ଯେତେବେଳେ ଶର୍ମିଳା ଟେଗୋର କରିନା କପୂରଙ୍କୁ କହିଥିଲେ – ଯେତେବେଳେ ବିରାଟ ଓ ଅନୁଷ୍କାଙ୍କ ସନ୍ତାନ ହେବ ତେବେ ତୈମୁରଙ୍କୁ କରି ଦିଆଯିବ ଅଣଦେଖା !

ଶର୍ମିଳା ଟେଗୋର ଥରେ କରିନା କପୂର ଖାନଙ୍କୁ ଶୋ’ରେ କହିଥିଲେ ଯେ ଯେତେବେଳେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଛୁଆ ଜନ୍ମ ହେବ ତେବେ ସମସ୍ତେ ତୈମୁର ଅଲି ଖାନଙ୍କୁ ଭୁଲିଯିବେ । ବାସ୍ତବରେ, ଶର୍ମିଳାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା କରିନାଙ୍କ ଟକ୍ ଶୋ ନୋ ଫିଲଟର ନେହାଙ୍କ ଅଟେ । କରିନା ଶର୍ମିଳାଙ୍କୁ ନାତି ତୈମୁରକୁ ମିଳୁଥିବା ଏଟେନ୍ସନ ବିଷୟରେ ପଚାରିଥିଲେ ।

ଶର୍ମିଳା ଏହା ଉପରେ କହିଥିଲେ, ‘ସୋସିଆଲ ମିଡ଼ିଆ ଏକ ଚିନ୍ତାର ବିଷୟ ଅଟେ । ଆପଣଙ୍କ ଛୁଆ ଅନେକ କଥା ଶିଖେ । ଆପଣ ଏହାକୁ ନିୟନ୍ତ୍ରଣ କରିପାରିବ ନାହିଁ । ଯେତେବେଳେ ସେ ବଡ଼ ହୋଇଯିବ ତେବେ ସେ ନିଜକୁ ସୋସିଆଲ ମିଡ଼ିଆରେ ଆସିବ ।’

ଶର୍ମିଳା ଆଗକୁ କହିଥିଲେ ଯେ, ‘ମୋତେ ଲାଗେ ଯେ ସୋସିଆଲ ମିଡ଼ିଆ ପ୍ରଥମେ ଆପଣଙ୍କୁ ବହୁତ ଉପରକୁ ଉଠାଇ ଦିଏ ଓ ପରେ ତଳେ ପକାଇ ଦିଏ । କାଲି ଯେତେବେଳେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ସନ୍ତାନ ହେବ ସେତେବେଳେ ତୈମୁରଙ୍କୁ ସମସ୍ତେ ଭୁଲିଯିବେ ।’

ଶର୍ମିଳା ଏହି ଶୋ’ରେ କରିନାଙ୍କ ପ୍ରଶଂସା କରି କହିଥିଲେ ଯେ, ମୋତେ ପସନ୍ଦ ଯେ ଯେତେବେଳେ ସେ ନିଜର ବ୍ୟସ୍ତ ସମୟରେ ମଧ୍ୟ ମୋ ସହିତ ଯୋଗାଯୋଗ କରି ରୁହନ୍ତି । ଯଦି ମୁଁ ତାକୁ ମ୍ୟାସେଜ୍ ପଠାଏ ତେବେ ସେ ତୁରନ୍ତ ତାହାର ରିପ୍ଲାଏ କରନ୍ତି । ସେପକ୍ଷରେ ସୈଫ ଓ ସୋହା ସମୟ ସମୟରେ ରିପ୍ଲାଏ କରନ୍ତି । ମୁଁ ଯେତେବେଳେ ଘରକୁ ଆସେ ଓ କିଛି ମଧ୍ୟ ଖାଇବା ପାଇଁ ମାଗେ ତେବେ କରିନା ତାହାକୁ ପୂରଣ କରନ୍ତି ।

ଶର୍ମିଳା ଆଗକୁ କୁହନ୍ତି ଯେ ମୋତେ ସ୍ମରଣ ଅଛି କେ ଯେତେବେଳେ ୨୨ ତାରିଖକୁ ଟାଇଗରଙ୍କ ନିଧନ ହୋଇଥିଲା ସେତେବେଳେ କରିନା ପରିବାର ପ୍ରତି ବହୁତ ସହଯୋଗୀ ଥିଲେ । ସମ୍ପର୍କ ରୂପେ ଆଲୋଚନା କରିବା ତେବେ କରିନା ବହୁତ ଭଲ ଅଟନ୍ତି ।

Be the first to comment

Leave a Reply

Your email address will not be published.


*