ମୋଦୀ ସରକାର ଛାତ୍ରଛାତ୍ରୀଙ୍କ ଆକାଉଣ୍ଟରେ ଜମା କରୁଛନ୍ତି ୭ଲକ୍ଷ ଟଙ୍କା ! ସମ୍ପୂର୍ଣ୍ଣ ଖବର ଜାଣନ୍ତୁ

ୟୁଟ୍ୟୁବରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ ସରକାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ଲକ୍ଷ ଟଙ୍କା ଟଙ୍କା ଜମା କରୁଛନ୍ତି । ଭାଇରାଲ ଖବରରେ କୁହାଯାଇଛି ଯେ କେନ୍ଦ୍ର ସରକାର ‘ଜୀବନ ଲକ୍ଷ୍ୟ ଯୋଜନା’ ଅଧୀନରେ ଛାତ୍ରଛାତ୍ରୀଙ୍କୁ ୭ ଲକ୍ଷ ଟଙ୍କା ଦେଉଛନ୍ତି । କିନ୍ତୁ ବାସ୍ତବରେ ଏହିପରି କିଛି ଘଟୁନାହିଁ ଏବଂ ଏହି ଖବର ନକଲି ଅଟେ । କହିଦଉଛୁ ଯେ ଭାରତ ସରକାରଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ପିଆଇବି ଫ୍ୟାକ୍ଟ ଚେକ୍ କହିଛି ଯେ ଏହି ଖବର ନକଲି ଅଟେ । ତେଣୁ ଏହିପରି ଖବରଠାରୁ ସାବଧାନ ରୁହନ୍ତୁ, ନଚେତ ଆପଣଙ୍କ ବଡ଼ କ୍ଷତି ହୋଇପାରେ ।

* କଣ ଦାବି କରାଯାଉଛି

କହିଦଉଛୁ କି ଏକ ୟୁଟ୍ୟୁବ ଭିଡିଓରେ ଏହି ଦାବି କରାଯାଇଛି ଯେ କେନ୍ଦ୍ର ସରକାର ‘ଜୀବନ ଲକ୍ଷ୍ୟ ଯୋଜନା’ ଅଧୀନରେ ସମସ୍ତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭ଲକ୍ଷ ଟଙ୍କା ଜମା କରୁଛନ୍ତି । କେନ୍ଦ୍ର ସରକାର ଏହି ଯୋଜନା ଅଧୀନରେ ସମସ୍ତ ପୁଅ ଓ ଝିଅଙ୍କ ଆକାଉଣ୍ଟରେ ୭ଲକ୍ଷ ଟଙ୍କାର ନଗଦ ରାଶି ଜମା କରୁଛନ୍ତି ।

* ସତ କଣ ଅଟେ ?

ପିଆଇବି ଏହି ଭାଇରଲ ହେଉଥିବା ପୋଷ୍ଟକୁ ନକଲି ବୋଲି ପାଇଛି । ପିଆଇବି ଲେଖିଛି-ଏହି ଦାବି ନକଲି ଅଟେ । କେନ୍ଦ୍ର ସରକାର ଏଭଳି କୌଣସି ଯୋଜନା ଚଳାଉ ନାହାଁନ୍ତି ।

ଆପଣଙ୍କୁ କହିଦଉଛୁ କି ଏହା ପୂର୍ବରୁ ପିଆଇବି ଫ୍ୟାକ୍ଟ ଚେକ ‘କନ୍ୟା ସମ୍ମାନ ଯୋଜନା’ ନାମକ ନକଲି ଯୋଜନାକୁ ନେଇ କରାଯାଉଥିବା ଦାବିର ସତ କହିଥିଲା । ବାସ୍ତବରେ ଅନ୍ୟ ଏକ ୟୁଟ୍ୟୁବ ଭିଡିଓରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ସମସ୍ତ ଝିଅଙ୍କ ବ୍ୟାଙ୍କ ଖାତାରେ ‘କନ୍ୟା ସମ୍ମାନ ଯୋଜନା’ ଅଧୀନରେ ପ୍ରତି ମାସରେ ୨୫୦୦ ଟଙ୍କା ଜମା କରୁଛନ୍ତି । କିନ୍ତୁ ଏହି ଦାବି ମଧ୍ୟ ନକଲି ଅଟେ ଏବଂ କେନ୍ଦ୍ର ସରକାର ଦ୍ଵାରା ଏଭଳି କୌଣସି ଯୋଜନା ଚାଲୁ ନାହିଁ ।

Be the first to comment

Leave a Reply

Your email address will not be published.


*