ରୋହମନଙ୍କ ପୂର୍ବରୁ ଏହି ୯ ଜଣଙ୍କୁ ଭଲପାଇ ସାରିଛନ୍ତି ସୁସ୍ମିତା ସେନ୍, ଜଣଙ୍କୁ କରିବାକୁ ଯାଉଥିଲେ ବିବାହ !

ବଲିଉଡର ସୁପରଷ୍ଟାର ଅଭିନେତ୍ରୀ ତଥା ମିସ ୟୁନିଭର୍ସ ହୋଇ ସାରିଥିବା ସୁସ୍ମିତା ସେନ ନିଜ ଅଭିନୟ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କହିରଖୁଛୁ ଯେ , ସୁସ୍ମିତା ସେନ ୪୪ ବର୍ଷୀୟା ହୋଇ ସାରିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ତଥାପି ତାଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକଙ୍କ ସହ ଜଡିତ ହୋଇସାରିଛି । ବର୍ତ୍ତମାନ ସମୟରେ ଅଭିନେତ୍ରୀ ରୋହମନ ଶାଲଙ୍କୁ ଡେଟ୍ କରୁଛନ୍ତି ।

ତେବେ ରୋହମନ ଶାଲ ସୁସ୍ମିତାଙ୍କ ପ୍ରଥମ ପ୍ରେମିକ ନୁହଁନ୍ତି, ବରଂ ଏହା ପୂର୍ବରୁ ଅଭିନେତ୍ରୀ 9 ଜଣଙ୍କୁ ଡେଟ୍ କରିସାରିଛନ୍ତି । ସୁସ୍ମିତାଙ୍କର ଏହି ସମସ୍ତ ଲୋକଙ୍କ ସହିତ ସମ୍ପର୍କ ରହିଥିଲା । ଆସନ୍ତୁ ଦେଖିବା ଏହି ତାଲିକାରେ କିଏ କିଏ ଅନ୍ତର୍ଭୁକ୍ତ ଅଛନ୍ତି ।

ସୁସ୍ମିତା ସେନ୍ ଏବଂ ବିକ୍ରମ ଭଟ୍ଟ:-

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ସହ ସୁସ୍ମିତା ସେନଙ୍କ ନାମ ଦସ୍ତକ ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ ଜଡିତ ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ସେହି ଦିନ ଗୁଡିକରେ ଉଭୟଙ୍କ ନିକଟତରତା ବହୁତ ଅଧିକ ବୃଦ୍ଧି ପାଇ ଯାଇଥିଲା । ତେବେ ଅନ୍ୟପକ୍ଷରେ, ବିକ୍ରମ ଭଟ୍ଟ ପୂର୍ବରୁ ହିଁ ବିବାହିତ ଥିଲେ, ଏଭଳି ପରିସ୍ଥିତିରେ ସୁସ୍ମିତାଙ୍କ ସହ ତାଙ୍କର ନିକଟତରତା ଖବର ଦ୍ୱାରା ତାଙ୍କର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ ଯାଇଥିଲା ​​।

କହିରଖୁଛୁ ଯେ ସୁସ୍ମିତା ଏବଂ ବିକ୍ରମଙ୍କ ଏହି ନିକଟତରତା ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନଥିଲା ଏବଂ ଖୁବଶୀଘ୍ର ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ପରେ ଦୁହେଁ ଆଉ କେବେ ମଧ୍ୟ ପରସ୍ପରକୁ ଭେଟି ନଥିଲେ ।

ସୁସ୍ମିତା ସେନ୍ ଏବଂ ରଣଦୀପ ହୁଡ୍ଡା:-

ବିକ୍ରମ ଭଟ୍ଟଙ୍କ ସହିତ ସମ୍ପର୍କ ଭାଙ୍ଗିଯିବା ପରେ ସୁସ୍ମିତାଙ୍କ ନାମ ରଣଦୀପ ହୁଡ୍ଡାଙ୍କ ସହ ଜଡିତ ହୋଇଥିଲା । କୁହାଯାଏ ଯେ ଏହି ସମ୍ପର୍କରେ ଉଭୟ ପରସ୍ପର ପାଇଁ ବହୁତ ଗମ୍ଭୀର ଥିଲେ ଏବଂ ଏହି ସମ୍ପର୍କ ଭଲଭାବରେ ଚାଲିଥିଲା ​​। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚି ସାରିଥିଲା, କିନ୍ତୁ ସମ୍ପର୍କର ଶେଷ ମଧ୍ୟ ବ୍ରେକପ୍ ସହିତ ହୋଇଥିଲା ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ୩ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ ସମ୍ପର୍କରେ ରହିବା ପରେ ଶେଷରେ ଦୁହିଁଙ୍କ ମଧ୍ୟରେ ଅନେକ ଝଗଡା ଏବଂ ବିବାଦ ହୋଇଥିଲା । ଯାହାପରେ ସେମାନେ ବ୍ରେକଅପ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିଷୟରେ ଥରେ ରଣଦୀପ ହୁଡ୍ଡା କହିଥିଲେ ଯେ, ସୁସ୍ମିତା ସେନଙ୍କ ସହ ବ୍ରେକପ୍ ତାଙ୍କର ଜୀବନ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି ।

ସୁସ୍ମିତା ସେନ୍ ଏବଂ ବଣ୍ଟି ସଚଦେବା:-

ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଚଳାଉଥିବା ବଣ୍ଟି ସଚଦେବାଙ୍କ ସହ ମଧ୍ୟ ଅଭିନେତ୍ରୀଙ୍କ ନାମ ଯୋଡି ହୋଇ ସାରିଛି । ବାସ୍ତବରେ ଏକ ସମୟ ଥିଲା , ଯେତେବେଳେ ବଣ୍ଟି ସଚଦେବା ସୁସ୍ମିତା ସେନଙ୍କର ଟ୍ୟାଲେଣ୍ଟ ମ୍ୟାନେଜର ଥିଲେ ଏବଂ ସେହି ସମୟରେ ସେମାନଙ୍କର ନିକଟତରତା ଖବର ପ୍ରଚାର ହୋଇଥିଲା ​। ତେବେ ଦୁହେଁ ଏହି ବିଷୟରେ କେବେ ମଧ୍ୟ ଖୋଲାଖୋଲି ଭାବରେ କଥା ହୋଇନଥିଲେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ , ସୁସ୍ମିତା ଏବଂ ବଣ୍ଟିଙ୍କୁ ଅନେକ ଥର ଏକାଠି ଦେଖା ଯାଇଥିଲା । ତଥାପି ଏହି ସମ୍ପର୍କ ଉପରେ ସୁସ୍ମିତା କିମ୍ବା ବଣ୍ଟି କୌଣସି ଅଫିସିଆଲ ଭାବରେ ପ୍ରକାଶ କରିନଥିଲେ । କହିରଖୁଛୁ ଯେ, ବର୍ତ୍ତମାନ ସମୟରେ ବଣ୍ଟି ସଚଦେବା ଏବଂ ସୋନାକ୍ଷୀ ସିହ୍ନାଙ୍କ ଲିଙ୍କଅପର ଖବର ସାମ୍ନାକୁ ଆସୁଛି ।

ସୁସ୍ମିତା ସେନ୍ ଏବଂ ଇମତିଆଜ ଖତ୍ରୀ:-

ସୁସ୍ମିତା ସେନ ବ୍ୟବସାୟୀ ଇମତିଆଜ ଖତ୍ରୀଙ୍କୁ ମଧ୍ୟ ଡେଟ୍ କରି ସାରିଛନ୍ତି । ଉଭୟଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାରେ ରହିଥିଲା, କାରଣ ଉଭୟଙ୍କ ବୟସର ଅନ୍ତର ବହୁତ ଅଧିକ ଥିଲା । ଇମତିଆଜ ସୁସ୍ମିତାଙ୍କ ଠାରୁ ୧୪ ବର୍ଷର ସାନ ଥିଲେ । ଏହି କାରଣରୁ ଏହି ଖବର ବହୁତ ଦୃଷ୍ଟି ଆକର୍ଷଣ କରିଥିଲା ।

ବାସ୍ତବରେ ସୁସ୍ମିତା ଏବଂ ଇମତିଆଜ ଗୋଆରେ ଏକ ରେମ୍ପ ୱାକ୍ କରିଥିଲେ, ଯାହା ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଉଡା ଖବର ଆସିଥିଲା । ତେବେ ସୁସ୍ମିତା ସେନ୍ ଏହି ଖବରଗୁଡ଼ିକୁ କେବଳ ଗୁଜବ ବୋଲି କହିଥିଲେ ।

ସୁସ୍ମିତା ସେନ୍ ଏବଂ ମୁଦସର ଅଜୀଜ:-

ଦୁଲହା ମିଲ ଗୟା ଚଳଚ୍ଚିତ୍ରର ସୁଟିଂ ସମୟରେ ପୁଣିଥରେ ସୁସ୍ମିତା ନିଜ ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ପ୍ରେମରେ ପଡି ଯାଇଥିଲେ । ମୁଦାସର ଅଜୀଜ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଉଥିଲେ ଏବଂ ସୁଟିଂ ସମୟରେ ଦୁହେଁ ପରସ୍ପରର ଅତି ନିକଟତର ହେବାକୁ ଲାଗିଥିଲେ । ତଥାପି ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ଚାଲି ପାରିନଥିଲା । ପାଖାପାଖି କିଛି ମାସ ପରେ ଉଭୟଙ୍କର ବ୍ରେକଅପ ହୋଇ ଯାଇଥିଲା ।

ସୁସ୍ମିତା ସେନ୍ ଏବଂ ସବୀର ଭାଟିୟା:-

ସୁସ୍ମିତା ସେନ ସବୀର ଭାଟିୟାଙ୍କ ସହ ମଧ୍ୟ ସମ୍ପର୍କରେ ରହି ସାରିଛନ୍ତି । ସବୀର ଜଣେ ଜଣାଶୁଣା ବ୍ୟବସାୟୀ ଅଟନ୍ତି ଏବଂ ହଟମେଲର ପ୍ରତିଷ୍ଠାତା ଅଟନ୍ତି । ଉଭୟଙ୍କ ମଧ୍ୟରେ ଗଭୀର ଭଲପାଇବା ଥିଲା ଏବଂ ଦୁହେଁ ଦୁହିଁଙ୍କ ପାଇଁ ପାଗଳ ଥିଲେ । କୁହାଯାଏ ଯେ ସବୀର ଭାଟିୟା ସୁସ୍ମିତାଙ୍କୁ ୧୦.୫ କ୍ୟାରେଟର ହୀରା ମୁଦି ଉପହାର ସ୍ୱରୂପ ଦେଇଥିଲେ । ତେବେ ସୁସ୍ମିତାଙ୍କର ଏହି ସମ୍ପର୍କର ଶେଷ ମଧ୍ୟ ବ୍ରେକଅପରେ ହିଁ ହୋଇଥିଲା ।

ସୁସ୍ମିତା ସେନ୍ ଏବଂ ସଞ୍ଜୟ ନାରଙ୍ଗ:-

ହୋଟେଲ କମ୍ପାନୀର ମାଲିକ ସଞ୍ଜୟ ନାରଙ୍ଗଙ୍କ ନାମ ମଧ୍ୟ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଜଡିତ ହୋଇସାରିଛି । ତେବେ ଏହି ସମ୍ପର୍କର ଶେଷ ମଧ୍ୟ ଅତ୍ୟନ୍ତ ଦୁଃଖଦ ହୋଇଥିଲା ଏବଂ ଉଭୟଙ୍କ ସମ୍ପର୍କ ଖୁବଶୀଘ୍ର ଶେଷ ହୋଇ ଯାଇଥିଲା ।

ସୁସ୍ମିତା ସେନ୍ ଏବଂ ରିତିକ୍ ଭସୀନ:-

ଏହା ପରେ ସୁସ୍ମିତାଙ୍କ ଜୀବନରେ ରିତିକ ଭସୀନଙ୍କ ପ୍ରବେଶ ହୋଇଥିଲା । ଏହି ଦୁଇଜଣଙ୍କୁ ଅନେକଥର ଏକାଠି ଦେଖା ଯାଇଥିଲା । ଉଭୟଙ୍କୁ ଜହୀର ଖାନ୍ ଏବଂ ସାଗରିକାଙ୍କ ବିବାହ ରିସେପ୍ସନରେ ମଧ୍ୟ ଏକାଠି ଦେଖା ଯାଇଥିଲା । ଏହି ସମୟ ମଧ୍ୟରେ ଦୁହିଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ଏବଂ ଏହି ସମ୍ପର୍କ ପ୍ରାୟତଃ ୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, କିନ୍ତୁ ଏହି ସମ୍ପର୍କକୁ ମଧ୍ୟ କୌଣସି ସଫଳତା ମିଳି ପାରିନଥିଲା ଏବଂ ଶେଷରେ ବ୍ରେକଅପ ହୋଇ ଯାଇଥିଲା ।

ସୁସ୍ମିତା ସେନ୍ ଏବଂ ରୋହମନ ଶାଲ:-

ବର୍ତ୍ତମାନ ସମୟରେ ସୁସ୍ମିତା ସେନ୍ ମଡେଲ ରୋହମନ ଶାଲଙ୍କୁ ଡେଟ କରୁଛନ୍ତି । ରୋହମନ ଏବଂ ସୁସ୍ମିତା ଦୀର୍ଘ ଦିନ ଧରି ପରସ୍ପର ସହ ଲିଭ ଇନରେ ରହୁଛନ୍ତି ଏବଂ ଉଭୟଙ୍କର ଜବରଦସ୍ତ କ୍ୟାମେଷ୍ଟ୍ରି ଦେଖିବାକୁ ମିଳିଥାଏ । ପ୍ରାୟତଃ ସେମାନଙ୍କର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଏବଂ ପ୍ରଶଂସକ ମାନେ ମଧ୍ୟ ଏହି ଫଟୋଗୁଡ଼ିକରେ ବହୁମାତ୍ରାରେ ଲାଇକ୍ ଏବଂ କମେଣ୍ଟ କରିଥାନ୍ତି ।

ସୁସ୍ମିତା ଏବଂ ରୋହମାନଙ୍କ ମଧ୍ୟରେ ବୟସର ବ୍ୟବଧାନ ବହୁତ ଅଧିକ ଅଟେ । ଉଭୟଙ୍କ ମଧ୍ୟରେ ପ୍ରାୟତଃ ୧୫ ବର୍ଷର ଅନ୍ତର ରହିଛି କିନ୍ତୁ ସେମାନଙ୍କର ବୟସର ପାର୍ଥକ୍ୟ ସେମାନଙ୍କ ପ୍ରେମରେ କେବେ ମଧ୍ୟ ଦେଖାଯାଏ ନାହିଁ । ଉଭୟଙ୍କ ମଧ୍ୟରେ ସର୍ବଦା ଏକ ଜବରଦସ୍ତ କ୍ୟାମେଷ୍ଟ୍ରି ଦେଖିବାକୁ ମିଳିଥାଏ ଏବଂ ଦୁହେଁ ଦୁହିଁଙ୍କୁ ବହୁତ ଭଲ ଭାବରେ ବୁଝିଥାନ୍ତି ।

Be the first to comment

Leave a Reply

Your email address will not be published.


*