କରୀନାଙ୍କୁ ପାଗଳ ପରି ଭଲ ପାଉଥିଲେ ତୁଷାର କପୂର କହିଥିଲେ, ” ବାହାହେବି ତ ବେଵୋଙ୍କୁ “…

ନିକଟରେ ପ୍ରସିଦ୍ଧ ଅଭିନେତା ଜିତେନ୍ଦ୍ରଙ୍କ ପୁଅ ତୁଷାର କପୁର ନିଜର ୪୪ତମ ଜନ୍ମଦିନ ପାଳନ କରିଛନ୍ତି । ସେ ୨୦ନଭେମ୍ବର ୧୯୭୬ରେ ଜନ୍ମଗ୍ରହଣ କରିଥିଲେ । ଜିତେନ୍ଦ୍ର ବଲିଉଡରେ ଖୁବ୍ ସଫଳତା ହାସଲ କରିଥିବା ବେଳେ ତୁଷାର ସେହି ଷ୍ଟାରଡମକୁ ସମ୍ଭାଳିବାରେ ଅସମର୍ଥ ହୋଇଛନ୍ତି । ଯଦିଓ ତୁଷାର କପୁର ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି , କିନ୍ତୁ ତାଙ୍କ ପିତା ଜିତେନ୍ଦ୍ରଙ୍କ ପରି ହିଟ୍ ହୋଇପାରିନାହାଁନ୍ତି ।

୨୦୦୧ମସିହାରେ ଚଳଚ୍ଚିତ୍ର ” ମୁଝେ କୁଚ୍ଛ କେହନା ହେ “ରୁ ତୁଷାର ତାଙ୍କ ଚଳଚ୍ଚିତ୍ର କ୍ୟାରିଅର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ନାୟିକା ଥିଲେ ବଲିଉଡର ବେବୋ, କରୀନା କପୁର । ଏହି ଚଳଚ୍ଚିତ୍ରଟିକୁ ଦର୍ଶକ ପସନ୍ଦ କରିଥିଲେ ଏବଂ ଏଥିପାଇଁ ତୁଷାର କପୁରଙ୍କୁ ” ବେଷ୍ଟ ମେଲ ଡେବ୍ୟୁ ” ପୁରସ୍କାର ମଧ୍ୟ ମିଳିଥିଲା । ପ୍ରଥମ ଚଳଚ୍ଚିତ୍ରର ସଫଳତା ପରେ ତୁଷାର କପୁର ‘କ୍ୟା ଦିଲ୍ ନେ କହା’, ‘ୟେ ଦିଲ୍’, ‘ ଜୀନା ସିରଫ ମେରେ ଲିୟେ’ ଏବଂ ‘ କୁଚ୍ଛ ତୋ ହେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, କିନ୍ତୁ ଏହି ସବୁ ଚଳଚ୍ଚିତ୍ର ଫ୍ଲପ୍ ହେଲା ଏବଂ ତୁଷାର କପୂର ଫ୍ଲପ୍ ହିରୋ ପ୍ରମାଣିତ ହୋଇଗଲେ ।

ତୁଷାର ତାଙ୍କର ପ୍ରଥମ ଚଳଚ୍ଚିତ୍ରର ନାୟିକା କରୀନା କପୁରଙ୍କ ସହିତ ଆଉ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ପ୍ରାୟ ସମସ୍ତ ଚଳଚ୍ଚିତ୍ରରେ ତୁଷାର କରୀନାଙ୍କ ପ୍ରେମିକ ଭୂମିକାରେ ଅଭିନୟ କରିଥିଲେ । ଅନସ୍କ୍ରିନ୍ ଆଶିକ୍ ଭୂମିକାରେ ଅଭିନୟ କରୁ କରୁ ତୁଷାର ସତରେ କରୀନା କପୁରଙ୍କ ପ୍ରେମରେ ପଡିଯାଇଥିଲେ ।

କରୀନାଙ୍କ ପାଇଁ ତୁଷାରଙ୍କର ଏକତରଫା ପ୍ରେମ ଥିଲା

ତୁଷାର କେବଳ କରୀନାଙ୍କୁ ଭଲ ପାଉନଥିଲେ ବରଂ ତାଙ୍କୁ ବିବାହ କରିବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ କିନ୍ତୁ ତୁଷାର କପୁରଙ୍କ ଏହି ପ୍ରେମ ଏକତରଫା ଥିଲା କରୀନା କପୁରଙ୍କ ହୃଦୟରେ ତୁଷାରଙ୍କ ପ୍ରତି ଭାବନା ନଥିଲା । ତେଣୁ ତୁଷାରଙ୍କର ଏହି ପ୍ରେମ କାହାଣୀ ଅଧିକ ଆଗକୁ ଯାଇପାରିଲା ନାହିଁ ।

ବାସ୍ତବରେ, ଯେତେବେଳେ ତୁଷାର କପୁରଙ୍କ ସହ କରୀନା କପୁର ଫିଲ୍ମ ” ଜୀନା ସିରଫ ମେରେ ଲିୟେ ” ପାଇଁ ସୁଟିଂ କରୁଥିଲେ, ସେତେବେଳେ ହ୍ରିତିକ୍ ରୋଶନଙ୍କ ସହ କରୀନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା ।

ଅନ୍ୟପକ୍ଷରେ ତୁଷାର କପୁର କରୀନାଙ୍କୁ ବହୁତ ଭଲ ପାଉଥିଲେ । ଯେତେବେଳେ ତାଙ୍କୁ ଏକ ସାକ୍ଷାତକାରରେ ବିବାହ ପାଇଁ ପଚରାଯାଇଥିଲା, ସେ କହିଥିଲେ ଯେ ମୁଁ କରୀନାଙ୍କ ପରି ଝିଅକୁ ମୋର ଜୀବନ ସାଥୀ ଭାବରେ ପସନ୍ଦ କରିବି । ଯଦିଓ ତୁଷାର କପୁର ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି କିନ୍ତୁ, ସେ ସରୋଗାସି ଦ୍ୱାରା ଏକ ପୁତ୍ରର ପିତା ହୋଇଛନ୍ତି ।

ଏହି କାରଣରୁ ତୁଷାର କରୀନାଙ୍କୁ ଭଲ ପାଉଥିଲେ

” ମୁଝେ କୁଛ କେହନା ହେ ” ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ କମେଡି ଥିଲା । ଏହା ତୁଷାର କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ହୋଇଥିବାବେଳେ କରୀନାଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରେ କରୀନା ଏବଂ ତୁଷାରଙ୍କ ବ୍ୟତୀତ ଅମ୍ରିଶ ପୁରୀ, ରିଙ୍କି ଖାନ୍ନା, ଦଲିପ ତାହିଲ୍ ଏବଂ ଆଲୋକ ନାଥଙ୍କ ପରି ଅନେକ କଳାକାର ଅଭିନୟ କରିଥିଲେ । ଏହି କାରଣରୁ ଫିଲ୍ମ ଏକ ବଡ଼ ହିଟ୍ ହୋଇଗଲା ।

ସେହି ଫିଲ୍ମ ସମୟରେ କରୀନା କପୂର ବହୁତ ସୁନ୍ଦର ଦେଖାଯାଉଥିଲେ ଏବଂ ସମସ୍ତେ ତାଙ୍କ ନିରୀହ ଚେହେରା ଦ୍ୱାରା ଆକର୍ଷିତ ହେଉଥିଲେ, ଏହି କାରଣରୁ ତୁଷାର କପୁର ମଧ୍ୟ କରୀନାଙ୍କ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଥିଲେ । ବର୍ତ୍ତମାନ ମଧ୍ୟ କରୀନା ତାଙ୍କ ଲୁକକୁ ନେଇ ବହୁତ ଯତ୍ନବାନ ଅଟନ୍ତି ଏବଂ ସେ ଖୁବ ଗ୍ଲାମରସ୍ ଏବଂ ଫିଟ୍ ଅଟନ୍ତି ।

ତୁଷାର ବର୍ତ୍ତମାନ ଅଭିନୟ ଜଗତ ଛାଡି ପ୍ରଡ୍ୟୁସର ହୋଇଯାଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ଲକ୍ଷ୍ମୀବମ୍ବର କୋ-ପ୍ରଡ୍ୟୁସର ହେଉଛନ୍ତି ତୁଷାର ।

କରୀନା କପୁରଙ୍କ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଆମୀର ଖାନଙ୍କ ଅଭିନୀତ ଫିଲ୍ମ ” ଲାଲ ସିଂ ଚଡା ” ରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ସୁଟିଂ ବର୍ତ୍ତମାନ ଶେଷ ହୋଇଛି ଏବଂ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ।

Be the first to comment

Leave a Reply

Your email address will not be published.


*