ପ୍ରଥମେ ଜଣେ ନର୍ସଙ୍କୁ ଗର୍ଭବତୀ କଲେ ମୁସଲିମ ଡାକ୍ତର, ତା’ପରେ ବିବାହ ପାଇଁ ରଖିଲେ ଧର୍ମ ପରିବର୍ତ୍ତନର ସର୍ତ ! ଜାଣନ୍ତୁ ସଂପୂର୍ଣ୍ଣ ବିଷୟ..

ପ୍ରେମ ଜିହାଦର ଆଉ ଏକ ମାମଲା ଉତ୍ତରପ୍ରଦେଶରୁ ଆସିଛି । କୁହାଯାଉଛି ଯେ ବାଗପାଟର ଏକ ଘରୋଇ ଡାକ୍ତରଖାନାର ଜଣେ ମୁସଲମାନ ଡାକ୍ତର ନର୍ସଙ୍କୁ ତାଙ୍କ ପ୍ରେମ ଜାଲରେ ପକାଇ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ବିବାହ ପ୍ରତିଶ୍ରୁତି ଦେଇ ଡାକ୍ତର ଛାଡପତ୍ର ହୋଇଥିବା ନର୍ସଙ୍କୁ ବଳାତ୍କାର କରୁଥିଲେ । ଏହି ଡାକ୍ତର ତାଙ୍କ ଧର୍ମକୁ ଲୁଚାଇ ଦୀର୍ଘ ସମୟ ଧରି ତାଙ୍କ ନର୍ସଙ୍କୁ ପ୍ରତାରଣାରେ ରଖିଥିଲେ । ଯେତେବେଳେ ନର୍ସ ବିବାହ ବିଷୟରେ କହିଥିଲେ, ଅଭିଯୁକ୍ତ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହିଥିଲେ ।

ନର୍ସ ଥକି ଯାଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ପୋଲିସର ସୂଚନାନୁସାରେ, ନର୍ସ ୬ ମାସର ଗର୍ଭବତୀ ଅଟନ୍ତି । ବୁଧବାର ସେ ପୋଲିସ୍ ଅଧୀକ୍ଷକଙ୍କୁ ଭେଟି ତାଙ୍କ ସାହାଯ୍ୟ ଲୋଡିଥିଲେ । ପୋଲିସ୍ ଘଟଣାର ତଦନ୍ତ କରୁଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କୁ ବାନ୍ଧି ରଖିଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତ ଡାକ୍ତର ବିବାହିତ ଏବଂ ତାଙ୍କର ଦୁଇଟି ପୁଅ ଅଛନ୍ତି ।

ପୀଡିତାଙ୍କ କହିବାନୁସାରେ, ସେ କେକେଡା ପୋଲିସ୍ ଷ୍ଟେସନର ବାସିନ୍ଦା ଏବଂ ବାରୋଟର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରନ୍ତି । ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ମୁସଲମାନ ଡାକ୍ତର ପରିଚୟକୁ ଲୁଚାଇ ତାଙ୍କୁ କହିଥିଲେ ଯେ ସେ ଛାଡପତ୍ର ହୋଇସାରିଛନ୍ତି । ଅଭିଯୁକ୍ତ ଡାକ୍ତର ନର୍ସଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ନର୍ସଙ୍କ କହିବାନୁସାରେ, ଡାକ୍ତର ତାଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ ଏଥିସହିତ ଯେତେବେଳେ ପୀଡିତା ବିବାହ ବିଷୟରେ କହିଥିଲେ, ଅଭିଯୁକ୍ତ ଡାକ୍ତର ଅଶ୍ଳୀଳ ଭିଡିଓ ଦେଖାଇ ପାଟି ବନ୍ଦ ରଖିବାକୁ ଧମକ୍ ଦେଇଥିଲେ । ଏହି ସମୟରେ ଯୁବତୀ ଜଣକ ଗର୍ଭବତୀ ହେବାପରେ ଡାକ୍ତର ତାଙ୍କ ଉପରେ ଚାପ ପକାଇ ତାଙ୍କ ପିଲାକୁ ନଷ୍ଟ କରିବାକୁ ଧମକ୍ ଦେଇଥିଲେ । ମହିଳା ଜଣକ ମନା କରିବା ପରେ ତାଙ୍କୁ ମାଡ ଦିଆଯାଇଥିଲା ଏବଂ ଧର୍ମ ପରିବର୍ତ୍ତନର ଧମକ୍ ମଧ୍ୟ ଦିଆଯାଉଥିଲା ।

ମହିଳାଙ୍କ କହିବାନୁସାରେ, ଯେତେବେଳେ ସେ ମଙ୍ଗଳବାର ଡାକ୍ତରଙ୍କ ଘରକୁ ଯାଇଥିଲେ, ଡାକ୍ତରଙ୍କ ପତ୍ନୀ ତାଙ୍କ ପେଟକୁ ଗୋଇଠା ମାରି ଗର୍ଭପାତ କରାଇବାକୁ ଉଦ୍ୟମ କରିଥିଲେ । ଯେଉଁଥିପାଇଁ ତାଙ୍କ ଅବସ୍ଥା ବହୁତ ବିଗିଡି ଯାଇଥିଲା । ତେବେ କୋୖଣସି ପ୍ରକାରେ ସେ ସେଠାରୁ ପଳାଇ ଆସି ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ପୀଡିତା ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କ ଧର୍ମ ପରିବର୍ତ୍ତନ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ । ସେ ନକଲି ନାକାହନାମା(ଛାଡପତ୍ର) ମଧ୍ୟ ପ୍ରସ୍ତୁତ କରିଥିଲେ କିନ୍ତୁ ସେ ଧର୍ମ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ ।

ମହିଳାଙ୍କ କହିବାନୁସାରେ, ସେ ମାର୍ଚ୍ଚ ୨୦୧୨ରେ ବିବାହ କରିଥିଲେ କିନ୍ତୁ ବିବାଦ କାରଣରୁ ସେ ଛାଡପତ୍ର ହୋଇଥିଲେ । ଏହି ସମୟରେ ସେ ଡାକ୍ତରଙ୍କୁ ଭେଟିଥିଲେ । ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କର ମଧ୍ୟ ଛାଡପତ୍ର ହୋଇଛି ଏବଂ ତାଙ୍କର ଏକ ପୁଅ ଅଛି । ଏହି ସମୟରେ ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ସେତେବେଳେ ଅଭିଯୁକ୍ତଙ୍କ ସତ୍ୟ ସାମ୍ନାକୁ ଆସିଥିଲା ।

Be the first to comment

Leave a Reply

Your email address will not be published.


*