟଙ୍କାରେ ଦୃଢ଼ତା ପ୍ରଦାନ କରିଥାଏ । ଏଥିରେ ଡଲାରକୁ ସେତେ ଲାଭ ମିଳିନଥାଏ , ଯେତେକି ଭାରତୀୟ ଟଙ୍କାକୁ ମିଳିଥାଏ । ଏହାର ଆଉ ଏକ ଲାଭ ହେଉଛି ଯେ, ଏହି ପରିସ୍ଥିତିରେ ଅଧିକ ଦାମ ରେ ଲଗାମ ଲଗାଯାଇଥାଏ ।

ଅଶୋଧିତ ତେଲର ମୂଲ୍ୟରେ ୧ ଡଲାରର ହ୍ରାସ, ପେଟ୍ରୋଲରେ ୫୦ ପଇସାର ସମାନତା:-

ପେଟ୍ରୋଲ-ଡିଜେଲ ଆଦିର ମୁଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରର ମୁଲ୍ୟ ଉପରେ ନିର୍ଭର କରିଥାଏ । ଯଦି ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତେଲର ମୂଲ୍ୟରେ ଏକ ଡଲାରର ହ୍ରାସ ଦାଖଲ କରାଯାଏ , ତେବେ ଏହାର ପ୍ରଭାବ ଏହା ହେବ ଯେ, ପେଟ୍ରୋଲ ମୁଲ୍ୟରେ ୫୦ ପଇସା ହ୍ରାସତା ଆସିଯିବ ।

Leave a Reply

Your email address will not be published. Required fields are marked *