କାର୍ତ୍ତିକ ପୂର୍ଣ୍ଣିମା ୨୦୨୦: କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି ଉପାୟ ପୂର୍ଣ ହେବ ମନସ୍କାମନା ।

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୩୦ ନଭେମ୍ବର ୨୦୨୦ରେ ପଡୁଛି । କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନକୁ ବହୁତ ପୁଣ୍ୟ ବୋଲି ମନେ କରାଯାଏ ।

ଶାସ୍ତ୍ରରେ କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନର ମହତ୍ଵ ମଧ୍ୟ ରହିଛି । ଏହି ଦିନ କୌଣସି ପବିତ୍ର ନଦୀ ଅବା ଜଳାଶୟରେ ସ୍ନାନ ଅବଶ୍ୟ କରିବା ଉଚିତ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ମାସ ରୂପ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ କାର୍ତ୍ତିକ ମାସରେ କିଛି ଉପାୟ କରିବା ଦ୍ୱାରା ବହୁତ ପ୍ରକାର ଲାଭ ମିଳିଥାଏ ବୋଲି ଉଲ୍ଲେଖ ରହିଛି । ଏହି ଉପାୟ କରିବା ଦ୍ୱାରା ମନ୍ୟୁଷର ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ କାର୍ତ୍ତିକ ପୂର୍ଣ୍ଣିମା ଦିନର କିଛି ଉପାୟ ବିଷୟରେ ସୂଚନା ପ୍ରଦାନ କରୁଛୁ ।

କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ଉପାୟ :

୧. ସତ୍ୟନାରାୟଣଙ୍କ କଥା :

ଶାସ୍ତ୍ର ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଘରେ ସତ୍ୟନାରାୟଣଙ୍କ କଥା ନିଶ୍ଚିୟ ଶୁଣିବା ଉଚିତ । କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନଙ୍କୁ କ୍ଷୀର ଏବଂ ହାଲୱା ଭୋଗ ରୁପରେ ଦିଆଯାଏ । ଆପଣ ଯଦି ଏହି ଉପାୟ କରନ୍ତି; ତେବେ ଆପଣଙ୍କ ସମସ୍ତ ଅଧୁରା ରହିଥିବା ମନସ୍କାମନା ଅତି ଶୀଘ୍ର ପୂର୍ଣ୍ଣ ହୋଇଯାଇଥାଏ ଓ ଭଗବାନଙ୍କ ଆଶୀର୍ବାଦରୁ ଆପଣ ଆନନ୍ଦପୂର୍ବକ ଜୀବନ ଅତିବାହିତ କରିପାରିବେ ।

୨. କାର୍ତ୍ତିକ ପୂର୍ଣ୍ଣିମା ବ୍ରତ କରନ୍ତୁ :

ଶାସ୍ତ୍ର ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ସମସ୍ତ ବ୍ୟକ୍ତିଙ୍କୁ ବ୍ରତ ରଖିବା ଉଚିତ । ଏହିଭଳି ମାନ୍ୟତା ମଧ୍ୟ ରହିଛି ଯେ, ଯେଉଁ ବ୍ୟକ୍ତି ଏହିଦିନ ବ୍ରତ ରଖନ୍ତି; ତାଙ୍କୁ ହଜାର ଅଶ୍ୱମେଘ ଏବଂ ଶହେ ରାଜଶୂୟ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ । ଯଦି ଆପଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋମାତା, ଅଶ୍ଵ ଏବଂ ଘିଅ ଆଦିର ଦାନ କରନ୍ତି; ତେବେ ଆପଣଙ୍କ ଧନ-ସମ୍ପତ୍ତିରେ ଵୃଦ୍ଧି ହୋଇଥାଏ ।

୩. ଭଗବାନ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳୁ ଶୀଘ୍ର ଉଠିବା ସହ ସମସ୍ତ କାର୍ଯ୍ୟରୁ ନିବୃତ ରହି ସ୍ନାନ କରିବା ଉଚିତ । ଏହା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ କିଛି ଚାଉଳ ଏବଂ ଲାଲ ରଙ୍ଗର ଫୁଲ ପକାନ୍ତୁ । ଯଦି ଆପଣ ଏହି ସାଧାରଣ ଉପାୟ କରନ୍ତି; ତେବେ ଆପଣଙ୍କୁ ଏହା ବିଶେଷ ଲାଭପ୍ରଦ ହେବ ।

୪. ଦାନ କରନ୍ତୁ :

ହିନ୍ଦୁ ଧର୍ମରେ ଦାନ ପୁଣ୍ୟକୁ ବହୁତ ମହତ୍ଵ ରହିଛି । ଏପରି କୁହାଯାଏ କି ଯେଉଁ ବ୍ୟକ୍ତି ଦାନ କରିଥାନ୍ତି, ସେହି ବ୍ୟକ୍ତିମାନଙ୍କୁ ଦାନ କରିଥିବା ବସ୍ତୁ ଠାରୁ ଅଧିକ ପ୍ରାପ୍ତି ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ସୋରିଷ ତେଲ, କଳା ବସ୍ତ୍ର ଦୀନ ଦରିଦ୍ର ବ୍ୟକ୍ତିଙ୍କୁ ପ୍ରଦାନ କରନ୍ତୁ । ଯଦି ଆପଣ ଏପରି କରନ୍ତି; ତେବେ ଆପଣଙ୍କୁ ପୁଣ୍ୟ ଫଳର ପ୍ରାପ୍ତି ହେବା ସହ ସମସ୍ତ କ୍ଷେତ୍ରରେ ସଫଳତା ମିଳିପାରିବ ।

୫. ତୁଳସୀ ଗଛ ମୂଳରେ ଦୀପ ଜଳାନ୍ତୁ :

ପୂର୍ବରୁ ହିଁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଇଛି । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ପୂଜା ମଧ୍ୟ କରାଯାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଲଗାଇବା ସହ ତୁଳସୀ ମା’ଙ୍କୁ ସ୍ମରଣ କରି ତୁଳସୀ ଗଛର ଚତୁଃପାର୍ଶ୍ୱ ପରିକ୍ରମା କରନ୍ତୁ । ଯଦି ଆପଣ ଏହି ଉପାୟ କରନ୍ତି; ତେବେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିବା ସଙ୍ଗେ ସଙ୍ଗେ ଆପଣଙ୍କ ଜୀବନରେ ଲାଗିରହିଥିବା ସମସ୍ୟା ମଧ୍ୟ ଦୂର ହେବ ।

କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ୱ :

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗାରେ ସ୍ନାନ କରିବା ବହୁତ ମହତ୍ୱ ଦିଆଯାଏ । ଏପରି କୁହାଯାଏ କି ଏହି ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହେଇଯାଏ । ଏହିଦିନ ଗଙ୍ଗା ନଦୀରେ ହଜାର ହଜାର ସଂଖ୍ୟାକ ଶ୍ରଦ୍ଧାଳୁ ସ୍ନାନ କରିଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଦାନକୁ ମଧ୍ୟ ବିଶେଷ ମହତ୍ତ୍ୱ ଦିଆଯାଇଛି ।

Be the first to comment

Leave a Reply

Your email address will not be published.


*