୨୨ ବର୍ଷୀୟ ଏହି ବ୍ୟକ୍ତିଙ୍କର ଅଛନ୍ତି ୩ଟି ପତ୍ନୀ ଏବଂ ୪ଟି ସନ୍ତାନ, ବର୍ତ୍ତମାନ ଚତୁର୍ଥ ପତ୍ନୀ ସନ୍ଧାନରେ ସାହାଯ୍ୟ କରୁଛନ୍ତି ପତ୍ନୀ ମାନେ…

ଆଜିକାଲିର ନୂତନ ପିଢ଼ି ଶୀଘ୍ର ବିବାହ କରିବା ଉପରେ ବିଶ୍ବାସ ରଖନ୍ତି ନାହିଁ । ଯେକେହିବି ପ୍ରଥମେ ପଢ଼ା ସାରି ନିଜ କ୍ୟାରିଅର ବନାଇବାରେ ଲାଗି ପଡ଼ୁଛନ୍ତି କିନ୍ତୁ ପାକିସ୍ତାନର ଜଣେ ଯୁବକଙ୍କ କାହାଣୀ ପ୍ରାୟ ସମସ୍ତଙ୍କ ଠାରୁ ଅଲଗା ଅଟେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଶୁଣିବା ପରେ ହୁଏତ ଆପଣ ମଧ୍ୟ ଚିନ୍ତାରେ ପଡ଼ିଯିବେ । ବର୍ତ୍ତମାନ ସୁଦ୍ଧା ସେ ତିନୋଟି ବିବାହ କରି ସାରିଛନ୍ତି ଏବଂ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ କରୁଥିବା କଥା ଏହା ଯେ, ବର୍ତ୍ତମାନ ସେ ଚତୁର୍ଥ ବିବାହ କରିବାକୁ ଚାହୁଁଛନ୍ତି । ଯେଉଁଥିରେ ତାଙ୍କର ତିନି ଜଣ ପତ୍ନୀ ତାଙ୍କର ଚତୁର୍ଥ ସ୍ତ୍ରୀ ଖୋଜିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି ।

ଖବର ଅନୁସାରେ ଅଦନାନଙ୍କ ପ୍ରଥମ ବିବାହ ୧୬ ବର୍ଷ ବୟସରେ ହୋଇ ସାରିଥିଲା । ଅଦନାନ ସିୟାଲକୋଟ ପାକିସ୍ତାନର ବାସିନ୍ଦା ଅଟନ୍ତି । ଯେତେବେଳେ ତାଙ୍କ ବିବାହ ହୋଇଥିଲା ସେତେବେଳେ ସେ ପାଠ ପଢ଼ୁଥିଲେ । ୨୦ ବର୍ଷ ବୟସରେ ସେ ଦ୍ୱିତୀୟ ବିବାହ କରିଥିଲେ ଏବଂ ନିଜର ତୃତୀୟ ବିବାହ ସେ ଏକ ବର୍ଷ ପୂର୍ବରୁ କରିଛନ୍ତି । ଅଦନାନଙ୍କର ତିନି ପତ୍ନୀଙ୍କ ନାମ ” S ” ଅକ୍ଷରରୁ ଆରମ୍ଭ ହୋଇଥାଏ । ସେହି ତିନି ଜଣଙ୍କ ମଧ୍ୟରେ ଏହି ଖାସ୍ କଥା ରହିଛି । ଅଦନାନଙ୍କ ତିନି ପତ୍ନୀଙ୍କ ନାମ ଶୁମ୍ବଲ, ଶୁବାନା ଏବଂ ଶାହିଦା । ତେଣୁ ଅଦନାନ ନିଜର ଚତୁର୍ଥ ପତ୍ନୀ ମଧ୍ୟ S ନାମରେ ଖୋଜୁଛନ୍ତି ।

ଅଦନାନ ନିଜ ବିଷୟ କହିଥିଲେ ଯେ ସେ କିପରି ତାଙ୍କର ତିନି ପତ୍ନୀଙ୍କୁ ସମ୍ଭାଳି ଥାଏ । ସେ କହିଛନ୍ତି ଯେ ମୁଁ ତିନି ଜଣଙ୍କ ପାଇଁ ଏକା ସାଥିରେ ଡ୍ରେସ୍ କିଣିଥାଏ । ଆମେ ସାଥିରେ ଖାଇଥାଉ ଏବଂ ସାଥିରେ ହିଁ ସବୁକିଛି କରିଥାଉ । ନିଜର ପ୍ରତି ମାସର ଖର୍ଚ୍ଚ ବିଷୟରେ କହି ସେ କହିଥିଲେ ଯେ ପ୍ରତି ମାସ ୧ ଲକ୍ଷ କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ ହୋଇଥାଏ । ଅଦନାନ ନିଜର ବିଜନେସ୍ ବିଷୟରେ ଏହା କହିଥିଲେ ଯେ ସେ ସ୍ପୋଟ୍ସ କାରକୁ କିଣା ବିକା କାର୍ଯ୍ୟ କରିଥାନ୍ତି । ସେ କହିଛନ୍ତି ଯେ ବିବାହ ପରେ ବିଜନେସରେ ତାଙ୍କୁ ଅଧିକ ଉନ୍ନତି ମିଳିଛି । ତିନି ଜଣ ପତ୍ନୀଙ୍କ ସମେତ ଅଦନାନଙ୍କର ଚାରିଜଣ ସନ୍ତାନ ମଧ୍ୟ ଅଛନ୍ତି ।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ତ ଅନେକ ଝଗଡ଼ା ରହିଥାଏ କିନ୍ତୁ ଅଦନାନ ଏହି ମାମଲାରେ ଖୁବ୍ ଭାଗ୍ୟଶାଳୀ ଅଟନ୍ତି । କାରଣ ତାଙ୍କର ତିନି ଜଣ ପତ୍ନୀ କେବେବି ପରସ୍ପର ମଧ୍ୟରେ ଝଗଡ଼ା କରନ୍ତି ନାହିଁ ଏବଂ ତାଙ୍କ ମଧ୍ୟରେ କାହାରିକୁ ନେଇ କୌଣସି ପ୍ରକାରର ଇର୍ଷା ନାହିଁ । ତାଙ୍କର ପ୍ରଥମ ସ୍ତ୍ରୀ ଶୁମ୍ବଲ ତାଙ୍କୁ ଦ୍ୱିତୀୟ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ । ତାଙ୍କର ଦ୍ଵିତୀୟ ପତ୍ନୀ ଶୁବାନା, ଶାହିଦାଙ୍କୁ ବିବାହ କରିବାର ଅନୁମତି ଦେଇଥିଲେ ଏବଂ ସେହି ତିନିଜଣ ପତ୍ନୀ ବର୍ତ୍ତମାନ ଚତୁର୍ଥ ପତ୍ନୀଙ୍କ ସନ୍ଧାନ କରୁଛନ୍ତି ।

ହୁଏତ ଅଦନାନଙ୍କ ଭଳି ଅନେକ ମୁସଲିମ ଯୁବକ ଯେଉଁମାନେ ଅକଧିକ ବିବାହ କରିସାରିଛନ୍ତି । ଏହାର କାରଣ ତାଙ୍କର ପତ୍ନୀ ମାନେ ଅଟନ୍ତି । ଯେଉଁମାନେ ପରସ୍ପର ସହିତ ସ୍ୱାମୀଙ୍କୁ ବାଣ୍ଟି ଖୁସି ଅଛନ୍ତି ଏବଂ ନିଜର ହକ୍ ଚତୁର୍ଥ ପତ୍ନୀଙ୍କୁ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏହା ଦେଖିବାର ଅଛି ଯେ ଅଦନାନଙ୍କୁ ତାଙ୍କର ଚତୁର୍ଥ ପତ୍ନୀଙ୍କ ସପକ୍ଷ ମିଳୁଛି କି ନାହିଁ ।

Be the first to comment

Leave a Reply

Your email address will not be published.


*