ସନ୍ତାନମାନଙ୍କ ସହ ହିମାଚଳର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆନନ୍ଦ ଉଠାଉଛନ୍ତି ରବିନା ଟଣ୍ଡନ ! ଭାଇରଲ ହେଲା ଫଟୋଗୁଡିକ…

୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ରବିନା ଟଣ୍ଡନ ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଛନ୍ତି ସତ କିନ୍ତୁ, ଆଜି ମଧ୍ୟ ଲୋକଙ୍କ ହୃଦୟରେ ରାଜ କରନ୍ତି । ତାଙ୍କ ସୁନ୍ଦରତାର ଆଜି ମଧ୍ୟ ଲକ୍ଷ ଲକ୍ଷ ଦିୱାନା ଅଛନ୍ତି, ସେପଟେ ରବିନା ମଧ୍ୟ ନିଜ ଫ୍ୟାନ୍ସ ମାନଙ୍କ ସହ ଲଗାତାର ସୋସିଆଲ ମିଡ଼ିଆ ଜରିଆରେ ଜଡ଼ିତ ରୁହନ୍ତି । ଅଭିନେତ୍ରୀ ନିଜ ଫଟୋଗୁଡିକ ସେୟାର କରନ୍ତି ଓ ତାଙ୍କ ଫ୍ୟାନ୍ସ ମାନେ ଏହାକୁ ଭରପୂର ଭଲପାଇବା ଦିଅନ୍ତି ।

ନିକଟରେ ରବିନା କିଛି ଫଟୋ ନିଜ ଇଂଷ୍ଟା ଆକାଉଣ୍ଟରୁ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଖୁବ ଭାଇରଲ ହେଉଛି । ବାସ୍ତବରେ ଏହି ଫଟୋଗୁଡିକରେ ରବିନା ନିଜ ଦୁଇଟି ସନ୍ତାନ ରଣବିର ଓ ରାଶା ସହିତ ହିମାଚଳର ପ୍ରାକୃତିକ ପରିବେଶରେ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି, ଏହି ସମୟର ଅନେକଗୁଡ଼ିଏ ଫଟୋ ରବିନା ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ।

ଅଭିନେତ୍ରୀ ନିଜ ଅଧିକାରୀକ ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଦେଖି ପାରିବା ଯେ ରବିନା ନିଜ ସନ୍ତାନ ମାନଙ୍କ ସହିତ ହିମାଚଳର ବରଫରେ ଆଚ୍ଛାଦିତ ପର୍ବତରେ ମଜା କରୁଛନ୍ତି । ଏହି ଫଟୋଗୁଡିକ ସେୟାର କରି ରବିନା କେପ୍ସନରେ ଲେଖିଛନ୍ତି ଯେ, ‘ଥଣ୍ଡା ପାଗ ଗେଟଅବେ ସହ ପ୍ରେମ ହୋଇଗଲା, ସୁନ୍ଦର ହିମାଚଳ’ ଏହି ଫଟୋଗୁଡିକରେ ରବିନା ବାଇଗଣୀ ରଙ୍ଗର ଟୋପିରେ ଖୁବ ସୁନ୍ଦର ଦେଖା ଯାଉଛନ୍ତି ।

ରବିନା ହିମାଚଳରେ ପାଳନ କଲେ ଅନଲାଇନ ଦୀପାବଳି :

ଚଳଚ୍ଚିତ୍ରର ଶୁଟିଂ ପାଇଁ ହିମାଚଳ ପହଞ୍ଚିଥିବା ରବିନା ଦୀପାବଳି ମଧ୍ୟ ସେଠାରେ ହିଁ ପାଳନ କଲେ । ଦୀପାବଳି ପାଳନ କରୁଥିବା କିଛି ଭିଡ଼ିଓରେ ରବିନା ନିଜ ଇଂଷ୍ଟା ଆକାଉଣ୍ଟରେ ସେୟାର କରିଥିଲେ । ଏହି ଭିଡ଼ିଓରେ ରବିନା ନିଜର ଦୁଇଟି ସନ୍ତାନ ସହିତ ଆଳତୀ କରୁଥିବାର ନଜର ଆସୁଥିଲେ । ଭିଡ଼ିଓକୁ ସେୟାର କରି ଅଭିନେତ୍ରୀ କେପ୍ସନରେ ଲେଖିଲେ, ଆମର ଅନଲାଇନ୍ ଦୀପାବଳି ।

ରବିନା ଆଗକୁ ଲେଖିଲେ, ମୁଁ ହିମାଚଳ କୁ ଶୁଟିଂ ପାଇଁ ଆସିଛି ଏବଂ ମୋ ସହିତ ମୋ ସନ୍ତାନ ମାନେ ମଧ୍ୟ ଆସିଛନ୍ତି । ସ୍ୱାମୀ ଓ ମାତାପିତାଙ୍କ ସହିତ ଅନଲାଇନ ଆଳତୀ କରିବାକୁ ବହୁତ ଖୁସି ଲାଗିଲା । ଜଣାଇଦେଉଛୁ ଯେ ଏହା ପୂର୍ବରୁ ରବିନା ଭିଡ଼ିଓ କଲ୍ ଜରିଆରେ ନିଜର କରବାଚୌଥ ବ୍ରତ ମଧ୍ୟ ଖୋଲିଥିଲେ ।

ଏହି ଚଳଚ୍ଚିତ୍ରର ଶୁଟିଂ ପାଇଁ ହିମାଚଳ ଯାଇଥିଲେ ରବିନା

ଆପଣଙ୍କୁ ସୂଚିତ କରି ଦେଉଛୁ ଯେ ରବିନା ଟଣ୍ଡନ ହିମାଚଳ ପ୍ରଦେଶ ନିଜର ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ପହଞ୍ଚିଥିଲେ । ଛୁଆ ମାନଙ୍କ ଦୀପାବଳି ଛୁଟି ଥିବା କାରଣରୁ ସେ ମଧ୍ୟ ନିଜ ମାଁ ସହିତ ହିମାଚଳ ଗଲେ । ଜଣାଇଦେଉଛୁ ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର କେଜିଏଫ ଚାପ୍ଟର ୨ ଅଟେ, ଯାହା ୨୦୨୧ ରେ ବଡ଼ ପରଦାରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରକୁ ନେଇ ରବିନା ଟଣ୍ଡନ ଆଗରୁ ମଧ୍ୟ ଚର୍ଚ୍ଚାରେ ରହି ସାରିଛନ୍ତି ।

ଜଣାଇଦେଉଛୁ ଯେ କେଜିଏଫ ଚେପ୍ଟର ୨ ରେ ତାଙ୍କ ସହିତ ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ୟଶ ନଜର ଆସିବେ, ଏଥିସହିତ ସଞ୍ଜୟ ଦତ୍ତଙ୍କ ଭୂମିକା ମଧ୍ୟ ଏହି ଚଳଚ୍ଚିତ୍ରରେ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ । ରବିନା ଟଣ୍ଡନ ବିଷୟରେ ଆଲୋଚନା କରିବା ତେବେ ଏହି ଚଳଚ୍ଚିତ୍ର ଜରିଆରେ ସେ କିଛି ବର୍ଷ ପରେ ଚଳଚ୍ଚିତ୍ର ଜଗତକୁ ପୁଣିଥରେ ଫେରିବାକୁ ଯାଉଛନ୍ତି । ଗତ ବର୍ଷ ରବିନା ‘ନଚ ବଲିଏ ସିଜନ ୯’ ରେ ଜଜ ଭାବେ ନଜର ଆସିଥିଲେ ।

Be the first to comment

Leave a Reply

Your email address will not be published.


*