ଟିଭି ଜଗତର ଏହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ଭାଗ୍ୟରେ ନାହିଁ ମାଁ ହେବାର ସୁଖ ! ଜାଣନ୍ତୁ କାହାର ବିବାହକୁ କେତେ ବର୍ଷ ହେଲାଣି ।

କୌଣସି ଝିଅ ପାଇଁ ମାଁ ହେବା ଅତ୍ୟନ୍ତ ସୁନ୍ଦର ଅନୁଭବ ଅଟେ । ପ୍ରତ୍ୟେକ ଝିଅ ଏହି ଅନୁଭବକୁ ହୃଦୟଙ୍ଗମ କରିବା ପାଇଁ ଅପେକ୍ଷା କରିଥାନ୍ତି । ବିବାହରେ ବୋଧୂ ବେଶରେ ସଜାଇ ହେବା ଝିଅ ମାନଙ୍କର ପ୍ରଥମ ସ୍ବପ୍ନ ହୋଇ ଥିବାବେଳେ ସବୁଠାରୁ ବଡ଼ ଏବଂ ଦ୍ଵିତୀୟ ସ୍ବପ୍ନ ହେଉଛି ନିଜର ସନ୍ତାନକୁ କୋଳରେ ଖେଳାଇବା ଅଟେ । ତେବେ ଏହିସବୁ ଉପରେ ଭଗବାନଙ୍କର ବହୁତ ବଡ଼ ହାତ ରହିଥାଏ ଏବଂ ଏଥିରୁ କେହି ମଧ୍ୟ ଅଛୁଆଁ ରହିନଥାନ୍ତି । ସେ ଆମ ଭଳି ସାଧାରଣ ମଣିଷ ହୁଅନ୍ତୁ କିମ୍ବା ବଡ଼ ବଡ଼ କଳାକାର ହୁଅନ୍ତୁ, ଭଗବାନଙ୍କ ଦୃଷ୍ଟିରୁ ସମସ୍ତେ ସମାନ ହୋଇଥାନ୍ତି ।

ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଟିଭି ଜଗତର ଏଭଳି କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ବିବାହକୁ ଅନେକ ବର୍ଷ ହୋଇଗଲାଣି କିନ୍ତୁ ଆଜି ମଧ୍ୟ ସେମାନଙ୍କୁ ମାଁ ହେବାର ସୁଖ ମିଳିପାରିନାହିଁ । ତେବେ ଆଜି ମଧ୍ୟ ସେମାନଙ୍କ ସମ୍ପର୍କ ବହୁତ ଖୁସିମୟ ରହିଛି । ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ।

ସନାୟା ଇରାନୀ:-

ଅଭିନେତ୍ରୀ ସନାୟା ଇରାନୀ ଟିଭି ଜଗତର କିଛି ଜଣାଶୁଣା ଏବଂ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ତାଲିକାରେ ରହିଛନ୍ତି । ତାଙ୍କର ଚାହାଣୀ ଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ସବୁର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ସନାୟା ଅନେକ ସିରିଏଲରେ ଅଭିନୟ କରି ସଫଳତା ହାସଲ କରିଛନ୍ତି । ବାସ୍ତବ ଜୀବନରେ ସେ ୨୦୧୬ ମସିହାରେ ମୋହିତ ସହଗଲଙ୍କୁ ବିବାହ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଘରକୁ ପିଲାଟିଏ ଆସିନାହିଁ । ତେବେ ତାଙ୍କୁ ଏ ବିଷୟରେ ଏପର୍ଯ୍ୟନ୍ତ କିଛି କଥା କହିବାକୁ ଶୁଣା ଯାଇନାହିଁ ।

ସଞ୍ଜୀଦା ଶେଖ:-

ଅଭିନେତ୍ରୀ ସଞ୍ଜୀଦା ଶେଖ ଟିଭି ଜଗତର କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ତାଲିକାରେ ନିଜ ନାମ ଉପସ୍ଥାପନ କରି ସାରିଛନ୍ତି । ୨୦୧୨ ମସିହାରେ ସଞ୍ଜୀଦା, ଅମୀର ଅଲି ନାମକ ଜଣେ ଅଭିନେତାଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର ୭ ବର୍ଷ ପୂରିବା ପରେ ମଧ୍ୟ ତାଙ୍କର ସନ୍ତାନ ନାହିଁ । ତେବେ ଅଭିନେତ୍ରୀ ସଞ୍ଜୀଦା ଶେଖ ନିଜ ସ୍ୱାମୀଙ୍କ ସହ ଖୁସିମୟ ଜୀବନଯାପନ କରୁଛନ୍ତି ଏବଂ ତାଙ୍କୁ ମିଡ଼ିଆର କୌଣସି ଖବରରୁ ଫରକ୍ ପଡେ ନାହିଁ ।

ଦୃଷ୍ଟି ଧାମୀ:-

ଟିଭି ଜଗତର ଅଭିନେତ୍ରୀ ଦୃଷ୍ଟି ଧାମୀଙ୍କର ନାମ କେଉଁ ଚରଣରେ ପହଞ୍ଚି ଯାଇଛି, ସେ ବିଷୟରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ । ତାଙ୍କୁ ଟିଭିରେ ‘ସିଲସିଲା ବଦଲତେ ରିସ୍ତୋ କା’ ସିରିଏଲରେ ଶେଷଥର ପାଇଁ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । କହିରଖୁଛୁ ଯେ ୨୦୧୫ ମସିହାରେ ସେ ପ୍ରସିଦ୍ଧ ବ୍ୟବସାୟୀ ନିରଜ ଖେମକାଙ୍କୁ ବିବାହ କରିଥିଲେ କିନ୍ତୁ ବିବାହର ପାଞ୍ଚ ବର୍ଷ ବିତିଯିବା ପରେ ମଧ୍ୟ ସେ ମାଁ ହୋଇନାହାଁନ୍ତି ।

ସରଗୁନ ମେହେତା:-

ଅଭିନେତ୍ରୀ ସରଗୁନ ମେହେତା କେବଳ ଟିଭି ଜଗତ ନୁହେଁ ବରଂ ପଞ୍ଜାବୀ ଚଳଚ୍ଚିତ୍ରରୁ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ତାଙ୍କର ସୌନ୍ଦର୍ଯ୍ୟ ଠାରୁ ନେଇ ଅଭିନୟ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଦିୱାନା ଅଛନ୍ତି । ସେ ଅଭିନେତା ରବି ଦୁବେଙ୍କୁ ବିବାହ କରିଛନ୍ତି । ସେମାନେ ୨୦୧୩ ମସିହାରେ ବିବାହ କରିଥିଲେ କିନ୍ତୁ ଆଜି ପ୍ରାୟତଃ ସାତ ବର୍ଷ ପୁରା ହେବା ପରେ ମଧ୍ୟ ତାଙ୍କୁ ସନ୍ତାନ ସୁଖ ମିଳିନାହିଁ । ବର୍ତ୍ତମାନ ମଧ୍ୟ ଏଭଳି ଖବର ଆସୁଛି ଯେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଦୂରେଇ ରହୁଛନ୍ତି ।

Be the first to comment

Leave a Reply

Your email address will not be published.


*