ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ନାଙ୍କର ହେଲା ବ୍ରେକପ୍ ! ଜାଣନ୍ତୁ ବ୍ରେକପ୍ ପଛର କାରଣ

ପ୍ରସିଦ୍ଧ ଅଭିନେତା ଜ୍ୟାକି ଶ୍ରଫ୍ ହୁଏତ ଫିଲ୍ମ ଜଗତରେ ସକ୍ରିୟ ଓ ଚର୍ଚ୍ଚାରେ ନ ରହିଥାନ୍ତୁ, କିନ୍ତୁ ତାଙ୍କ ପୁଅ ଟାଇଗର ଏବଂ ଝିଅ କୃଷ୍ନା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଛନ୍ତି । ଉଭୟ ନିଜ ନିଜର ରିଲେସନକୁ ନେଇ ଖୁବ୍ ଚର୍ଚ୍ଚାରେ ରୁହନ୍ତି ।

ଗୋଟିଏ ପକ୍ଷରେ ଟାଇଗର ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କୁ ଡେଟ୍ କରୁଥିବାବେଳେ ତାଙ୍କ ଭଉଣୀ କୃଷ୍ନା ଅଷ୍ଟ୍ରେଲିଆରେ ରହୁଥିବା ଇବାନଙ୍କ ସହ ରିଲେସନରେ ଥିଲେ । ଏହି ସମୟରେ, ନଭେମ୍ବର ୧୩ରେ କୃଷ୍ନା ଓ ଇବାନଙ୍କର ବ୍ରେକପ୍ ହୋଇଥିଲା, ଯଦିଓ ଏହି ବ୍ରେକପ୍ ହେବାର କାରଣ ପ୍ରଥମେ ଜଣାପଡି ନଥିଲା, କିନ୍ତୁ ବ୍ରେକପ୍ ନେଇ ଇବାନ ବର୍ତ୍ତମାନ ବଡ଼ ଖୁଲାସା କରିଛନ୍ତି ।

ପ୍ରକାଶ ପାଇଛି ଯେ, କୃଷ୍ନା ଶ୍ରଫ ଆଜିକାଲି ତାଙ୍କ ବ୍ରେକପ୍ ବିଷୟରେ ବେଶ୍ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ, ସେମାନଙ୍କ ବିବାହ ସମ୍ପର୍କିତ ଖବରକୁ ନେଇ ବେଶ ଚର୍ଚ୍ଚା ହେଉଥିଲାବେଳେ ବର୍ତ୍ତମାନ ସେମାନଙ୍କ ବ୍ରେକପ୍ ହୋଇଯାଇଛି | କହି ରଖୁଛୁ ଯେ କୃଷ୍ନା ଏହି କିଛିଦିନ ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇବାନଙ୍କ ସମସ୍ତ ଫଟୋ ଡିଲିଟ୍ କରିଦେଇଛନ୍ତି । କେବଳ ଏତିକି ନୁହେଁ, ସେ ତାଙ୍କ ପ୍ରଶଂସକମାନଙ୍କୁ ଇବାନଙ୍କ ଫଟୋରେ ତାଙ୍କୁ ଟ୍ୟାଗ୍ ନ କରିବାକୁ ଅନୁରୋଧ କରିଛନ୍ତି ।

ବ୍ରେକପ୍ କାରଣରୁ କୃଷ୍ନା ବହୁତ ଭାଙ୍ଗି ପଡିଥିଲେ, ଯାହା ତାଙ୍କ ଅନୁରୋଧରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ବର୍ତ୍ତମାନ ଇବାନ ତାଙ୍କ ଅଫିସିଆଲ ଇନଷ୍ଟା ଆକାଉଣ୍ଟର ଷ୍ଟୋରୀରେ କିଛି ଏପରି ଲେଖିଛନ୍ତି ଯାହା ଉଭୟଙ୍କ ବ୍ରେକପ୍ ପଛର କାରଣକୁ ପ୍ରକାଶ କରିଛି । ଆସନ୍ତୁ ଜାଣିବା ଇବାନ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କ’ଣ ଲେଖିଛନ୍ତି |

ଏଥିପାଇଁ ହୋଇଥିଲା ଇବାନ-କୃଷ୍ନାଙ୍କ ବ୍ରେକପ୍:

ଇବାନ ଲେଖିଛନ୍ତି ଯେ ସମ୍ପର୍କ ଦୂରତା ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ, ପ୍ରେମ ସର୍ବଦା ଶାଶ୍ୱତ ହେବା ଉଚିତ । କହି ରଖୁଛୁ କି ଏହି ମାଧ୍ୟମରେ ଇବାନ କୃଷ୍ନାଙ୍କ ନାମ ନ ନେଇ କୃଷ୍ନାଙ୍କୁ ଟାର୍ଗେଟ୍ କରିଛନ୍ତି | ବର୍ତ୍ତମାନ କୃଷ୍ନା ଏହା ଉପରେ କ’ଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବାକୁ ହେବ ।

କହିରଖୁଛୁ ଯେ ଲକଡାଉନ୍ ସମୟରେ କୃଷ୍ନା ଶ୍ରଫ୍ ଏବଂ ଇବାନ ପରସ୍ପର ସହ ବହୁତ ସମୟ ଏକାଠି କାଟିଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଲିଭ୍-ଇନରେ ରହିଥିଲେ । ଏହି ସମୟ ମଧ୍ୟରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଦୁରେଇ ଯାଇଛନ୍ତି । ଏହି ଘଟଣା ଟି ଏଥିରୁ ଜଣା ପଡୁଛି ଯେ କୃଷ୍ନା ବର୍ତ୍ତମାନ ସୋସିଆଲ ମିଡିଆରେ ଇବାନଙ୍କୁ ଫଲୋ କରିବା ବନ୍ଦ କରି ଦେଇଛନ୍ତି ।

ଇବାନଙ୍କ ସହିତ ବ୍ରେକପ୍ ପୂର୍ବରୁ ଉଭୟଙ୍କ ବିବାହ ବିଷୟରେ ଚର୍ଚ୍ଚା କରାଯାଉଥିଲା, ଏହି ସମୟରେ ଉଭୟଙ୍କ ବ୍ରେକପ୍ ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଶକ୍ତ ଧକା ଦେଇଛି । ଆସନ୍ତୁ ଜାଣିବା ଯେ କୃଷ୍ନା ଏବଂ ଇବାନଙ୍କ ବ୍ରେକପ୍ ଖବର ନଭେମ୍ବର ୧୩ରେ ଆସିଥିଲା ​​।

କରୋନା ଲକଡାଉନ୍ ସମୟରେ ଦୁହେଁ ସେମାନଙ୍କର ପ୍ରଥମ ଆନିଭର୍ସରି ମଧ୍ୟ ପାଳନ କରିଥିଲେ । ଦୁହେଁ କିଛି ଦିନ ଏକାଠି ରହିବା ପରେ ଇବାନ ଅଷ୍ଟ୍ରେଲିଆ ଫେରିଯାଇଥିଲେ, ଏହା ପରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଆନିଭର୍ସରି ପାଳନ କରିଥିଲେ ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

ଜଣାଯାଏ ଯେ କୃଷ୍ନା ଶ୍ରଫ୍ ତାଙ୍କ ଭାଇ ଟାଇଗରଙ୍କ ଭଳି ଫିଟନେସ୍ ପାଇଁ ଯତ୍ନଶୀଳ । ଏଭଳି ପରିସ୍ଥିତିରେ ଉଭୟ ଭାଇଭଉଣୀଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହବାରେ ଲାଗିଛି, ଯେଉଁଥିରେ କୃଷ୍ନା ଏବଂ ଟାଇଗର କାମ କରୁଥିବା ଦେଖିବାକୁ ମିଳୁଛି ।

Be the first to comment

Leave a Reply

Your email address will not be published.


*