IAS ଦମ୍ପତ୍ତି ଟୀନା ଡ଼ାବି ଏବଂ ଅତହର ଖାନଙ୍କ ମଧ୍ୟରେ ହେବ ଛାଡପତ୍ର ! ଜୟପୁର କୋର୍ଟରେ ଛାଡ଼ପତ୍ର ପାଇଁ କଲେ ଆବେଦନ ।

୨୦୧୫ ମସିହାରେ ୟୁପିଏସସିରେ ଶୀର୍ଷ ସ୍ଥାନ ହାସଲ କରିଥିବା ଆଇଏଏସ ଅଫିସର ଟୀନା ଡ଼ାବି ଏବଂ ତାଙ୍କର ଆଇଏଏସ ସ୍ୱାମୀ ଅତହର ଖାନ୍ ଜୟପୁରର ଫ୍ୟାମେଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଦୁହେଁ ପାରସ୍ପରିକ ସହମତି ଦ୍ୱାରା ଛାଡ଼ପତ୍ର ଦେବାର ନିଷ୍ପତ୍ତି ନେଇଛନ୍ତି । ୨୦୧୮ ମସିହାରେ ଏମାନଙ୍କର ବିବାହ ହୋଇଥିଲା । ଅତହର ଖାନ୍ କାଶ୍ମୀରୀ ପରିବାରର ଅଟନ୍ତି ।

ଯେଉଁ ବର୍ଷ ଟୀନା ୟୁପିଏସସିରେ ଶୀର୍ଷ ସ୍ଥାନ ହାସଲ କରିଥିଲେ, ସେହିବର୍ଷ ଅତହର ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । କୁହାଯାଏ ଯେ, ତାଲିମ୍ ସମୟରେ ଟୀନା ଏବଂ ଅତହର ପରସ୍ପରର ପାଖାପାଖି ହୋଇଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟେ ରାଜସ୍ଥାନ କ୍ୟାଡ଼ରର ଅଫିସର ଅଟନ୍ତି ଏବଂ ଏମାନଙ୍କୁ ଜୟପୁରରେ ପୋଷ୍ଟିଂ ମିଳିଛି ।

ଟୀନା ନିଜ ନାମରୁ ହଟାଇ ଦେଇଥିଲେ ଖାନ୍:-

କିଛି ସମୟ ପୂର୍ବରୁ ଟୀନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ନିଜ ନାମରୁ ଖାନ୍ ଉପନାମ ହଟାଇ ଦେଇଥିଲେ । ଏହି କାରଣରୁ ଅତହର ମଧ୍ୟ ଟୀନାଙ୍କୁ ସୋସିଆଲ ମିଡିଆରେ ଅନଫୋଲୋ କରି ଦେଇଥିଲେ । ଏହା ପରଠାରୁ ହିଁ ଦୁହିଁଙ୍କର ବିବାହକୁ ନେଇ ଅନୁମାନ କରାଯାଉଥିଲା । ୨୦୧୮ ମସିହାରେ ଦୁହିଙ୍କର ବିବାହ ଚର୍ଚ୍ଚାରେ ଥିଲା । ଅନେକ ରାଜନେତା ଆଇଏଏସ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ । ଯେତେବେଳେ କି ହିନ୍ଦୁ ମହାସଭା ଏହି ବିବାହକୁ ପ୍ରେମ ଜିହାଦ ବୋଲି କହିଥିଲେ ।

ଭୋପାଳରେ ଜନ୍ମ ହୋଇଛନ୍ତି ଟୀନା , ଜୟପୁରର ଅଟନ୍ତି ପରିବାର:-

ଟୀନା ଡ଼ାବିଙ୍କର ପରିବାର ମୁଳତଃ ଜୟପୁରର ଅଟନ୍ତି । ତେବେ ତାଙ୍କର ଜନ୍ମ ଭୋପାଳରେ ହୋଇଛି । କାନ୍ୱେଟ ଅଫ ଜିସସ ଏଣ୍ଡ ମେରୀ ସ୍କୁଲରୁ ପାଠ ପଢିଥିବା ଟୀନା ପ୍ରଥମରୁ ହିଁ ଟପ୍ପର ରହିଛନ୍ତି । ସେ ସପ୍ତମ ଶ୍ରେଣୀରେ ଥିବା ସମୟରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା । ଟୀନାଙ୍କ ପିତା ଯଶୋବନ୍ତ ଡ଼ାବି ଏବଂ ମାତା ହିମାନି ଦୁହେଁ ଇଞ୍ଜିନିୟର ଅଟନ୍ତି । ଦୁହେଁ ୟୁପିଏସସି ଏବଂ ଆଇଇଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ୟୁପିଏସସିରେ ଚୟନ ହେବା ପରେ ଟୀନା ଏବଂ ଅତହରଙ୍କର ମସୁରୀରେ ତାଲିମ୍ ହୋଇଥିଲା । ଏଠାରେ ଦୁହିଁଙ୍କ ମଧ୍ୟରେ ନିକଟତରତା ବଢିଥିଲା । ବିବାହ ପୂର୍ବରୁ ହିଁ ଟୀନା ସୋସିଆଲ ମିଡିଆରେ ଷ୍ଟାଟସ୍ ଅପଡେଟ୍ କରି ଲେଖିଥିଲେ ଯେ, ଇନ ରିଲେଶନସିପ ୱିଥ ଆମିର ।

Be the first to comment

Leave a Reply

Your email address will not be published.


*