ସିଦ୍ଧାର୍ଥ ରାୟଙ୍କ ତୃତୀୟ ପତ୍ନୀ ବିଦ୍ୟା ବାଲନ :  ଏହି କାରଣରୁ ନିଜ ସ୍ୱାମୀଙ୍କ ସହିତ କେବେ ମଧ୍ୟ କାମ କରନ୍ତି ନାହିଁ !

ସିଦ୍ଧାର୍ଥ ରାୟଙ୍କ ତୃତୀୟ ପତ୍ନୀ ବିଦ୍ୟା ବାଲନ : ଏହି କାରଣରୁ ନିଜ ସ୍ୱାମୀଙ୍କ ସହିତ କେବେ ମଧ୍ୟ କାମ କରନ୍ତି ନାହିଁ !

ହିନ୍ଦୀ ସିନେମାର ଅଭିନେତ୍ରୀ ବିଦ୍ୟା ବାଲନ ନିଜର ସୁନ୍ଦର ଅଭିନୟ ପାଇଁ ପରିଚିତ ଅଟନ୍ତି । ଯେଉଁଠି ତାଙ୍କ ସ୍ୱାମୀ ସିଦ୍ଧାର୍ଥ ରାୟ କପୂର ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାସୁଣା ଫିଲ୍ମ ନିର୍ମାତା ଅଟନ୍ତି । ଦୁହେଁ ୮ ବର୍ଷ ହେବ ସାଥୀରେ ଅଛନ୍ତି । ବିଦ୍ୟା ଏବଂ ସିଦ୍ଧାର୍ଥ ୨୦୧୨ରେ ବିବାହ କରିଥିଲେ । ବିଦ୍ୟା ଏବେ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରି ସାରିଛନ୍ତି ଏବଂ ସିଦ୍ଧାର୍ଥ ମଧ୍ୟ ଅନେକ ଫିଲ୍ମ ନିର୍ମାଣ କରି ସାରିଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଦୁହେଁ କେବେବି ସାଥୀରେ କାମ କରି ନାହାଁନ୍ତି ।

କିଛିଦିନ ପୂର୍ବରୁ ଅଭିନେତ୍ରୀ ବିଦ୍ୟା ଏହି ସମ୍ବନ୍ଧରେ କହିଥିଲେ ଯେ, ପ୍ରକୃତରେ ସେ କାହିଁକି ନିଜ ସ୍ୱାମୀ ସିଦ୍ଧାର୍ଥ ରାୟ କପୂରଙ୍କ ସହିତ କାମ କରନ୍ତି ନାହିଁ । ଏକ ସାକ୍ଷାତକାରରେ ବିଦ୍ୟା ଏହି ବିଷୟରେ କହିଥିଲେ ଯେ’ ମୋତେ ନିର୍ଦେଶକ ଏବଂ ପ୍ରଯୋଜକ ମାନଙ୍କ କାରଣରୁ ସମସ୍ୟା ହୋଇପାରେ ଏବଂ ମୁଁ ସେମାନଙ୍କ ସହିତ ଯୁକ୍ତି ମଧ୍ୟ କରିପାରେ । ବାସ୍ତବରେ ମୁଁ ଝଗଡ଼ା କରେନାହିଁ, ଯୁକ୍ତିତର୍କ କରିଥାଏ ଏବଂ ତା ପଛରେ କାରଣ ମଧ୍ୟ ରହିଥାଏ, କିନ୍ତୁ ମୁଁ ଏପରି କେବେବି ସିଦ୍ଧାର୍ଥଙ୍କ ସହିତ କରିବାକୁ ଚାହେଁ ନାହିଁ । ଯଦି କଥା ବ୍ୟକ୍ତିଗତ ତେବେ ମୋତେ ଲାଗୁଛି ଯେପରି ମୁଁ ତାଙ୍କ ସହିତ ଝଗଡ଼ା ମଧ୍ୟ କରିପାରେ । ଏବଂ ଝଗଡ଼ା କୁ ସମାପ୍ତ ମଧ୍ୟ କରିନେବି ।”

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେ କେବେବି ପଇସା ପାଇଁ ନିଜ ସ୍ୱାମୀଙ୍କ ସହିତ ବୁଝାମଣା କରି ପାରିବେ ନାହିଁ । ବିଦ୍ୟା କହିଛନ୍ତି ଯେ, ‘ଟିକେ ଭାବନ୍ତୁ ଯଦି ସେ କହନ୍ତି ଯେ ଫିଲ୍ମ ପାଇଁ ମୋତେ ଏତିକି ଟଙ୍କା ମିଳିବ ଏବଂ ମୁଁ କହିବି ଯେ ମୋତେ ତାହାର ଦଶ ଗୁଣା ଅଧିକ ଦରକାର । ମୁଁ ଯଦି ତାଙ୍କୁ କହିବି ଯେ କଣ ତୁମେ ମୋ ମୂଲ୍ୟ କୁ କମ ଭାବୁଛ, ତେଣୁ ମୁଁ ଏସବୁ ମାମଲାରେ ପଡ଼ିବାକୁ ଚାହୁଁନାହିଁ ।’

୨୦୧୨ରେ ସିଦ୍ଧାର୍ଥ ବିଦ୍ୟାଙ୍କୁ ତୃତୀୟ ବିବାହ କରିଥିଲେ :-

ବିଦ୍ୟା ବାଲନ ଏବଂ ସିଦ୍ଧାର୍ଥ ରାୟ କପୂରଙ୍କ ବିବାହ ୨୦୧୨ ଡିସେମ୍ବରରେ ହୋଇଥିଲା । କହିରଖୁଛୁ ଯେ ବିଦ୍ୟାଙ୍କୁ ବିବାହ କରିବା ପୂର୍ବରୁ ସିଦ୍ଧାର୍ଥ ଆହୁରି ୨ ଥର ବିବାହ କରି ସାରିଥିଲେ । ତାଙ୍କର ଅନ୍ୟ ଦୁଇଟି ବିବାହ ଅଧିକ ସମୟପର ତିଷ୍ଠି ପାରିନଥିଲା । କିନ୍ତୁ ବିଦ୍ୟା ଏବଂ ସିଦ୍ଧାର୍ଥ ୮ ବର୍ଷ ହେବ ସାଥୀରେ ରହିଛନ୍ତି । ଦୁହେଁ ପଞ୍ଜାବ ଏବଂ ସାଉଥ ଇଣ୍ଡିଆନ ରୀତିରେ ବିବାହ କରିଥିଲେ ।

ବିଦ୍ୟା ବାଲନଙ୍କ ଜନ୍ମ ୧୯୭୮ ଜାନୁଆରୀ ୧ରେ ପଲକକଡ଼ରେ ହୋଇଥିଲା । ବିଦ୍ୟା ଏହି କିଛି ଦିନ ହେବ ନିଜର ୪୨ ତମ ଜନ୍ମଦିନ ପାଳନ କରିଛନ୍ତି । ବିଦ୍ୟା ବୋଲିଉଡ଼ ଇଣ୍ଡଷ୍ଟ୍ରିରେ ନିଜର ଏକ ସୁପ୍ରତିଷ୍ଠିତ ନାମ ସୃଷ୍ଟି କରିଛନ୍ତି । ସେ ‘କହାନୀ’, ‘ଦ ଡର୍ଟୀ ପିକ୍ଚର’, ‘ଇଶକିୟା’ ଏବଂ ‘ପା’ ଭଳି ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ୨୦୧୧ରେ ଆସିଥିବା ଫିଲ୍ମ ଦ ଡର୍ଟୀ ପିକ୍ଚର ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା ଏବଂ ଏଥିପାଇଁ ତାଙ୍କୁ ବେଷ୍ଟ ଆକଟ୍ରେସର ଆୱାର୍ଡ ଦ୍ୱାରା ମଧ୍ୟ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *