ସାମ୍ନାକୁ ଆସିଲା ଶିଳ୍ପା ଶେଟ୍ଟୀଙ୍କ ଝିଅଙ୍କ ପ୍ରଥମ ଝଲକ୍ ! ବହୁତ ଦିନ ପର୍ଯ୍ୟନ୍ତ ନିଜ ଝିଅକୁ ଲୁଚାଇ ରଖିପାରିଲେ ନାହିଁ ।

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜ ଫିଟନେସ୍ ଓ ପରିବାରକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ଦୀର୍ଘ ସମୟ ପରେ ସେ ଚଳଚ୍ଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଚଳିତ ବର୍ଷ ହିଁ ଶିଳ୍ପା ଗୋଟିଏ ଝିଅର ମାଁ ହୋଇଛନ୍ତି । ନିଜ ଝିଅର କିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି କିନ୍ତୁ କେବେମଧ୍ୟ ଚେହେରା ଦେଖାଯାଇ ନାହିଁ କିନ୍ତୁ ଶିଳ୍ପା ଦୀର୍ଘ ସମୟ ପର୍ଯ୍ୟନ୍ତ ଏଥିରୁ ସଫଳତା ପାଇ ପାରି ନାହାଁନ୍ତି । ପେପରାଜି ତାଙ୍କ ଝିଅ ସମିଶାଙ୍କୁ କ୍ୟାମେରା ଫଟୋ ବାହାର କରିଛନ୍ତି ।

ନିକଟରେ ଶିଳ୍ପା ଝିଅ ସମିଶାଙ୍କ ସହିତ ନଜର ଆସିଛନ୍ତି । ଭିଡ଼ିଓରେ ଦେଖିପାରିବା ଯେ ଶିଳ୍ପା ଗାଡ଼ିରୁ ଓଲ୍ହାଉ ଥିବାର ନଜର ଆସୁଛନ୍ତି । ଯେପରି ହିଁ ଅଭିନେତ୍ରୀ ନିଜ ଗାଡ଼ିରୁ ଓଲ୍ହାଇଲେ ସେପରି ଝିଅ ସମିଶାଙ୍କ ଚେହେରା ନଜର ଆସିଗଲା । ସମିଶା ବହୁତ କ୍ୟୁଟ୍ ନଜର ଆସୁଛନ୍ତି । ଯଦିଓ ତାଙ୍କର କେବଳ ଝଲକ୍ କ୍ୟାମେରାରେ ଆବଦ୍ଧ ହୋଇପାରିଲା କିନ୍ତୁ ପ୍ରଥମ ଥର ପାଇଁ ଫ୍ୟାନ୍ସ ମାନେ ସମିଶାଙ୍କ ଚେହେରାକୁ ଦେଖିପାରିଲେ । ସମିଶା ସମ୍ପୂର୍ଣ୍ଣ ୯ ମାସର ହୋଇଯାଇଛନ୍ତି ।

ଆପଣଙ୍କ ସୁଚାଇଦେଉଛୁ ଯେ ଶିଳ୍ପା ଦ୍ୱିତୀୟ ଥର ପାଇଁ ସେରୋଗେସି ଜରିଆରେ ମାଁ ହୋଇଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଦେଇଥିଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଶିଳ୍ପା ସେଟ୍ଟୀଙ୍କ ଆଗରୁ ମଧ୍ୟ ଜଣେ ପୁଅ ଅଛନ୍ତି । ଶିଳ୍ପାଙ୍କ ପୁଅର ବୟସ ୭ ବର୍ଷ ଅଟେ । ସେପକ୍ଷରେ ୭ ବର୍ଷ ପରେ ସେ ପୁଣିଥରେ ମାଁ ହେବା ପାଇଁ ନିଷ୍ପତ୍ତି ନେଲେ । ବିଶେଷ କଥାଟି ଏହା ଯେ ତାଙ୍କ ଝିଅ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ନଥିଲା ।

ଅଭିନେତ୍ରୀଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଶିଳ୍ପା ସେଟ୍ଟୀ ଖୁବଶୀଘ୍ର ବଲିଉଡ଼କୁ ଫେରି ପାରନ୍ତି । ଅଭିନେତ୍ରୀ ଗୋଟିଏ ନୁହଁ ବରଂ ଦୁଇ ଦୁଇଟି ଚଳଚ୍ଚିତ୍ରରେ ନଜର ଆସିବେ । ପ୍ରଥମ ଚଳଚ୍ଚିତ୍ର ‘ହଙ୍ଗାମା ୨’ ଓ ଅନ୍ୟଟି ‘ନିକମ୍ମା’ ଅଟେ । ହଙ୍ଗାମା ୨ରେ ଅଭିନେତ୍ରୀ ପରେଶ ରାୱଲ ଓ ମିଯାନ ଜାଫ୍ରିଙ୍କ ସହ ନଜର ଆସିବେ ସେପଟେ ନିକମ୍ମାରେ ଅଭିନେତ୍ରୀ ଅଭିମନ୍ୟୁ ଦଶାନୀ ଓ ଶ୍ରଲି ସେତିୟାଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ।

‘ହଙ୍ଗାମା ୨’ ର ପ୍ରଥମ ଲୁକ୍ ପୋଷ୍ଟର ମୁକ୍ତିଲାଭ ହୋଇସାରିଛି । ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ସକ୍ରିୟ ରୁହନ୍ତି । ସେ ଅଧିକାଂଶ ସମୟରେ ଫିଟନେସ ସହ ଜଡ଼ିତ ଜିନିଷ ଗୁଡ଼ିକ ମଧ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ସେୟାର କରନ୍ତି ।

Be the first to comment

Leave a Reply

Your email address will not be published.


*