ଦୁବାଇର ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ବଡିଗାର୍ଡଙ୍କ ସହ ଅବୈଧ ସମ୍ପର୍କ, ଚୁପ୍ ରହିବାକୁ ଦେଲେ ୧୨ କୋଟି !

ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ବଡିଗାର୍ଡଙ୍କ ସହ ସମ୍ପର୍କ ଥିଲା । ରାଜକୁମାରୀ ହୟା ବଡିଗାର୍ଡଙ୍କୁ ସେମାନଙ୍କ ସମ୍ପର୍କ ବିଷୟରେ ଚୁପ୍ ରହିବାକୁ ପ୍ରାୟତଃ ୧୨ କୋଟି ଟଙ୍କା ମଧ୍ୟ ଦେଇଥିଲେ । ବ୍ରିଟିଶ କୋର୍ଟରେ ଚାଲିଥିବା ଶୁଣାଣି ଆଧାରରେ ଡେଲି ମେଲ ଏହି ଦାବି କରିଛି । ଦୁବାଇର ଶାସକ ରାଜକୁମାରୀ ହୟାଙ୍କୁ ନ ଜଣାଇ ଶାରିଆ ନିୟମ ଅନୁଯାୟୀ ତାଙ୍କୁ ଫେବୃଆରୀ ୨୦୧୯ ମସିହାରେ ଛାଡପତ୍ର ଦେଇଥିଲେ ।

ରିପୋର୍ଟ ଅନୁଯାୟୀ, ରାଜକୁମାରୀ ହୟାଙ୍କ ବଡିଗାର୍ଡ ବିବାହିତ ଥିଲେ କିନ୍ତୁ ଅନ୍ୟ ସହ ସମ୍ପର୍କ କାରଣରୁ ବଡିଗାର୍ଡଙ୍କ ବିବାହ ଭାଙ୍ଗି ଯାଇଥିଲା । ରାଜକୁମାରୀ ହୟା ଦୁବାଇ ଛାଡି ସାରିଛନ୍ତି ଏବଂ ଦୀର୍ଘ ବର୍ଷ ଧରି ବ୍ରିଟେନରେ ରହୁଛନ୍ତି । ପିଲାମାନଙ୍କୁ ନେଇ ରାଜକୁମାରୀ ହୟା ବ୍ରିଟେନର କୋର୍ଟରେ ମକଦ୍ଦମା ଦାଖଲ କରିଥିଲେ ଏବଂ ହୟାଙ୍କ ସପକ୍ଷରେ ନିଷ୍ପତ୍ତି ଆସିଥିଲା ।

ରାଜକୁମାରୀ ହୟା ତାଙ୍କ ବଡିଗାର୍ଡଙ୍କୁ ଅତ୍ୟନ୍ତ ଦାମିକା ଉପହାର ଦେଉଥିଲେ, ଯାହା ମଧ୍ୟରେ ୧୨ ଲକ୍ଷ ଟଙ୍କାର ଘଣ୍ଟା ଏବଂ ୫୦ ଲକ୍ଷ ଟଙ୍କାର ବନ୍ଧୁକ ଭଳି ଜିନିଷ ଅନ୍ତର୍ଭୁକ୍ତ ଥିଲା । ରାଜକୁମାରୀ ହୟା ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ଷଷ୍ଠ ତଥା ସବୁଠାରୁ କମ୍ ବୟସର ପତ୍ନୀ ଥିଲେ । କୁହାଯାଉଛି ଯେ, ଏହି ସମ୍ପର୍କ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ସେହି ବଡିଗାର୍ଡ ରାଜକୁମାରୀ ହୟାଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ କାମ କରିବାକୁ ଲାଗିଥିଲେ ।

ରିପୋର୍ଟ ଅନୁଯାୟୀ, ୪୬ ବର୍ଷୀୟା ରାଜକୁମାରୀ ହୟାଙ୍କ ସମ୍ପର୍କ ବ୍ରିଟେନର ୩୭ ବର୍ଷିୟ ବଡିଗାର୍ଡ ରସେଲ ଫ୍ଲାଭରଙ୍କ ସହ ପ୍ରାୟତଃ ୨ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହା ମଧ୍ୟ କୁହାଯାଉଛି ଯେ, ରାଜକୁମାରୀ ହୟା ଅନ୍ୟ ତିନିଜଣ ବଡିଗାର୍ଡଙ୍କୁ ରସେଲଙ୍କ ସହ ନିଜ ସମ୍ପର୍କକୁ ନେଇ ଚୁପ୍ ରହିବା ପାଇଁ କୋଟି କୋଟି ଟଙ୍କା ଦେଇଥିଲେ ।

ରାଜକୁମାରୀ ହୟା ୨୦୧୮ ମସିହାରେ ଦୁବାଇରୁ ପଳାଇ ଆସିଥିଲେ ଏବଂ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି । ସେ ଦୁଇଟି ସନ୍ତାନର ମାତା ଅଟନ୍ତି । ଡେଲି ମେଲ ରିପୋର୍ଟ ଅନୁଯାୟୀ, ଯେତେବେଳେ ବଡିଗାର୍ଡ ରସେଲ ଫ୍ଲାଭରଙ୍କୁ ଯୋଗାଯୋଗ କରାଯାଇଥିଲା, ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଏଥି ସହିତ ବୁଝାଯାଉଛି ଯେ, ରାଜକୁମାରୀ ହୟା ମଧ୍ୟ ରସେଲଙ୍କ ସହ ନିଜର ସମ୍ପର୍କକୁ ନେଇ କିଛି ଦାବିକୁ ଖଣ୍ଡନ କରୁଅଛି ।

Be the first to comment

Leave a Reply

Your email address will not be published.


*