ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଥିବା ଆଇ.ପି.ଏସ୍ ଅଫିସର୍ ଡି.ରୁପାଙ୍କ ସହ ମତଭେଦ କଙ୍ଗନା ରାଣାୱାତଙ୍କୁ ଭାରିପଡିପାରେ ! ଆସନ୍ତୁ ଜାଣିବା ବିସ୍ତୁତ ଭାବରେ…

ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱାତ ଫିଲ୍ମ ଜଗତ ଠାରୁ ଆରମ୍ଭ କରି ତାଙ୍କ ଫ୍ରାଙ୍କ ଷ୍ଟାଇଲ ଓ କଥାବାର୍ତ୍ତା ପାଇଁ ବେଶ୍ ପରିଚିତ । ପ୍ରାୟତଃ କଙ୍ଗନା ରାଣାୱାତ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ସାଉଁଟିଥା’ନ୍ତି । ଲୋକେ ବର୍ତ୍ତମାନ ତାଙ୍କର ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ହୋଇଥିବା ବିବାଦକୁ ଭୁଲିନଥିବା ବେଳେ ତାଙ୍କ ନାମ ଏବେ ଆଇ.ପି.ଏସ୍ ଅଫିସର୍ ଡି.ରୁପାଙ୍କ ସହ ଯୋଡ଼ାଯାଇଛି । ଆଇ.ପି.ଏସ. ଅଫିସର୍ ଡି.ରୁପା, କଙ୍ଗନାଙ୍କ ପାଇଁ ଗଲା କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଘଟଣାଟି ଏପରିକି ଦୀପବଳୀରେ ବାଣ ନ ଫୁଟାଇବାକୁ କେନ୍ଦ୍ର କରି ଅଭିନେତ୍ରୀ କଂଗନା ରାଣାୱାତ ବାକ୍ ଯୁଦ୍ଧ ଆରମ୍ଭ କରିଦେଇଥିଲେ । ଅଭିନେତ୍ରୀ କଂଗନା, ଡି.ରୁପାଙ୍କୁ ପୋଲିସ ବିଭାଗର କଳଙ୍କିତ ଅଫିସର୍ ରୂପେ ତିରସ୍କାର କରି ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ । ଚାଲନ୍ତୁ ଜାଣିବା, କିଏ ଏହି ଆଇ.ପି.ଏସ ଅଫିସର ଏବଂ କାହିଁକି ସେ ଏତେ ଚର୍ଚ୍ଚିତ…. ।

ଆଇ.ପି.ଏସ୍ ଅଫିସର୍ ଡି.ରୁପା କର୍ଣ୍ଣାଟକ ଜିଲ୍ଲାର ଦାୱନଗେରେର ଅଧିବାସୀ ଅଟନ୍ତି । ଏହିଠାରୁ ସେ ନିଜର ଶିକ୍ଷା ସମାପ୍ତ କରି UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଶେଷରେ ୨୦୦୦ ମସିହାରେ ତାଙ୍କୁ ସଫଳତା ପ୍ରାପ୍ତି ହେଲା ଓ ସେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାର କିଛିଦିନ ପରେ ସେ ଆଇ.ପି.ଏସ୍ ଅଧିକାରୀ ରୂପେ କାର୍ଯ୍ୟଭାର ସମ୍ଭାଳିଥିଲେ । ତାଙ୍କ ରାଙ୍କିଙ୍ଗ ଖୁବ୍ ଭଲ ଥିବା କାରଣରୁ ତାଙ୍କୁ କର୍ଣ୍ଣାଟକ କ୍ୟାଡ଼ର୍ ମିଳିଥିଲା । ଡି.ରୁପାଙ୍କ ବ୍ୟତୀତ ତାଙ୍କ ସାନ ଭଉଣୀ ଆଇ.ଆର୍.ଏସ୍ ଅଫିସର୍ ଅଛନ୍ତି ।

ଡିୟୁଟିର ତିନି ବର୍ଷ ପରେ ୨୦୦୩ ମସିହାରେ ସେ ମୁନିଷ ମୋଦଗିଲ ସହ ବିବାହ କରିଥିଲେ । ମୁନିଷ ମଧ୍ୟ ଡି.ରୁପାଙ୍କ ପରି ପେସାରେ ଅଫିସର୍ ଥିଲେ । କିନ୍ତୁ ସେ ଆଇ.ଏ.ଏସ୍ ଅଫିସର୍ ଅଟନ୍ତି । ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି, ଯାହାଙ୍କ ନାମ ଅନାଗା ଏବଂ ରୋସିଲ ।

ଡି.ରୁପାଙ୍କୁ କିଛି ହାତଗଣତି ଅଫିସରଙ୍କ ମଧ୍ୟରେ ଗଣତି କରାଯାଏ, ଯିଏକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭରତୀଙ୍କୁ ଗିରଫ କରିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଉମା ଭରତୀ ୧୯୯୪ ହୁବଲି ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଏହାପରେ ଡି.ରୁପା ଉମା ଭାରତୀଙ୍କୁ ରିମାଣ୍ଡରେ ନେଇଥିଲେ ।

ଏହା ବ୍ୟତୀତ ଶଶିକଳାଙ୍କୁ ଜେଲରେ ମିଳୁଥିବା ଭି.ଆଇ.ପି ସୁବିଧାର ଖୁଲାସା ମଧ୍ୟ ଡି.ରୁପା କରିଥିଲେ । ତାଙ୍କର ଏହି କଥା ଶଶିକଳାଙ୍କ ଅସୁବିଧା ଆହୁରି ବଢ଼ାଇ ଦେଇଥିଲା ।

ତାଙ୍କର ୨୦ ବର୍ଷର ଆଇ.ପି.ଏସ କ୍ୟାରିୟରରେ, ଡି.ରୁପା ଏପର୍ଯ୍ୟନ୍ତ ଅତି କମରେ ୪୦ଟି ସ୍ଥାନକୁ ଟ୍ରାନ୍ସଫର୍ ହୋଇସାରିଛନ୍ତି । ଏହାର ଏକମାତ୍ର କାରଣ, ରାଜନେତାଙ୍କ ସହ ଶତ୍ରୁତା କରିବା ବୋଲି ବିଶ୍ଵାସ କରାଯାଏ । କିନ୍ତୁ ସେ ତାଙ୍କ ୟୁନିଫର୍ମ ପ୍ରତି ସର୍ବଦା ଗମ୍ଭୀର ରହିଆସିଛନ୍ତି ।

ଡି.ରୁପା ବର୍ତ୍ତମାନ କର୍ଣ୍ଣାଟକର ଗୃହ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦୀପାବଳିରେ ତାଙ୍କ ଫାୟାର୍ ଫ୍ରାକର୍କୁ ଜାଳି ନଦେବା କଥା କହିବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି ।

Be the first to comment

Leave a Reply

Your email address will not be published.


*