ପୁଅ ଅରହାନ୍ ସହିତ ମଲାଇକା ସେୟାର କଲେ ଫଟୋ, ୟୁଜର୍ସ କହିଲେ – “କଣ ଭାବି ଏହି ଫଟୋରେ…”

ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋଡ଼ା ଅର୍ଥାତ ‘ମୁନି’ ବର୍ତ୍ତମାନ ଖୁବ ଚର୍ଚ୍ଚିତ ହେଉଛନ୍ତି । ଏହାର କାରଣ ତାଙ୍କ ସହିତ ଅର୍ଜୁନ କପୂରଙ୍କ ସହିତ ଚାଲୁଥିବା ଅଫେୟାର ଅଟେ । ବାସ୍ତବରେ ଅର୍ଜୁନ କପୂର ତାଙ୍କ ଠାରୁ ବୟସରେ ବହୁତ ଛୋଟ ଅଟନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଡିବାରେ ଲାଗିଛି ଯାହାକୁ ଲୋକମାନେ ପସନ୍ଦ କରୁନାହାନ୍ତି । ନିକଟରେ ଦୁହେଁ ନିଜ ସମ୍ପର୍କକୁ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିଥିଲେ । ଏହା ପରଠାରୁ ତାଙ୍କର ଏକାଠି ଥିବା ଫଟୋ ଲଗାତାର ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଗତ ଦିନ ମାନଙ୍କରେ ମଳାଇକା ପୁଣିଥରେ ଖବରରେ ଛାଇ ରହିଛନ୍ତି । ଏଥର ତାଙ୍କର ଲାଇମ ଲାଇଟରେ ଥିବା କାରଣ ଅର୍ଜୁନ କପୂର କିମ୍ବା ତାଙ୍କ ପ୍ରେମ କାହାଣୀ ନୁହେଁ ବରଂ ପୁଅ ଅରହାନ ଅଟେ ।

ବାସ୍ତବରେ, ମଳାଇକା ଅରୋଡ଼ା ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ଲକଡାଉନ ସମୟର ଫଟୋ ସେୟାର କରିଛନ୍ତି । ଏହି ଫଟୋକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି ଏବଂ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ଏତିକି ନୁହେଁ ବରଂ ମଲାଇକା ମଧ୍ୟ ବୋଧହୁଏ ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାକୁ ଚାହାଁନ୍ତି ନାହିଁ ।

ଜଣାଇଦେଉଛୁ ଯେ ଅଭିନେତ୍ରୀ ମଲାଇକା ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ଼ରେ ଖୁବ କ।ମ କରିଆସିଛନ୍ତି । ତାଙ୍କୁ ଅଧିକାଂଶ ସମୟରେ ଆଇଟମ ନମ୍ବର ଗୀତ ଗୁଡ଼ିକ ପାଇଁ ଜଣାଶୁଣା ଅଟନ୍ତି । ଏହି କାରଣରୁ କିଛି ଲୋକ ତାଙ୍କୁ ‘ଆଇଟମ ଗାର୍ଲ’ ପଦ ଦେଇଛନ୍ତି । ସେ ଏତେ ବୟସ ସତ୍ତ୍ୱେ ବଡ଼ ବଡ଼ ଅଭିନେତ୍ରୀଙ୍କୁ ଫିଟନେସରେ ପଛରେ ପକାଇ ଦିଅନ୍ତି । ସେ ପ୍ରତିଦିନ ଜିମ ଯାଆନ୍ତି ଓ ଖୁବ ପରିଶ୍ରମ କରନ୍ତି । ନିକଟରେ ସେ ଇଂଷ୍ଟାଗ୍ରାମରେ ପୁଅ ଅରହାନଙ୍କ ସହିତ ଏକ ଷ୍ଟୋରି ପୋଷ୍ଟ କରିଛନ୍ତି ।

ଫଟୋ ଦେଖିବା ମାତ୍ରେ ଲୋକଙ୍କ ଭିନ୍ନ ଭିନ୍ନ କମେଣ୍ଟ ସବୁ ଆସିବା ଆରମ୍ଭ ହୋଇଗଲା ଯାହା ଥରକ ପାଇଁ ମଲାଇକାଙ୍କୁ ଚୁପ କରିଦେଲା । ଜଣେ ୟୁଜର ଲେଖିଛନ୍ତି ଯେ, “ଯଦି ପୁଅ ଏତେ ଯତ୍ନ ରଖୁଛି ତେବେ ପ୍ରେମିକଙ୍କ କଣ ଦରକାର ?” ସେପଟେ ଆଉ ଜଣେ ୟୁଜର ଲେଖିଛନ୍ତି ଯେ, “ଆପଣଙ୍କ ଫଟୋ ଖୁବ ଖରାପ ଲାଗୁଛି” । ସେପଟେ ଆଉ ଜଣେ ୟୁଜର ଲେଖିଛନ୍ତି ଯେ, “ଆପଣଙ୍କ ଚିନ୍ତାଧାରା ହିଁ ଭୁଲ ଏପରି ଫଟୋ କାହିଁକି ପୋଷ୍ଟ କରିଛନ୍ତି” । ଜଣାଇଦେଉଛୁ ଯେ କିଛି ୟୁଜର କମେଣ୍ଟରେ ପରସ୍ପର ସହିତ କଳହ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଫଟୋରେ ମଲାଇକାଙ୍କ ପୁଅ ଅରହାନଙ୍କ ପ୍ରତି ଭଲପାଇବା ସ୍ପଷ୍ଟ ଭାବରେ ଦେଖିପାରିବା ।

ସୂଚିତ କରିଦେଉଛୁ ଯେ ଅରହାନ ମଲାଇକା ଓ ଅରବାଜ ଖାଁ ଙ୍କ ପୁଅ ଅଟନ୍ତି । ଯଦିଓ ବର୍ତ୍ତମାନ ଅରବାଜ ଓ ମଲାଇକା ଛାଡ଼ପତ୍ର ନେଇ ସାରିଛନ୍ତି କିନ୍ତୁ ଏହି କଥାର ପ୍ରଭାବ ଦୁହେଁ କେବେମଧ୍ୟ ପୁଅର ଲାଳନପାଳନ ଉପରେ ପଡ଼ିବାକୁ ଦେଲେ ନାହିଁ । ମଲାଇକା ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ, ମୋ ପୁଅ ମୋ ଛାଡ଼ପତ୍ର ସମୟରେ ଖୁବ ଖୁସି ଥିଲେ ଯେ ତାଙ୍କ ମାଁ ବର୍ତ୍ତମାନ ନୂତନ ଜୀବନରେ ପାଦ ରଖିବାକୁ ଯାଉଛନ୍ତି । ସେ ସବୁ ସମୟରେ ମୋ ସାଥିରେ ଅଛି । ତାକୁ ମୋର ଓ ଅର୍ଜୁନଙ୍କ ସମ୍ପର୍କରୁ କୌଣସି ଅସୁବିଧା ନାହିଁ । ମଲାଇକାଙ୍କ ଏହିସବୁ କଥାରୁ ସ୍ପଷ୍ଟ ହୁଏ ଯେ ପୁଅ ଅରହାନ ତାଙ୍କ ଏହି ସମ୍ପର୍କରେ ରାଜି ଅଛନ୍ତି ।

Be the first to comment

Leave a Reply

Your email address will not be published.


*