୧୩ ବର୍ଷ ଧରି ସ୍ତ୍ରୀ ସନ୍ଧାନରେ ଥିବା “ପୋପଟଲାଲ୍”, ବାସ୍ତବ ଜୀବନରେ ଅଟନ୍ତି ୩ ସନ୍ତାନଙ୍କ ପିତା !

ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ତାରକ୍ ମେହେତା କା “ଉଲ୍ଟା ଚାଶ୍ମା’’ ଧାରାବାହିକରେ ଅଭିନୟ କରିଥିବା କଳାକାରଙ୍କ ସମସ୍ତ ଚରିତ୍ରକୁ ଦର୍ଶକ ମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା ଏବଂ ସମସ୍ତେ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଏଥିରେ ପୋପଟଲାଲଙ୍କ ନାମ ମଧ୍ୟ ଆସୁଛି । ପୋପଟଲାଲ ସର୍ଵଦା ନିଜ ବିବାହ ବିଷୟରେ କଥାବାର୍ତ୍ତା ହେଉଥିବା ନଜରରେ ଆସିଥାନ୍ତି ।

୧୩ ବର୍ଷ ଅତିବାହିତ ହୋଇଯାଇଥିବା ସତ୍ତ୍ୱେ ମଧ୍ୟ ପୋପଟଲାଲଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନସାଥୀ ମିଳିନାହିଁ ଏବଂ ସେ ପତ୍ନୀଙ୍କ ଅନୁସନ୍ଧାନରେ ରହିଛନ୍ତି କିନ୍ତୁ ଆପଣ ଜାଣନ୍ତି କି ପୋପଟଲାଲ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଶ୍ୟାମ୍ ପାଠକ ବାସ୍ତବ ଜୀବନରେ ବିବାହିତ ଅଟନ୍ତି ଏବଂ ସେ ୩ ଜଣ ସନ୍ତାନଙ୍କ ପିତା ମଧ୍ୟ ଅଟନ୍ତି ।

ଶ୍ୟାମ୍ ପାଠକ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଶୋ’ର କାଷ୍ଟ ସହିତ ଫୋଟୋ ସେୟାର କରିବା ସତ୍ତ୍ୱେ ମଧ୍ୟ ସେ ନିଜ ପରିବାର ସହିତ ଫୋଟୋ ସେୟାର କରିଥାନ୍ତି ।

ବୈବାହିକ ଜୀଵନ ବିଷୟରେ କହିବାକୁ ଗଲେ ଶ୍ୟାମ୍ ପାଠକ ୨୦୦୩ ମସିହାରେ ରେଶମୀ ପାଠକଙ୍କୁ ବିବାହ କରିଥିଲେ । ଅର୍ଥାତ ବାସ୍ତବ ଜୀବନରେ ପୋପଟଲାଲଙ୍କ ବିବାହକୁ ୧୭ ବର୍ଷ ପୁର୍ତ୍ତି ହୋଇସାରିଛି ।

ବିବାହ ପରେ ସେ ୩ ଗୋଟି ସନ୍ତାନଙ୍କ ପିତା ମଧ୍ୟ ଅଟନ୍ତି । ଶ୍ୟାମ୍ ପାଠକ ତାଙ୍କ ପିଲାମାନଙ୍କ ସହିତ ମଧ୍ୟ ଅନେକ ଫୋଟୋ ସେୟାର କରିଥାନ୍ତି । କହିରଖୁଛୁ କି ପୋପଟଲାଲଙ୍କ ଚରିତ୍ରରେ ଅଭିନୟ କରୁଥିବା ଶ୍ୟାମ୍ ପାଠକଙ୍କ ମଧ୍ୟ ଅନେକ ପ୍ରଶଂସକ ରହିଛନ୍ତି ।

ଛତା ସହିତ ତାଙ୍କ ଚାଲିବାର ଶୈଳୀ, ବିବାହ ବିଷୟକୁ ନେଇ ସର୍ବଦା ପାଗଳାମି, ତାଙ୍କ କ୍ରୋଧ ଏବଂ କ୍ରୋଧରେ ଦୁନିଆକୁ ଥରାଇ ଦେବି କହିବା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

ପ୍ରତିବର୍ଷ ଗୋକୁଳଧାମ ପରିବାରର ସଦସ୍ୟମାନେ ପୋପଟଲାଲଙ୍କୁ ବିବାହକୁ ନେଇ ବହୁତ ଚେଷ୍ଟା କରନ୍ତି କିନ୍ତୁ ଏହା ସମ୍ଭବ ହୋଇପାରି ନାହିଁ । ପୋପଟଲାଲ ବିଗତ ୧୩ ବର୍ଷ ଧରି (ଶୋ ଆରମ୍ଭରୁ) ବହୁତ ଆଶା କରନ୍ତି କି ପରିବାର ତାଙ୍କର ବିବାହ କୌଣସି ନା କୌଣସି ସ୍ଥାନରେ ନିଶ୍ଚୟ କରିବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହିପରି ହୋଇନାହିଁ ।

Be the first to comment

Leave a Reply

Your email address will not be published.


*