ସୁଶାନ୍ତଙ୍କ ଉପରେ ନକଲି ଭିଡିଓ ବନାଉଥିବା ୟୁଟ୍ୟୁବରଙ୍କ ଉପରେ ଅକ୍ଷୟ କୁମାର ଦାଖଲ କଲେ ୫୦୦ କୋଟିର ମାନହାନି ମାମଲା !

ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତକୁ ୫ ମାସ ହୋଇଗଲାଣି । ପ୍ରଶଂସକଙ୍କ ମାନେ ବର୍ତ୍ତମାନ ମଧ୍ୟ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି ଜାରି ରଖିଛନ୍ତି । ସୁଶାନ୍ତଙ୍କ ଦେହାନ୍ତ ପରେ ଅନେକ ୟୁଟ୍ୟୁବର ତାଙ୍କ ଉପରେ ଭିଡିଓ ପ୍ରସ୍ତୁତ କରି ଲକ୍ଷ ଲକ୍ଷ ରୋଜଗାର କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ନକଲି ଭିଡିଓ ମଧ୍ୟ ୟୁଟ୍ୟୁବରେ ଛଡାଯାଇଛି । ବିହାରର ୟୁଟ୍ୟୁବର ରସିଦ୍ ସିଦ୍ଦିକିରେ ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ମିଛ ଭିଡିଓ ଛାଡିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଏହି ୟୁଟ୍ୟୁବ୍ ଭିଡିଓ ଅକ୍ଷୟଙ୍କ ବିରୋଧରେ ଏକ ମିଥ୍ୟା ଗୁଜବ ସୃଷ୍ଟି କରିଛି ।

ଏଥିରେ କୁହାଯାଇଥିଲା ଯେ ଅକ୍ଷୟ ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିଲେ କାରଣ ତାଙ୍କୁ ଚଳଚ୍ଚିତ୍ରରୁ ହଟାଇ ସୁଶାନ୍ତଙ୍କୁ ସୁଯୋଗ ଦିଆଯାଇଥିଲା ଏବଂ ଏଥିପାଇଁ ଅକ୍ଷୟ ରିୟାଙ୍କୁ କାନାଡାକୁ ନେବାକୁ ଚେଷ୍ଟା କରିଥିଲେ । ଏହି ୟୁଟ୍ୟୁବର ଦାବି କରିଛନ୍ତି ଯେ ଅକ୍ଷୟ ସୁଶାନ୍ତ ମାମଲାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସହ ଗୁପ୍ତରେ କଥା ହେଉଥିଲେ । ଅକ୍ଷୟ କୁମାର ଏହି ୟୁଟ୍ୟୁବରଙ୍କ ଵିରୋଧରେ ୫୦୦କୋଟି ଟଙ୍କାର ମାନହାନୀ ମାମଲା ଦାଖଲ କରିଛନ୍ତି । ରସିଦ୍ ସିଦ୍ଦିକି ନାମକ ଏହି ୟୁଟ୍ୟୁବର ୪ ମାସ ମଧ୍ୟରେ ଏହି ଭିଡିଓରୁ 15 ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

ଅଭିଯୁକ୍ତ ଜଣକ ବିହାରର ବୃତ୍ତି ଅନୁଯାୟୀ ସେ ଜଣେ ସିଭିଲ ଇଞ୍ଜିନିୟର ଏବଂ ତାଙ୍କର ‘ ଏଫ ଏଫ ନ୍ୟୁଜ୍ ‘ ନାମକ ଏକ ଚ୍ୟାନେଲ ଅଛି । ଏହି ୟୁଟ୍ୟୁବ୍ ଚ୍ୟାନେଲରେ ମୁମ୍ବାଇ ପୋଲିସ୍, ମହାରାଷ୍ଟ୍ର ସରକାର, ଆଦିତ୍ୟ ଠାକରେ ଏବଂ ଅକ୍ଷୟ କୁମାରଙ୍କ ବିରୋଧରେ ସେ ପୋଷ୍ଟ ସେୟାର କରିଥିଲେ ଏବଂ ଏହି ପୋଷ୍ଟ ଗୁଡିକ ଲକ୍ଷ ଲକ୍ଷ ଲାଇକ୍ସ ପାଇଥିଲା ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ପୋଷ୍ଟ କରିଥିଲେ ଏବଂ ବହୁତ ଲୋକ ଏହାକୁ ପସନ୍ଦ କଲେ । ଏହା ପରେ ସେ ସୁଶାନ୍ତଙ୍କ ମୃତ୍ୟକୁ ନେଇ ଅଧିକ ପୋଷ୍ଟ କରିବା ଆରମ୍ଭ କରିଥିଲେ ଏବଂ ୬.୫ଲକ୍ଷ ପାଖାପାଖି ଆୟ ଅରିଥିଲେ । ଅଭିଯୁକ୍ତଙ୍କର ୟୁଟ୍ୟୁବ୍ ସବସ୍କ୍ରୀବର ମାନେ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଲେ । ଖବର ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ସେଠାରେ ୨ଲକ୍ଷ ସବସ୍କ୍ରୀବର ସବ୍ସସ୍କ୍ରାଇବର ଥିଲେ ଯାହା ପରେ ପାଖାପାଖି ୩.୭୦ଲକ୍ଷରେ ପହଞ୍ଚିଥିଲା । ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ କିଛି ଲୋକଙ୍କ ପାଇଁ ଟଙ୍କା ରୋଜଗାର କରିବାର ସୁଯୋଗ ହୋଇଛି କାରଣ ଲୋକମାନେ ଏହି ମାମଲାରେ ବହୁ ଆଗ୍ରହ ଦେଖାଉଛନ୍ତି ।

Be the first to comment

Leave a Reply

Your email address will not be published.


*