ସଡକ ଉପରେ ମରିଯାଇଥିବା ମାତାଙ୍କ ପାଖରେ ବସି ରହିଥିଲେ ସଲମାନଙ୍କ ଭଉଣୀ, ବାପା ସଲୀମ୍ ଖାନ୍ ସହିପାରିଲେ ନାହିଁ, କରିନେଲେ ନିଜ ଝିଅ !

ସଲମାନ ଖାନଙ୍କ ଭଉଣୀ ଏବଂ ସଲୀମ୍ ଖାନଙ୍କ ଝିଅ ଅର୍ପିତା ଖାନ ଶର୍ମାଙ୍କର ଷଷ୍ଠମ ବିବାହ ବାର୍ଷିକୀ କିଛିଦିନ ପୂର୍ବରୁ ଯାଇଛି । ୬ ବର୍ଷ ପୂର୍ବେ ନଭେମ୍ବର ୧୮ ତାରିଖରେ ଅର୍ପିତା, ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ । ଅର୍ପିତା ଏବଂ ଆୟୁଷ ନିଜ ନିଜର ଇନଷ୍ଟାଗ୍ରାମରେ ଅନେକ ଫୋଟ ସେୟାର କରି ପରସ୍ପରକୁ ବିବାହ ବାର୍ଷିକୀର ଅନେକ ଶୁଭେଚ୍ଛା ଜଣାଇଥିଲେ। ଆପଣଙ୍କୁ କହିରଖୁଛୁ ଯେ, ଅର୍ପିତା ସଲୀମ୍ ଖାନଙ୍କର ପୋଷ୍ୟ କନ୍ୟା ଅଟନ୍ତି । ବାସ୍ତବରେ ୧୯୮୧ ମସିହାରେ ସଲୀମ ଖାନ ଅର୍ପିତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ବାସ୍ତବରେ ଘଟଣାଟି ଏଭଳି ଥିଲା ଯେ, ସଲୀମଙ୍କର ପ୍ରତିଦିନ ସକାଳେ ପତ୍ନୀଙ୍କ ସହ ବାହାରକୁ ବୁଲିଯିବାର ଅଭ୍ୟାସ ରହିଥିଲା । ଦିନେ ସେ ଘରକୁ ଫେରୁଥିବା ସମୟରେ ଦେଖିଲେ ଯେ, ଜଣେ ସ୍ତ୍ରୀ ଲୋକ ସଡକ ପାଖରେ ମରି ପଡିଛି ଏବଂ ତା’ପାଖରେ ଏକ ଛୋଟ ଝିଅ ବସି କାନ୍ଦୁଛି । ସେହି ଝିଅକୁ ଦେଖି ସଲୀମଙ୍କର ହୃଦୟ ତରଳି ଗଲା ଏବଂ ସେ ସେହି ଝିଅକୁ ତାଙ୍କ ସହ ନିଜ ଘରକୁ ନେଇଆସିଲେ । ପରେ ସେ ଏବଂ ତାଙ୍କ ପତ୍ନୀ ହେଲନ ମିଶି ଝିଅଟିକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ଏହି ଝିଅ ଆଉ କେହି ନୁହେଁ ବରଂ ଅର୍ପିତା ଅଟନ୍ତି ।

ସେହି ସମୟରେ ସଲୀମ୍ ଖାନଙ୍କ ସହ ଇନ୍ଦୋରର ହୋଳ୍କର କଲେଜରେ ତାଙ୍କ ସହପାଠୀ ଥିବା ଶରଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ସଲୀମ୍ ଶରଦ ଯୋଶୀଙ୍କୁ ଝିଅର ନାମ ରଖିବା ପାଇଁ କହିଥିଲେ । ଏହାପରେ ଶରଦ ଯୋଶୀ କହିଥିଲେ ଯେ ଏହି ଝିଅ ଆପଣଙ୍କୁ ଅର୍ପିତ ହୋଇଛି, ଏଥିପାଇଁ ଏହି ଝିଅର ନାମ ଅର୍ପିତା ହେବା ଉଚିତ ।

ଅର୍ପିତା ଏହି ଅବସରରେ ନିଜ ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ସ୍ୱାମୀଙ୍କ ନାମରେ ଭାବପ୍ରବଣ ମ୍ୟାସେଜ୍ ଲେଖିଥିଲେ । ସେ ଲେଖିଥିଲେ ଯେ, ମୋ ବନ୍ଧୁ ହେବା ଠାରୁ ମୋ ସ୍ୱାମୀ ହେବା ପର୍ଯ୍ୟନ୍ତ ଆମେ ସେହି ଯାତ୍ରାକୁ ସଜାଇଛୁ, ଯାହାକୁ ଆମେ ଏକାଠି ମିଶି ନିର୍ଦ୍ଧାରିତ କରିଥିଲେ । ମୋତେ ଖୁସି ଲାଗୁଛି ଯେ ଆମେ ଆମର ଜୀବନକୁ ୬ ବର୍ଷ ପୂର୍ବରୁ ଏକାଠି ଯୋଡିଥିଲୁ । ଶୁଭ ବିବାହ ବାର୍ଷିକୀ ମୋ ପ୍ରେମ । ପ୍ରଥମ ଥର ପାଇଁ ଆମେ ଏକାଠି ଉତ୍ସବ ପାଳନ କରୁନାହୁଁ । କିନ୍ତୁ ମୁଁ ଆପଣଙ୍କ ଦ୍ଵାରା କରାଯାଇଥିବା ସେହି କାମ ଦ୍ୱାରା ଖୁସି ଅଛି, ଯାହା ଆପଣଙ୍କୁ ସବୁଠାରୁ ଭଲ ଲାଗିଥାଏ । ଏକା ସହିତ ଆସିଥିବା ଆଉ କେତେକ ବର୍ଷ, ଗପସପ, ଝଗଡା, ମତଭେଦ ଏବଂ ମୁଁ ଆପଣଙ୍କୁ ଭଲ ପାଇଥାଏ ।

ଆୟୁଷ ପତ୍ନୀଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଉଥିବାର ଫୋଟ ସେୟାର କରିଥିଲେ । ସେ ତାଙ୍କ ପତ୍ନୀ ଅର୍ପିତାଙ୍କ ବିଷୟରେ ଏକ ସ୍ୱତନ୍ତ୍ର ନୋଟ ଲେଖିଥିଲେ । ସେ ଲେଖିଥିଲେ, ବିବାହ ବାର୍ଷିକୀର ଅନେକ ଶୁଭେଚ୍ଛା ମୋ ପ୍ରେମ । ଆମ ବିବାହକୁ ୬ ବର୍ଷ ହୋଇଗଲାଣି । କିନ୍ତୁ ଏଭଳି ଲାଗିଥାଏ ଯେ, ମୁଁ ତୁମକୁ ସର୍ବଦା ଜାଣିଛି । ୬ ବର୍ଷ ତୁମର ମୁର୍ଖତା ଏବଂ ଛୋଟ ଜିନିଷରୁ ଖୁସି ପାଇଯାଏ । ତୁମ ଭଳି ଜୀବନସାଥୀ ପାଇ ମୁଁ ଭାଗ୍ୟବାନ ଅଟେ । ବହୁତ ଭଲପାଇବା ।

ଅର୍ପିତା ଏବଂ ଆୟୁଷଙ୍କର ପ୍ରଥମ ସାକ୍ଷାତ ୨୦୧୩ ମସିହାରେ ଏକ ପାର୍ଟିରେ ହୋଇଥିଲା । ଉଭୟଙ୍କର ଏକ ସାଧାରଣ ବନ୍ଧୁ ସେମାନଙ୍କର ସାକ୍ଷାତ କରାଇଥିଲେ । ଆୟୁଷଙ୍କର ଅର୍ପିତାଙ୍କ ସହ ପ୍ରଥମ ଦେଖାରେ ପ୍ରେମ ହୋଇ ଯାଇଥିଲା ।

ଅନେକ ଥର ଦେଖା ହେବାପରେ ଆୟୁଷ ଅର୍ପିତାଙ୍କୁ ଏକ ପାର୍ଟିରେ ଆଣ୍ଠୁରେ ବସି ସମସ୍ତଙ୍କ ସାମ୍ନାରେ ପ୍ରପୋଜ୍ କରିଥିଲେ । ଏହା ଅର୍ପିତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା ।

ଆୟୁଷଙ୍କ ପ୍ରପୋଜାଲରେ ଅର୍ପିତା ମନା କରିପାରିନଥିଲେ । ଅର୍ପିତାଙ୍କ ହଁ କହିବା ପରେ ଉଭୟଙ୍କ ପରିବାର ଲୋକମାନେ ସାକ୍ଷାତ କରିଥିଲେ ଏବଂ ଏମାନଙ୍କର ବିବାହ ଧାର୍ଯ୍ୟ ହୋଇ ଯାଇଥିଲା ।

ଅର୍ପିତା ଏବଂ ଆୟୁଷଙ୍କର ବିବାହ ହାଇଦ୍ରାବାଦର ଫଲକନୁମା ପ୍ୟାଲେସ ହୋଟେଲରେ ହୋଇଥିଲା । ଏହି ବିବାହରେ ବଲିଉଡର ଅନେକ ତାରକା ଯୋଗ ଦେଇଥିଲେ ଏବଂ ବହୁତ ଉପଭୋଗ କରିଥିଲେ ।

ଅର୍ପିତା ଏବଂ ଆୟୁଷଙ୍କର ବିବାହ ରିସେପସନ ନଭେମ୍ବର ୨୧ ତାରିଖ ଦିନ ହୋଟେଲ ତାଲ୍ ଲ୍ୟାଣ୍ଡସରେ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶାହାରୁଖ ଖାନ୍, ଅମୀର ଖାନ୍, ପ୍ରିୟଙ୍କା ଚୋପ୍ରା, କରନ୍ ଜୋହାର, ସାନିଆ ମିର୍ଜା, କ୍ୟାଟ୍ରିନା କୈଫଙ୍କ ସହ ବଲିଉଡ, ରାଜନୀତି ଏବଂ ବ୍ୟବସାୟ ଜଗତର ଅନେକ ଲୋକ ଯୋଗ ଦେଇଥିଲେ ।

ଅର୍ପିତା ଏବଂ ଆୟୁଷଙ୍କର ଦୁଇ ସନ୍ତାନ ଆହିଲ ଏବଂ ଆୟତ ଅଛନ୍ତି । ଆୟତଙ୍କର ଜନ୍ମଦିନ ମାମୁଁ ସଲମାନଙ୍କର ଜନ୍ମଦିନ ଦିନ ଗତବର୍ଷ ହୋଇଥିଲା ।

Be the first to comment

Leave a Reply

Your email address will not be published.


*