ଭାରତୀୟ ବୋଧୂ ବେଶର ଥଟ୍ଟା କରୁଥିବାର ନଜର ଆସିଲେ ଜସଲୀନ୍ ମଥାରୁ । ୟୁଜର୍ସ ମାନେ ଲଗାଇଦେଲେ କ୍ଲାସ୍ !

ବିଗ୍ ବୋସ୍ ୧୨ର ପ୍ରତିଯୋଗୀ ଥିବା ଜସଲୀନ୍ ମଥାରୁ ଆଜିକାଲି ଖୁବ୍ ଖବରରେ ଛାଇ ରହିଛନ୍ତି, ସେହିପରି ଜସଲୀନ୍ ଯେବେ ମଧ୍ୟ କିଛି ପୋଷ୍ଟ କରନ୍ତି ତେବେ ସେ ସୋସିଆଲ ମିଡ଼ିଆରେ ଦେଖିବା ମାତ୍ରେ ଭାଇରଲ ହୋଇଯାଏ ।

ଏପରି କିଛି ହିଁ ଜସଲୀନ୍ କରିଛନ୍ତି । ଏଥର ସେ ନିଜର ମର୍ଡନ ବୋଧୂ ଥିବା ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କଲେ, ଆପଣ ଏପରି ଅନେକଗୁଡ଼ିଏ ଭିଡ଼ିଓ ଦେଖିଥିବେ ଯେଉଁଥିରେ ବଧୂ ମାନେ ବ୍ଲାଉଜ, ଗହଣା ଓ ସଜେଇ ହୋଇ ତଳେ ଶଟ୍ସ ପିନ୍ଧି ନୃତ୍ୟ କରୁଥିବାର ଓ ଭିଡ଼ିଓ ତିଆରି କରି ଓ ଠିକ୍ ସେହିପରି ଭାବରେ ଜସଲୀନ୍ ମଧ୍ୟ ଓଢଣୀ ପିନ୍ଧି ବୋଧୂ ବେଶର ମର୍ଡନ ପିନ୍ଧି ଭିଡ଼ିଓ ଓ ଫଟୋ କ୍ଲିନ୍ କଲେ ଓ ଏହି ଭିଡ଼ିଓରେ ଜସଲୀନ୍ ରେମ୍ପ ୱାର୍କ କରୁଥିବାର ନଜର ଆସୁଛନ୍ତି ।

ଏହି ଭିଡ଼ିଓରେ ବେକଗ୍ରାଉଣ୍ଡରେ ଝିଅ ସସୁରାଲ ତୁ ଯା…..ଗୀତ ବାଜୁଛି

ଏହି ଭିଡ଼ିଓକୁ ଦେଖିବା ପରେ ଜସଲୀନ୍ କଳର୍ସର ଲକ୍ଷ୍ୟରେ ଆସିଛନ୍ତି ଲୋକେ ତାଙ୍କୁ ଅନେକ କିଛି କହୁଛନ୍ତି । ଜସଲୀନଙ୍କ ଫେସନ ସେନ୍ସକୁ ଦେଖି ୟୁଜର୍ସ ମାନେ ଲେଖିଛନ୍ତି ଯେ – ଆପଣ ନିଜର ଲେହେଙ୍ଗା ପିନ୍ଧିବା ଭୁଲି ଯାଇଛନ୍ତି କି କିମ୍ବା ଆପଣଙ୍କ ମୁଣ୍ଡ ଖରାପ ହୋଇଯାଇଛି । ସେପଟେ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ – ତାଙ୍କ ଶାଶୁଘର ଲୋକମାନେ ଅଚେତ ହୋଇଯିବେ ଦେଶୀ ପୋଷାକକୁ ମଧ୍ୟ ଅପମାନିତ କରି ଦେଉଛ ।

କିଛି ଏପରି କମେଣ୍ଟ ଜସଲୀନଙ୍କ ଏହି ଭିଡ଼ିଓରେ ଆସୁଛି, ୟୁଜର୍ସ ମାନେ କ୍ରୋଧରେ ମଧ୍ୟ ଲେଖୁଛନ୍ତି ଯେ – ତୁମେ ଶାଶୁଘର ନୁହେଁ ମେଣ୍ଟାଲ ହସ୍ପିଟାଲ ଯାଅ । ଜସଲୀନ୍ ବିଷୟରେ ଆଲୋଚନା କରିବା ତେବେ ଜସଲୀନଙ୍କ କ୍ୟାରିୟର ବିଷୟରେ ତେବେ ସେ ଦ ଡ଼ର୍ଟି ରିଲେସନରୁ ୨୦୧୩ ମସିହାରେ ଡେବ୍ୟୁ କରିଥିଲେ କିନ୍ତୁ ଜସଲୀନ୍ ଚର୍ଚ୍ଚାରେ ସେତେବେଳକୁ ଆସିଲେ ଯେତେବେଳେ ସେ ବିଗ୍ ବୋସରେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ପ୍ରେମିକ ବୋଲି କହିଲେ, କିନ୍ତୁ ପରେ ଦୁହେଁ ଏଥିରୁ ସ୍ପଷ୍ଟ ଭାବେ ଅସ୍ବୀକାର କରିନେଲେ । ଶୋ’ରୁ ବାହାରିବା ପରେ ସେ ନିଜ ସମ୍ପର୍କକୁ କେବଳ ଗୁରୁ ଶିଷ୍ୟର ଯୋଡ଼ି ବୋଲି କହିଲେ ।

Be the first to comment

Leave a Reply

Your email address will not be published.


*