ଏହି ରାଜ୍ୟରେ ଆଜି ରାତିରୁ ଲାଗୁହେବ କର୍ଫ୍ୟୁ ! ଘରୋଇ ସଉଦା କିଣିବା ପାଇଁ ବଜାରରେ ଅସମ୍ଭାଳ ଭିଡ଼…

ଅହମଦାବାଦ ୨୦/୧୧: କେବଳ ଭାରତ ସମଗ୍ର ବିଶ୍ଵ ମହାମାରୀ କରୋନାକୁ ନେଇ ବର୍ତ୍ତମାନ ସୁଦ୍ଧା ଚିନ୍ତିତ । ଏହି ମହାମାରୀ କରୋନାର ସଂକ୍ରମଣ ବୃଦ୍ଧିକୁ ରୋକ ଲଗାଇବା ପାଇଁ ଅହମଦାବାଦରେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୯ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ କର୍ଫ୍ୟୁ । ଏହି ଘୋଷଣା ପରେ ଲୋକଙ୍କ ପୁନଶ୍ଚ ଭୟ ଜନ୍ମିଯାଇଛି । କର୍ଫ୍ୟୁ ସମ୍ପର୍କରେ ସୂଚନା ମିଳିବା ପରେ ଆଜି ସକାଳୁ ସକାଳୁ ସହରର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଅହମ୍ମଦାବାଦରେ ଅଚାନକ କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି । ଏପରିକି ସହରରେ ଥିବା ଘରୋଇ ହସ୍ପିଟାଲରେ ମାତ୍ର ୪୦୦ କରୋନା ବେଡ ଖାଲି ରହିଛି ।

ସୂଚନାରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ସରକାରୀ କୋଭିଡ୍ ହସ୍ପିଟାଲରେ ୨ ହଜାର ୬ ଶହ ବେଡ ଫାଙ୍କା ଥିବାର କୁହାଯାଇଛି । ଅହମ୍ମଦାବାଦରେ କେବଳ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ପ୍ରଥମେ ନିଷ୍ପତି ନିଆଯାଇଥିଲା । କିନ୍ତୁ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ନାଇଟ୍ କର୍ଫ୍ୟୁ ବଦଳରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ ।

କର୍ଫ୍ୟୁକୁ ଦୃଷ୍ଟିରେ ରଖି ଲୋକମାନେ ଜିନିଷପତ୍ର କିଣିବା ପାଇଁ କରୋନାର ସବୁ କଟକଣା ଭୁଲି ଯାଇଛନ୍ତି । ଆଜି ସକାଳୁ କାଲୁପୁର ମାର୍କେଟରେ ଶତାଧିକ ଲୋକ ଏକାଠି ହୋଇ ଥିଲେ । ସାମଗ୍ରୀ କିଣିବା ପାଇଁ ଲୋକେ ବ୍ୟସ୍ତ ଥିଲେ ଯେ କେହି ବି ସାମାଜିକ ଦୂରତା ନିୟମକୁ ପାଳନ କରି ନଥିଲେ । କେବଳ ଏହି ଗୋଟିଏ ମାର୍କେଟ ନୁହେଁ, ଏକାଧିକ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ : ସୁଶାନ୍ତଙ୍କ ଉପରେ ନକଲି ଭିଡିଓ ବନାଉଥିବା ୟୁଟ୍ୟୁବରଙ୍କ ଉପରେ ଅକ୍ଷୟ କୁମାର ଦାଖଲ କଲେ ୫୦୦ କୋଟିର ମାନହାନି ମାମଲା !

ଅନ୍ୟପକ୍ଷରେ ଗୁଜରାଟର ଅନ୍ୟ ସହର ଓ ଜିଲ୍ଲାରେ କର୍ଫ୍ୟୁ କିମ୍ବା ଲକ୍ଡ଼ାଉନ୍ ଲାଗୁ କରାଯାଇ ନାହିଁ । ତଥାପି ଲୋକଙ୍କ ମନରେ ଲକ୍ଡ଼ାଉନ୍ ଆଶଙ୍କା ରହିଛି, ଏହାକୁ ଦୃଷ୍ଟିରେ ରଖି ଲୋକେ ଲକ୍ଡ଼ାଉନ ସ୍ଥିତିରେ ସମ୍ନା କରିବା ପୂର୍ବରୁ ଘରୋଇ ସଉଦା କନିବା ପାଇଁ ବଜାରରେ ଭିଡ଼ ଜମାଇବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି, “ରାଜ୍ୟରେ ଲକ୍ଡ଼ାଉନ ଲାଗୁ କରିବାର କୌଣସି ସମ୍ଭାବନା ନାହିଁ ।”

ଏହା ମଧ୍ୟ ପଢନ୍ତୁ : “ଉଦ୍ୟମେନ ହିଁ ସିଦ୍ଧନ୍ତି” । ନିଜ ବୁଦ୍ଧିବଳରେ ହେଲେ କୋଟିପତି, ସରକାର ଚାକିରୀ ଛାଡି କରୁଛନ୍ତି କ୍ଷେତ କାମ ।

Be the first to comment

Leave a Reply

Your email address will not be published.


*