ଦୁବାଇରେ ଟିଫିନ୍ କରିବା ସମୟରେ ମଜା କରୁଥିବାର ଦେଖାଯାଇଥିଲେ ନେହା କକ୍କର ଏବଂ ରୋହନପ୍ରୀତ । ଫଟୋକୁ ୧.୬ମିଲିୟନ ଲାଇକ୍ସ !

ବଲିଉଡ ଗାୟିକା ତଥା ‘ଇଣ୍ଡିଆନ ଆଇଡଲ’ ଜର୍ଜ ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ବିବାହ ଏକ କାହାଣୀ ଭଳି ଅଟେ । ସମସ୍ତ ଆଶଙ୍କା ଓ ଅନୁମାନ ମଧ୍ୟରେ ଦୁହେଁ ବିବାହ କରିଥିଲେ, ଏକ ରିସେପସନ ପାର୍ଟି ଦେଇଥିଲେ ଏବଂ ବର୍ତ୍ତମାନ ଏହି ଦମ୍ପତି ଦୁବାଇରେ ହନିମୁନ କରୁଛନ୍ତି । ବିଶେଷ କଥା ହେଉଛି କି ମେହେନ୍ଦି ସମାରୋହରୁ ହନିମୁନରେ ହୋଟେଲର ରୁମ୍ ପର୍ଯ୍ୟନ୍ତ ଫଟୋ ଏବଂ ଭିଡିଓ ଏହି ଦମ୍ପତି ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ତାଜା ଅପଡେଟ୍ ଏହା ହେଉଛି କି ନେହା ଏବଂ ରୋହନପ୍ରୀତ ଦୁବାଇରେ ଜଳଖିଆ କରୁଥିଲେ । ଗାୟକ ନିଜେ ଏହି ଫଟୋ ସେୟାର କରିଛନ୍ତି । ବର୍ତ୍ତମାନ ପ୍ରଶଂସକମାନେ ଏହି ଫଟୋକୁ ପସନ୍ଦ କରିଛନ୍ତି ଏବଂ ତାଙ୍କୁ ‘ବେଷ୍ଟ ଯୋଡି’ ବୋଲି କହୁଛନ୍ତି ।

* ‘ବେଷ୍ଟ ଯୋଡି’କୁ ୧୫ଘଣ୍ଟାରେ ୧.୬ମିଲିୟନ ଲାଇକ୍ସ

ନେହା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି କି, ‘ଟିଫିନ୍ ଟେବୁଲରେ ରୋହନପ୍ରୀତ ସିଂଙ୍କ ସହ ମଜା । ଦୁହେଁ ଏହି ଫଟୋରେ ହସୁଥିବାର ନଜର ଆସିଛନ୍ତି । ପ୍ରଶଂସକମାନେ ଫଟୋ ଦେଖିବା ପରେ ଫଟୋକୁ ବହୁତ ପସନ୍ଦ କରିଛନ୍ତି । ଗତ ୧୫ଘଣ୍ଟା ମଧ୍ୟରେ, ଏହି ଫଟୋଗୁଡ଼ିକୁ ୧ମିଲିୟନରୁ ଅଧିକ ଲାଇକ୍ସ ମିଳିସାରିଛି ।

* ବର୍ତ୍ତମାନ ପର୍ଯ୍ୟନ୍ତ ହନିମୁନରେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି

ଏକ ରିପୋର୍ଟ ଅନୁଯାୟୀ, ନେହା ଏବଂ ରୋହନପ୍ରୀତ ନିଜର ଦୁବାଇ ହନିମୁନରେ ଏପର୍ଯ୍ୟନ୍ତ ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବୁଧବାର ସକାଳେ ଦୁହେଁ ଦୁବାଇରେ ଟିଫିନ୍ କରିବା ପାଇଁ ବାହାରିଥିଲେ । ଟେବୁଲରେ ନେହା ଏବଂ ରୋହନପ୍ରୀତ ଖୁବ୍ ମଜା କରୁଥିଲେ । ଏହି ସମୟରେ ନେହା ଏକ କଳା ପୋଷାକ ପିନ୍ଧିଥିବାବେଳେ ରୋହନପ୍ରୀତ ଏକ ଧୂସର-କଳା ଆଥଲେଟ୍ ଲୁକ୍ସରେ ଦେଖାଦେଇଥିଲେ ।

* ପ୍ରଶଂସକମାନେ କମେଣ୍ଟରେ ପ୍ରେମ ବାଣ୍ଟୁଛନ୍ତି

ପ୍ରଶଂସକମାନେ ଯେଉଁଠାରେ ନେହା ଏବଂ ରୋହନପ୍ରୀତଙ୍କୁ ‘ବେଷ୍ଟ ଯୋଡି’ କହୁଛନ୍ତି, କମେଣ୍ଟ ବିଭାଗ ହୃଦୟ ଏବଂ ପ୍ରେମଭରା ଇମୋଜିରେ ପରିପୂର୍ଣ୍ଣ ହୋଇଗଲାଣି ।

* ଦିଲ୍ଲୀରେ ବିବାହ, ଦୁବାଇରେ ହନିମୁନ୍

କହିଦଉଛୁ କି ୩୨ବର୍ଷର ନେହା କକ୍କର ୨୪ଅକ୍ଟୋବର ୨୦୨୦ରେ ଦିଲ୍ଲୀର ଗୁରୁଦ୍ବାରରେ ରୋହନପ୍ରୀତ ସିଂ ସହ ବିବାହ କରିଛନ୍ତି । ରୋହନପ୍ରୀତ ୨୫ବର୍ଷର ଅଟନ୍ତି ଏବଂ ସେ ‘ଇଣ୍ଡିଆଜ୍ ରାଇଜିଂ ଷ୍ଟାର’ର ପ୍ରତିଯୋଗୀ ରହିଆସିଛନ୍ତି ।

Be the first to comment

Leave a Reply

Your email address will not be published.


*