ବଲିଉଡର ଏହି ୮ଜଣ ଅଭିନେତ୍ରୀ ଅଭିନୟ ବ୍ୟତୀତ ସଫଳ ବ୍ୟବସାୟୀ ମଧ୍ୟ ଅଟନ୍ତି ! ଦୀପିକାଙ୍କ ଠାରୁ ଶିଳ୍ପା ପର୍ଯ୍ୟନ୍ତ କରନ୍ତି ଏହି ବ୍ୟବସାୟ….

ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁନ୍ଦରୀ ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ଅଛନ୍ତି ଏବଂ ଏହି ଅଭିନେତ୍ରୀ ମାନେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସମସ୍ତଙ୍କୁ ନିଜର ଦିୱାନା କରିଦେଇଛନ୍ତି । ଏଥିସହିତ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଆଉ ଏଭଳି କିଛି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ସେମାନଙ୍କର ବ୍ୟବସାୟ ଷ୍ଟାଟଅପକୁ ନେଇ ମଧ୍ୟ ଅନେକ ଚର୍ଚ୍ଚାରେ ରହିଛନ୍ତି ଏବଂ ଏହି ଅଭିନେତ୍ରୀ ମାନେ ସେମାନଙ୍କ ବ୍ୟବସାୟ ଷ୍ଟାଟଅପରେ ଅନେକ ମାତ୍ରାରେ ବିନିଯୋଗ କରୁଛନ୍ତି । ତେବେ ଆଜି ଆମେ ଏଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅଭିନୟ ସହିତ ବ୍ୟବସାୟରେ ମଧ୍ୟ ବହୁମାତ୍ରାରେ ଜଡିତ ଅଛନ୍ତି । ତେବେ ଆସନ୍ତୁ ଏହି ତାଲିକାରେ କେଉଁ ମାନଙ୍କର ନାମ ରହିଛି, ଜାଣିବା ।

ଦୀପିକା ପାଦୁକୋନ:-

ବଲିଉଡର ଏକ ନମ୍ବର ଅଭିନେତ୍ରୀ ଭାବରେ ପରିଚିତ ଦୀପିକା ପାଦୁକୋନଙ୍କର ନାମ ମଧ୍ୟ ଏହି ତାଲିକାରେ ରହିଛି । ଏବଂ ଦୀପିକା ନିଜର ଆକର୍ଷଣୀୟ ଅଭିନୟ ଦ୍ୱାରା ବଲିଉଡରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ତେବେ ଅଭିନୟ ସହ ଦୀପିକା ନିକଟରେ ନିଜର ଏକ ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଗତବର୍ଷ ‘ଏଫଏମସିଜି ବ୍ରାଣ୍ଡ’ ଏପିଗାମିଆରେ ଷ୍ଟ୍ରାଟେଜିକ ଭାଗିଦାରୀତା ଅଧୀନରେ ଦୀପିକା ବିନିଯୋଗ କରିଥିଲେ । ଏହାସହିତ ଦୀପିକା ଇ-ଟେକ୍ସି ଷ୍ଟାଟଅପ ବ୍ଲୁ ସ୍ମାର୍ଟରେ ପ୍ରାୟତଃ ୨୧ କୋଟି ଟଙ୍କାର ବ୍ଲୁ ସ୍ମାର୍ଟ ନାମକ କ୍ୟାବ ସେବାରେ ବିନିଯୋଗ କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ମହିଳା ଚାଳକ ମାନଙ୍କ ପାଇଁ ଦୀପିକା ଏହି ବ୍ୟବସାୟକୁ ଆରମ୍ଭ କରିଛନ୍ତି, ଯାହାଫଳରେ ସେମାନଙ୍କୁ ମଧ୍ୟ ଭଲ ରୋଜଗାର ମିଳିପାରିବ ।

ଆଲିଆ ଭଟ୍ଟ:-

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ନିଜର ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି । ଏବଂ ଜଣେ ଭଲ ଅଭିନେତ୍ରୀ ହେବା ସହିତ ଆଲିଆ ଜଣେ ପ୍ରତିଭାଶାଳୀ ବ୍ୟବସାୟୀ ମହିଳା ଅଟନ୍ତି । ଏବଂ ଆଲିଆ ଭଟ୍ଟ ସୌନ୍ଦର୍ଯ୍ୟ ଉତ୍ପାଦ ଗୁଡିକର ‘ଇ-ବାଣିଜ୍ୟ’ ୱେବସାଇଟ ନାଇକା ସହ ବଡ଼ ବିନିଯୋଗ କରିଛନ୍ତି । ଏହାସହ ସେ କେତେ ବିନିଯୋଗ କରିଛନ୍ତି, ତାହାର ଏପର୍ଯ୍ୟନ୍ତ ସମ୍ପୂର୍ଣ ସୂଚନା ନାହିଁ । ଏହାସହିତ କହିରଖୁଛୁ ଯେ ‘ନାଇକା ୨୦୨୦ର’ ବିନିଯୋଗ ମାଧ୍ୟମରେ ପାଖାପାଖି ୧୦୦ ମିଲିଅନ ଡଲାରରୁ ଅଧିକ ଟଙ୍କା ସଂଗ୍ରହ କରିସାରିଛି ।

କ୍ୟାଟ୍ରିନା କୈଫ:-

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଅଭିନୟ ବ୍ୟତୀତ ବ୍ୟବସାୟରେ ନିଜର ପାଦ ରଖି ସାରିଛନ୍ତି ଏବଂ କ୍ୟାଟ୍ରିନା କୈଫ ମଧ୍ୟ ସୌନ୍ଦର୍ଯ୍ୟ ଉତ୍ପାଦର ଇ-ବାଣିଜ୍ୟ ୱେବସାଇଟ ନାଇକାରେ ଅତ୍ୟନ୍ତ ବିନିଯୋଗ କରିସାରିଛନ୍ତି । ଏବଂ ଏହା ସହିତ କ୍ୟାଟ୍ରିନା ନିଜର ସୌନ୍ଦର୍ଯ୍ୟ ଲାଇନକୁ ନିକଟରେ ଲଞ୍ଚ କରିଛନ୍ତି ।

କାଜଲ ଅଗ୍ରୱାଲ:-

ବଲିଉଡ ଏବଂ ସାଉଥର ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ଯିଏକି ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏବଂ ବିବାହ ପରେ ଗୃହିଣୀ ହେବା ସହିତ କାଜଲ ଜଣେ ସଫଳ ବ୍ୟବସାୟୀ ମହିଳା ମଧ୍ୟ ହୋଇ ଯାଇଛନ୍ତି । ଏବଂ ଏହି ବର୍ଷ କାଜଲ ଅଗ୍ରୱାଲ ଗେମିଙ୍ଗ ପ୍ଲାଟଫର୍ମ ହକି ଖେଳରେ ବିନିଯୋଗ କରି ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ:-

ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଅଭିନୟ ସହିତ ଜଣେ ସଫଳ ବ୍ୟବସାୟୀ ମହିଳା ଅଟନ୍ତି । ଐଶ୍ୱର୍ଯ୍ୟା ଗତବର୍ଷ ହିଁ ବୃନ୍ଦାକେ ସହିତ ଏକ୍ଏଞ୍ଜଲ ବିନିଯୋଗକାରୀ ଆକାରରେ ଏମ୍ବିରେ ଟଙ୍କା ବିନିଯୋଗ କରିଥିଲେ ଏବଂ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ।

ମଲାଇକା ଆରୋଡ଼ା:-

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମଲାଇକା ଆରୋଡ଼ା ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଏବଂ ସେ ଗତବର୍ଷ ଭାରତୀୟ ଯୋଗ ଫିଟନେସ ଚେନ ଷ୍ଟାଟଅପ ସର୍ଭରେ ଟଙ୍କା ବିନିଯୋଗ କରିଥିଲେ ଏବଂ ତାଙ୍କର ଏହି ବ୍ୟବସାୟ ଅତ୍ୟନ୍ତ ସଫଳ ଭାବରେ ଚାଲୁଅଛି ।

ପ୍ରିୟଙ୍କା ଚୋପ୍ରା:-

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିନୟ ସହିତ ଜଣେ ସଫଳ ବ୍ୟବସାୟୀ ମହିଳା ଅଟନ୍ତି ଏବଂ ସେ ୨୦୧୮ ମସିହାରେ ସୋସିଆଲ ନେଟୱାର୍କିଂ ଏବଂ ରେଟିଂ ଆପ ବମ୍ବଲରେ ଟଙ୍କା ବିନିଯୋଗ କରିଥିଲେ । ଯାହାପରେ ଏହାକୁ ଭାରତରେ ମଧ୍ୟ ଲଞ୍ଚ କରାଯାଇଥିଲା ।

ଶିଳ୍ପା ଶେଟ୍ଟୀ:-

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ଜଣେ ସଫଳ ବ୍ୟବସାୟୀ ମହିଳା ଅଟନ୍ତି ଏବଂ ନିକଟରେ ଶିଳ୍ପା ଏଫଏମସିଜି ଷ୍ଟାଟଅପ ମମାଆର୍ଥରେ ୧.୬ କୋଟି ଟଙ୍କା ବିନିଯୋଗ କରିଛନ୍ତି ।

Be the first to comment

Leave a Reply

Your email address will not be published.


*