ଭାଇଙ୍କ ବିବାହରେ କଙ୍ଗନା ପିନ୍ଧିଲେ ଦାମୀ ଲେହେଙ୍ଗା, ତିଆରି ହେବାପାଇଁ ଲାଗିଥିଲା ୧୪ ମାସ !

କଙ୍ଗନା ରନୌତଙ୍କ ସାନ ଭାଇ ଅକ୍ଷତଙ୍କ ବିବାହ ଆଣି ଉଦୟପୁରର ଦ ଲୀଲା ମହଲରେ ଖୁବ୍ ଧୁମଧାମରେ ହୋଇଛି । ଭାଇଙ୍କ ବିବାହକୁ ନେଇ କଙ୍ଗନା ଖୁବ୍ ନଜର ଆସିଛନ୍ତି । ଅଭିନେତ୍ରୀ ଖୁବ ଆନନ୍ଦରେ ଫକ୍ସନ ଗୁଡ଼ିକରେ ଭାଗ ନେଇଥାନ୍ତି । ବିବାହର ସବୁ ପରମ୍ପରା ରୀତି ନୀତିରେ କଙ୍ଗନା ନିଜ ସୌନ୍ଦର୍ଯ୍ୟ ଦ୍ଵାରା ଆହୁରି ଅଧିକ ଗ୍ଲେମର ନଜର ଆସିଛନ୍ତି । ସଙ୍ଗୀତ ଫାକ୍ସନରେ ତାଙ୍କ ଡାନ୍ସ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

ପ୍ରକୃତରେ କଙ୍ଗନା ନିଜର ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ନିଜର ସେହି ସୁନ୍ଦର ଲେହେଙ୍ଗାର ଲୁକ୍ ବିଷୟରେ କହିଛନ୍ତି । କଙ୍ଗନା ଲେଖିଛନ୍ତି ଯେ – ଯେ କେହି ମଧ୍ୟ ଯଦି ମୋ ଲେହେଙ୍ଗା ବିଷୟରେ ପଚାରୁଛନ୍ତି, ଏହା ଗୁଜରାତି ବନ୍ଧନୀ ଲେହେଙ୍ଗା ଅଟେ, ଯାହାକୁ ତିଆରି ହେବାରେ ପାଖାପାଖି ୧୪ ମାସ ଲାଗିଛି ।

ଏହା ଏକ ମରଣାସନ୍ନ କଳା ଅଟେ । ମୋତେ ଏହାକୁ ପିନ୍ଧିବାର ସୌଭାଗ୍ୟ ମିଳିଲା । ଏହି ସ୍ୱପ୍ନକୁ ଡିଜାଇନର ଅନୁରାଧା ୱକୀଲ ସାକାର କରିଛନ୍ତି ଏବଂ ମୋ ସାଙ୍ଗ ସବ୍ୟସାଚୀ ମୋ ପାଇଁ ଗହଣା ଡିଜାଇନ କରିଛନ୍ତି ।

ଖବର ମୁତାବକ, ଏହି ଲେହେଙ୍ଗାର ମୂଲ୍ୟ ପାଖାପାଖି ୧୬ ଲକ୍ଷ ଟଙ୍କା ଅଟେ । ପୁଣି ଏହି ଗହଣାରେ କଙ୍ଗନା ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସବ୍ୟସାଚୀଙ୍କ ଡିଜାଇନର ଏହି ଗହଣା ୪୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।

ବିବାହ ଉତ୍ସବ ପରେ ଅଭିନେତ୍ରୀ ନିଜ ପରିବାର ଏବଂ ନବବିବାହିତ ଯୋଡ଼ି ସହିତ ଜଗତ ଗାଁରେ ସ୍ଥିତ କୂଳଦେବୀ ମାଁ ଅମ୍ବିକାଙ୍କ ଠାରେ ପହଞ୍ଚିଥିଲେ । ଯେଉଁଠି ସେ ନିଜ କୂଳଦେବୀଙ୍କ ଦର୍ଶନ କରିଥିଲେ । କଙ୍ଗନାଙ୍କ ପରିବାର ମାଁ ଅମ୍ବିକାଙ୍କ ଭବ୍ୟ ଆରତୀ କରିଥିଲେ ଏବଂ ତାପରେ ମନ୍ଦିର ପରିସରରେ ଯଜ୍ଞର ଆୟୋଜନ ମଧ୍ୟ ହୋଇଥିଲା ।

Be the first to comment

Leave a Reply

Your email address will not be published.


*