ଫେସବୁକ୍ ଲାଇଭରେ ପତ୍ନୀଙ୍କ ମୃତ୍ୟୁରେ ଦୁଃଖି ପତି ଟ୍ରେନକୁ ଡେଇଁ କଲେ ଆତ୍ମହତ୍ୟା !

ମହାରାଷ୍ଟ୍ରର ଜାଲଗାଁଓରୁ ଏକ ଦୁଃଖଦ ଖବର ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା କରିଛନ୍ତି । ଏହି ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ଫେସବୁକର ଲାଇଭ ଭିଡିଓରେ ଏକ ବାର୍ତା ଛାଡିଥିଲେ ।

ଦୀପାବଳି ପୂର୍ବରୁ ଏହି ବ୍ୟକ୍ତିଙ୍କ ପତ୍ନୀ ବିଷ ସେବନ କରି ଅତମହତ୍ୟା କରିଥିଲେ । କୁହାଯାଉଛି ଯେ ଉଭୟ ପ୍ରେମ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏହି ଘଟଣା ଯୋଗୁଁ ପରିବାରରେ ଶୋକାକୁଳ ବାତାବରଣ ଖେଳିଯାଇଇଛି ।

ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ପ୍ରମୋଦ ଶେଟ୍ ବୋଲି ଜଣାପଡିଛି । ମଙ୍ଗଳବାର ମରିବାର କିଛି ମୁହୂର୍ତ୍ତ ପୂର୍ବରୁ ପ୍ରମୋଦ ଚଳନ୍ତା ଟ୍ରେନର ଦ୍ୱାରରେ ଠିଆ ହୋଇ ଏକ ଲାଇଭ ଭିଡିଓ ଜାରି କରିଥିଲେ ।

ମଙ୍ଗଳବାର ଅପରାହ୍ନରେ ପ୍ରମୋଦ ଶେଟଙ୍କ ମୃତଦେହ ରେଳଧାରଣାରୁ ଜବତ କରାଯାଇଥିଲା । ଟ୍ରେନରୁ ଡେଇଁପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ୍ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

ପ୍ରମୋଦ ଫେସବୁକ୍ ଲାଇଭ୍ ମାଧ୍ୟମରେ ପିତାମାତାଙ୍କୁ ପଠାଇଥିବା ବାର୍ତ୍ତାରେ କହିଛନ୍ତି ଯେ ମୁଁ ମୋର ଚେହେରା ନ ଦେଖାଇ ଆତ୍ମହତ୍ୟା କରୁଛି । ଏହି ପଦକ୍ଷେପ ନେବାର କାରଣ ମୋ ପତ୍ନୀ ଆଉ ଏହି ଦୁନିଆରେ ନାହାଁନ୍ତି ।

Be the first to comment

Leave a Reply

Your email address will not be published.


*