ନାଗ୍ରୋଟା ଏନକାଉଣ୍ଟର ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ, ପାକିସ୍ତାନଙ୍କ ଖରାପ ଷଡଯନ୍ତ୍ରକୁ ଆମର ସୁରକ୍ଷା ବାହିନୀ ମାନେ କରିଛନ୍ତି ବିଫଳ !

ଜାମ୍ମୁ କାଶ୍ମୀରର ନାଗ୍ରୋଟାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ମାନେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦର ଚାରି ଆତଙ୍କବାଦୀଙ୍କୁ ନର୍କର ରାସ୍ତା ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାମଲାରେ ପାକିସ୍ତାନର ନାମ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ୨ଟି ଟ୍ଵିଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଯେଉଁ ଉଦ୍ଦେଶ୍ୟରେ ଭାରତରେ ପ୍ରବେଶ କରିଥିଲେ, ଆମର ସଜାଗ ସୁରକ୍ଷା ବାହିନୀ ତାଙ୍କର ସମସ୍ତ ଉଦ୍ଦେଶ୍ୟକୁ ବିଫଳ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ଜଡିତ ଚାରି ଆତଙ୍କବାଦୀ ସହିତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀର ଉପସ୍ଥିତି ଦର୍ଶାଉ ଯେ ଆତଙ୍କବାଦୀମାନେ ଆମ ଦେଶ ଭିତରେ ଆତଙ୍କବାଦ ବିସ୍ତାର କରିବାକୁ ଆସିଥିଲେ ଏବଂ ସେନା ସେମାନଙ୍କ ଯୋଜନାକୁ ବିଫଳ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଆମର ସୁରକ୍ଷା ବାହିନୀ ମାନେ ପୁଣି ଥରେ ଅତ୍ୟନ୍ତ ସାହସିକତା ଏବଂ ସେମାନଙ୍କ ସତର୍କତା କାରଣରୁ ଆତଙ୍କବାଦୀ ଷଡଯନ୍ତ୍ର ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ସୁରକ୍ଷା ବାହିନୀ ଜାମ୍ମୁ-କାଶ୍ମୀରରେ ଭୂମି ସ୍ତରରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଟାର୍ଗେଟ କରୁଥିବା ଏକ ଖରାପ ଷଡଯନ୍ତ୍ରକୁ ପରାସ୍ତ କରିଛନ୍ତି ।

* ବଡ଼ ଆକ୍ରମଣ ଯୋଜନା କରାଯାଇଥିଲା

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ତଥା ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ସହ ନାଗ୍ରୋଟା ଏନକାଉଣ୍ଟର ଉପରେ ସମୀକ୍ଷା ବୈଠକ କରିଥିଲେ । ସୂଚନାନୁସାରେ, ସରକାର ବିଶ୍ଵାସ କରନ୍ତି ଯେ ଆତଙ୍କବାଦୀମାନେ ୨୬/୧୧ ବାର୍ଷିକୀରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିଲେ । କହିଦଉଛୁ କି ଗତ ଗୁରୁବାର ମୁକାବିଲା ସମୟରେ ୪ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି ।

* ପ୍ରଧାନମନ୍ତ୍ରୀ କରିଥିଲେ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୃହମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ବୈଦେଶିକ ସଚିବ ଏବଂ ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ସହ ନାଗ୍ରୋଟା ଏନକାଉଣ୍ଟର ଉପରେ ଏକ ସମୀକ୍ଷା ବୈଠକ କରିଛନ୍ତି । ସରକାରୀ ସୂତ୍ର ଅନୁଯାୟୀ, ଏହି ଆତଙ୍କବାଦୀମାନେ ୨୬/୧୧ ଆକ୍ରମଣର ବାର୍ଷିକ ଉତ୍ସବରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ ।

Be the first to comment

Leave a Reply

Your email address will not be published.


*