୭ ଏକରରେ ତିଆରି ସୁନ୍ଦର ଫାର୍ମ ହାଉସରେ ପରିବାର ସହିତ ରୁହନ୍ତି ଏମ.ଏସ.ଧୋନୀ, ଦେଖନ୍ତୁ କିପରି ଅତିବାହିତ କରନ୍ତି ବିଳାସପୂର୍ଣ୍ଣ ଜୀବନ !

ଭାରତୀୟ କ୍ରିକେଟ ଦଳର ପୂର୍ବତନ କପ୍ତାନ ମହେନ୍ଦ୍ର ସିଂହ ଧୋନି କ୍ରିକେଟ ଜଗତର ମହାନ ଖେଳାଳି ମଧ୍ୟରୁ ଜଣେ ଅଟନ୍ତି । ସାରା ବିଶ୍ୱରେ ତାଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି । ସଚିନ ତେନ୍ଦୁଲକରଙ୍କ ପରେ ଭାରତରେ କୌଣସି କ୍ରିକେଟରକୁ ଫ୍ୟାନ୍ସ ମାନଙ୍କ ଏତେ ଭଲପାଇବା ମିଳିଛି ତେବେ ନିଃସନ୍ଦେହ ସେ ହେଉଛନ୍ତି ଏମ.ଏସ.ଧୋନି । ଏମ.ଏସ.ଧୋନିଙ୍କୁ ତାଙ୍କ ଫ୍ୟାନ୍ସ ଓ ବନ୍ଧୁମାନେ ପ୍ରେମରେ ‘ମାହି’ ବୋଲି ଡାକନ୍ତି । ଫ୍ୟାନ୍ସ ମାନଙ୍କ ମଧ୍ୟରେ ଧୋନି ବହୁତ ଲୋକପ୍ରିୟ ଅଟନ୍ତି ।

ଆଇପିଏଲ ସିରିଜ୍ ଶେଷ ହେବା ପରେ ମାହି ବର୍ତ୍ତମାନ ନିଜ ସ୍ତ୍ରୀ ଓ ଝିଅ ଜୀବା ଧୋନିଙ୍କ ସହିତ ଦୁବାଇରେ ଛୁଟି କାଟୁଛନ୍ତି । ୧୯ ନଭେମ୍ବରଙ୍କୁ ସାକ୍ସି ନିଜର ୩୨ ତମ ଜନ୍ମଦିନ ଦୁବାଇରେ ପାଳନ କଲେ ।

ସେହିପରି କେପ୍ଟେନ କୁଲ୍ ବିଷୟରେ ଆଲୋଚନା କରିବା ତେବେ ଧୋନି ‘କୁଲ୍ ଲାଇଫ’ ଅତିବାହିତ କରିବାକୁ ପସନ୍ଦ କରନ୍ତି । ସେ ପ୍ରସିଦ୍ଧି ମାମଲାରେ କୌଣସି ବଲିଉଡ଼ କଳାକାର ଠାରୁ କମ୍ ନୁହଁନ୍ତି । ଧୋନି ଜଣେ କ୍ରିକେଟ ଷ୍ଟାର୍ ଅଟନ୍ତି ଓ ଷ୍ଟାର ଭଳି ହିଁ ଜୀବନ ବିତାନ୍ତି । ବହୁତ ଷ୍ଟାଇଲିସ୍ ଧୋନୀଙ୍କ ଲାଇଫ ଷ୍ଟାଇଲ ମଧ୍ୟ ଖୁବ୍ ଷ୍ଟାଇଲିସ୍ ଅଟେ ।

ଧୋନି ନିଜ ପରିବାର ସହିତ ଯେଉଁ ଘରେ ରୁହନ୍ତି ସେହି ଘରର ନାମ ‘କୈଳାସ ପତି’ ଅଟେ । ଏହି ଘରକୁ ଯଦି ଘର ନକହି ମହଲ କହିବା ତେବେ କିଛି ଭୁଲ୍ ହେବ ନାହିଁ ।

ସ୍ତ୍ରୀ ସାକ୍ସି ଓ ଝିଅ ଜୀବାଙ୍କ ସହିତ ଧୋନି ରାଞ୍ଚିସ୍ଥିତ ନିଜର ସୁନ୍ଦର ଫାର୍ମ ହାଉସରେ ରୁହନ୍ତି । ବାହାରୁ ଏପରି ଦେଖାଯାଏ ଧୋନୀଙ୍କ ମହଲ ଭଳି ଫାର୍ମ ହାଉସ୍ ।

ଏହି ଫାର୍ମ ହାଉସ୍ ୭ ଏକର ପ୍ରସାରିତ ହୋଇ ରହିଛି । ଧୋନୀଙ୍କ ଫାର୍ମ ହାଉସ୍ ରାଞ୍ଚିର ରିଙ୍ଗରେ ଅବସ୍ଥିତ । ୨୦୧୭ରେ ଧୋନି ନିଜର ଏହି ସୁନ୍ଦର ଫାର୍ମ ହାଉସକୁ ସ୍ଥାନାନ୍ତରିତ ହୋଇଛନ୍ତି ।

୭ ଏକରରେ ତିଆରି ଫାର୍ମ ହାଉସକୁ ଧୋନି ନିଜ ପସନ୍ଦ ଓ ଆବଶ୍ୟକତା ହିସାବରେ ତିଆରି ଓ ଡିଜାଇନ କରାଇଛନ୍ତି ।

ଆପଣଙ୍କୁ ଧୋନୀଙ୍କ ଲିଭିଂ ହଲ୍ ଆଡ଼କୁ ନେଇ ଯାଉଛୁ । ଅଟେ ନା ଖୁବ୍ ସୁନ୍ଦର । ବଡ଼ ବଡ଼ ଝୁମର, ଦାମୀକିଆ ଓ ଆରାମଦୟକ ସୋଫା, ମୂଲ୍ୟବାନ କାର୍ପଟେ ଓ ଲଗଜରି ଆର୍ଟ ବସ୍ତୁରେ ତିଆରି ଧୋନୀଙ୍କ ଲିଭିଂ ହଲର ଭବ୍ୟତା ଦେଖିବାକୁ ଖୁବ୍ ସୁନ୍ଦର ।

ଲିଭିଂ ରୁମରେ ଗୋଟିଏ ପଟେ ମାଠିଆ ରଙ୍ଗର ସୋଫା ରହିଛି । ଯେବେକି ଅନ୍ୟପକ୍ଷରେ କମଳା ରଙ୍ଗର ସୋଫା ସବୁ ସଜେଇ ରଖାଯାଇଛି ।

ଧୋନୀଙ୍କ ଘରର ଏହି କୋଣ ଦେଖାଯାଏ ସବୁଠାରୁ ଅଧିକ ସୁନ୍ଦର।

ଧୋନୀଙ୍କ ଘରର କୋଣ ଅନୁକୋଣରେ ଭବ୍ୟତା ଓ ଆଧୁନିକତାର ସଙ୍ଗମ ଦେଖିବାକୁ ମିଳେ ।

ଧୋନି ନିଜର ଅତିଥି ସେବା ପାଇଁ ମଧ୍ୟ ବେଶ୍ ପରିଚିତ । ଏହା ଅଟେ ଧୋନୀଙ୍କ କିଙ୍ଗ ସାଇଜ୍ ଡାଇନିଂ ଟେବୁଲ । ଧଳା ମାର୍ବଲ ଥିବା ଏହି ଡାଇନିଂ ଟେବୁଲର ଚେୟାର ଗୁଡ଼ିକ ମଧ୍ୟ ବହୁତ ଷ୍ଟାଇଲିସ୍ ଅଟେ । ଏକ ସମୟରେ କିଛି ଅତିଥି ଏଠାରେ ବସି ଭୋଜନ ମଧ୍ୟ କରନ୍ତି ।

ତାଙ୍କ ଘରର ଚତୁର୍ଦିଗ ଶସ୍ୟ ଶ୍ୟାମଳ ଓ ଖୁବ୍ ସୁନ୍ଦର ବଗିଚାରେ ଘେରି ରହିଛି । ଯେଉଁ ଆଡ଼କୁ ନଜର ପକେଇବା ସେଠାରେ ଏକ ପ୍ରକୃତିର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ ।

ନିଜ ଫାର୍ମ ହାଉସରେ ଧୋନି ଭିନ୍ନ ଭିନ୍ନ କିସମର ଫଳ ଓ ଫୁଲ ଗଛ ଲଗାଯାଇଛି । ଦୂର ଦୂର ପର୍ଯ୍ୟନ୍ତ ଘାସର ପଡ଼ିଆ ଦେଖିବାକୁ ମିଳେ ।

ଜୀବା ମଧ୍ୟ ନିଜ ବଗିଚାରେ ଖୁବ୍ ମଜା କରନ୍ତି ।

ବଗିଚାରେ ଆରାମ କରିବା ପାଇଁ ମଧ୍ୟ ଧୋନି ଏଠାରେ ସୋଫା ଲଗାଇଛନ୍ତି ।

ଧୋନି ନିଜର ଏହି ଲେବିଷ ଫାର୍ମ ହାଉସରେ ସ୍ୱିମିଙ୍ଗ ପୁଲ୍, ଜିମ୍ ଓ ଅନେକ ପ୍ରକାର ଖେଳ ପାଇଁ ଇନଡୋର ଷ୍ଟାଡିୟମ୍ ମଧ୍ୟ ତିଆରି କରାଇଛନ୍ତି ।

ନିଜ ଘରର କିଛି ଫଟୋ ଓ ଭିଡ଼ିଓ ଧୋନି ଓ ସାକ୍ଷୀ ଇଂଷ୍ଟାଗ୍ରାମରେ ସେୟାର କରନ୍ତି ।

ଏହି ଭିଡ଼ିଓରେ ତାଙ୍କୁ ନିଜ ପୋଷା କୁକୁର ସହିତ ମଜା କରୁଥିବାର, ବାଇକ୍ ଚଳାଉଥିବାର ଦେଖିପାରିବା ।

ଏହା ଅଟେ ଧୋନିର ଘରର ସବୁଠାରୁ ବିଶେଷ ଅଂଶ । ଧୋନିଙ୍କୁ ବାଇକ ଓ ଗାଡ଼ି କେତେ ପ୍ରିୟ ଏହା କାହାଠାରୁ ଲୁଚି ନାହିଁ ।

ନିଜ ଘରେ ଧୋନି ଗାଡି ଓ ବାଇକ୍ ପାଇଁ ଏକ ଭିନ୍ନ ପାର୍କିଂ ତିଆରି କରିଛନ୍ତି । ବେକଗ୍ରାଉଣ୍ଡରେ ଆପଣ କାଚର ସେହି ହଲରେ ତାଙ୍କ ଲଗ୍ଜରୀ ବାଇକର ଝଲକ୍ ମଧ୍ୟ ଦେଖିପାରିବେ ।

ମୋଟାମୋଟି ଏମ.ଏସ.ଧୋନି ଓ ସାକ୍ଷୀଙ୍କ ଘର କୌଣସି ସୁନ୍ଦର ସ୍ବପ୍ନର କମ୍ ନୁହେଁ ।

Be the first to comment

Leave a Reply

Your email address will not be published.


*