ଏହି ପ୍ରଶ୍ନର ଉତ୍ତର ଦେବା ଦ୍ଵାରା ମିଳୁଛି ଶାହରୁଖ ଖାନଙ୍କ ବଙ୍ଗଳାରେ ରହିବାର ସୁଯୋଗ, ଏହିପରି ଭାବରେ କରିପାରିବେ ସ୍ୱପ୍ନକୁ ପୂରଣ !

ବଲିଉଡର କିଙ୍ଗ ଖାନ୍ ତଥା ଶାହରୁଖ ଖାନ୍ ପ୍ରିୟ କଳାକାର ମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରଶଂସକମାନେ ତାଙ୍କ ସହିତ ସେଲଫି ନେବା ପାଇଁ ତାଙ୍କର ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି । କେବଳ ଏତିକି ନୁହେଁ, ମୁମ୍ବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ଅବସ୍ଥିତ ତାଙ୍କ ବଙ୍ଗଳା ବାହାରେ ଠିଆ ହୋଇଥିବା ପ୍ରଶଂସକମାନେ ବହୁତ ସେଲଫି ନେଇଥାନ୍ତି । ଲୋକଙ୍କୁ ଇଛା ହୁଏକି ସେ ଗୋଟିଏ ଥର ଶାହରୁଖ ଖାନଙ୍କ ବଙ୍ଗଳାକୁ ଭିତରୁ ଦେଖନ୍ତୁ । ପ୍ରଶଂସକମାନେ ଅନେକଥର ସୋସିଆଲ ମିଡିଆରେ ଇଛା ମଧ୍ୟ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଘରେ ରହିବାର ଏକ ସୁବର୍ଣ୍ଣ ସୁଯୋଗ ମିଳୁଛି । ପତ୍ନୀ ଗୌରୀ ଖାନ୍ ଦେଲେ ଅଫର…

ନିଜର ପ୍ରିୟ ତାରକା ଶାହରୁଖ ଖାନଙ୍କ ବଙ୍ଗଳାରେ ରହିବା ପ୍ରଶଂସକଙ୍କ ସ୍ୱପ୍ନ ବର୍ତ୍ତମାନ ପୂରଣ ହୋଇପାରେ । ଏହି ସୁଯୋଗ ଆଉ କେହି ନୁହେଁ ବରଂ ପତ୍ନୀ ଗୌରୀ ଖାନ୍ ନିଜେ ଦେଉଛନ୍ତି । ସେ ଏହି ସୁବର୍ଣ୍ଣ ସୁଯୋଗ ଭାଲେନଟାଇନ୍ସ ଦିନ ୨୦୨୧ରେ ଦେଉଛନ୍ତି । ଯେଉଁଥିରେ ଯିଏବି ୨ଟି ରାତି ଶାହରୁଖଙ୍କ ଦିଲ୍ଲୀ ସ୍ଥିତ ବଙ୍ଗଳାରେ କାଟିପାରିବ ।

ଗ୍ଲଫ ନ୍ୟୁଜର ରିପୋର୍ଟ ଅନୁଯାୟୀ ଶାହରୁଖ-ଗୌରୀ ଘର ଦେଉଥିବା ସଂସ୍ଥା ଏୟାରବିଏନବି ସହିତ ହାତ ମିଳେଇବା ସହ ଏକ ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ପ୍ରଶଂସକମାନଙ୍କୁ ୩୦ ନଭେମ୍ବର ପଯ୍ୟନ୍ତ କେବଳ ଏହା କହିବାକୁ ହେବ ଯେ ତାଙ୍କ ପାଇଁ ଓପନ ଆର୍ମ ଓଏଲକମର କ’ଣ ଗୁରୁତ୍ୱପୂର୍ଣ୍ଣ ଅଟେ ।

କୁହାଯାଉଛି କି ସବୁଠାରୁ ଅଧିକ ସୃଜନଶୀଳ ଉତ୍ତର ଦେବା ଲୋକକୁ ସାଉଥ ଦିଲ୍ଲୀର ଏହି ବିଳାଶପୂର୍ଣ୍ଣ ଘରେ ୧୩ ଏବଂ ୧୪ ଫେବୃଆରୀକୁ ରହିବାର ସୁଯୋଗ ମିଳିବ ।

କହିଦଉଛୁ ଶାହରୁଖ ନିଜର ଇଂଷ୍ଟାଗ୍ରାମରେ ଦିଲ୍ଲୀ ସ୍ଥିତ ବଙ୍ଗଳାର କିଛି ଭିତର ଫଟୋ ମଧ୍ୟ ସେୟାର କରିଛନ୍ତି । ଯାହାକି ଭିତରୁ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି ।

ଗୌରୀଙ୍କ ପିତା ଶାହରୁଖଙ୍କୁ ଘରୁ ବାହାର କରିଦେଇଥିଲେ ଏବଂ ଯାଉ ଯାଉ ଅଭିନେତା କିଛି ଏପରି କହିଥିଲେ କି ଅଭିନେତ୍ରୀଙ୍କ ମାଁ ଶାହରୁଖଙ୍କ ଉପରେ ଫିଦା ହୋଇଯାଇଥିଲେ ।

ଦିଲ୍ଲୀର ଏହି ଘରର ଇଣ୍ଟିରିୟର ଗୌରୀ ଖାନ୍ ନିଜେ କରିଛନ୍ତି । ସେ କହିଛନ୍ତି କି ଏହି ଘର ଶାହରୁଖ ଏବଂ ତାଙ୍କର ଏପଯ୍ୟନ୍ତର ଯାତ୍ରା, ପ୍ରେମ ଏବଂ ପରିବାରର ଆଗକୁ ବଢିବାର ୩୦ ବର୍ଷର ପୂରା କାହାଣୀ କହିଥାଏ ।

ଏହି ଘରେ ଗୌରୀ ଏବଂ ଶାହରୁଖ ନିଜର କିଛି ଅଭୁଲା ମୁହୂର୍ତ୍ତ ବଞ୍ଚେଇ ରଖିଛନ୍ତି ଏବଂ ଏହାକୁ ଏକ କାନ୍ଥରେ ସେୟାର କରିଛନ୍ତି । ଯଦି ଆପଣ ମଧ୍ୟ ଶାହରୁଖଙ୍କ ପ୍ରଶଂସକ ଅଟନ୍ତି ତେବେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

Be the first to comment

Leave a Reply

Your email address will not be published.


*