ଦିବ୍ୟା ଭାରତୀ ବଲିଉଡ଼ର ଏହି ସେଲିବ୍ରିଟୀଙ୍କ ସହିତ କରିଥିଲେ ବିବାହ, ନାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ !

ବଲିଉଡ଼ ଜଗତରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଏକ ସମୟରେ ଛୋଟ ସହରରୁ ଜନ୍ମ ଗ୍ରହଣ କରି ଏତେ ବଡ଼ କ୍ଷେତ୍ରରେ ନିଜ ନାମ ଓ ପରିଚୟ ଉଭୟ ଅର୍ଜନ କରିଛନ୍ତି । ଏହା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ଏବଂ ଏମାନଙ୍କ ମଧ୍ୟରୁ କିଛି ଏପରି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଦମଦାର୍ ଅଭିନୟ ବଳରେ ଲୋକଙ୍କୁ ମନୋରଞ୍ଜନ କରି ଆସୁଛନ୍ତି ଓ ଏପରି କିଛି କଳାକାର ମଧ୍ୟ ରହିଛନ୍ତି ଯେଉଁମାନେ ଧୀରେ ଧୀରେ ଏହି ଚଳଚ୍ଚିତ୍ର ଜଗତରୁ ଅନ୍ଧକାର ନଗରୀରେ କୁଆଡ଼େ ଉଭେଇ ଯାଆନ୍ତି । ଆଜି ଆମେ ଏହି ଲେଖା ମାଧ୍ୟମରେ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ ସୂଚନା ଦେବୁ ଯିଏ ଏକ ସମୟରେ ବହୁତ ନାମ ଅର୍ଜନ କରିଛନ୍ତି ଓ ଏହି ଅଭିନେତ୍ରୀଙ୍କ ପଛରେ ପାଖାପାଖି ସମସ୍ତ ଲୋକ ପାଗଳ ଭଳି ଦିୱାନା ହୋଇ ରହିଥିଲେ ।

କିନ୍ତୁ ଯେଉଁ ସମୟରେ ଏହି ଅଭିନେତ୍ରୀ ସଫଳତାର ପାହାଚ ଚଢୁଥିଲେ ସେହି ଅଳ୍ପ ସମୟ ମଧ୍ୟରେ ସେ ଏହି ଜଗତରୁ ବିଦାୟ ନେଇଗଲେ । ଆଜି ଆମେ ଦିବ୍ୟା ଭାରତୀଙ୍କ ବିଷୟରେ ଆଲୋଚନା କରୁଅଛୁ । ୯୦ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେହି ସମୟରେ ଦିବ୍ୟା ଭାରତୀ ଅନେକଗୁଡ଼ିଏ ସଫଳ ଚଳଚ୍ଚିତ୍ର ଗୁଡିକରେ ଅଭିନୟ କରିଛନ୍ତି । ଆପଣଙ୍କୁ ସୂଚୀତ କରିଦେଉଛୁ ଯେ ଦିବ୍ୟା ଭାରତୀଙ୍କ ଜନ୍ମ ୨୫ ଫେବୃଆରୀ ୧୯୭୪ ମସିହାରେ ହୋଇଥିଲା । ସେହି ସମୟରେ ଦିବ୍ୟା ଭାରତୀଙ୍କ ଯାଦୁ ସମସ୍ତଙ୍କ ଉପରେ ଏପରି ଛାଇ ରହିଥିଲା ଯେ ଲୋକଙ୍କ ହୃଦୟରେ ସେ ସମ୍ପୂର୍ଣ୍ଣ ଭାବେ କବ୍ଜା କରି ରଖିଥିଲେ ।

ଆପଣଙ୍କୁ ସୂଚନାଥାଉକି ଏହି ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁ ଖୁବ୍ ଅଳ୍ପ ବୟସରେ ହୋଇଯାଇଥିଲା । ତାଙ୍କ ମୃତ୍ୟୁର ରହସ୍ୟ ଆଜି ସୁଦ୍ଧା ସମାଧାନ ହୋଇପାରି ନାହିଁ । ଏହି ବିଷୟରେ ଅନେକ ଲୋକଙ୍କ କହିବା ଯେ ଦିବ୍ୟା ଭାରତୀ ମଦ ନିଶାରେ ବାଲକନିରୁ ତଳେ ଖସି ପଡ଼ିଥିଲେ ଏବଂ ତାଙ୍କ ମୃତ୍ୟୁ ଘଟିଥିଲା । ସେପକ୍ଷରେ କିଛି ଲୋକ ଏପରି କୁହନ୍ତି ଯେ ଦିବ୍ୟା ଭାରତୀଙ୍କ ସ୍ୱାମୀ କ୍ରୋଧରେ ଆସି ତାଙ୍କୁ ଧକ୍କା ଦେଇଥିଲେ । ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା କିନ୍ତୁ ଆଜି ଆମେ ଆପଣଙ୍କୁ ଦିବ୍ୟା ଭାରତୀଙ୍କ ବାସ୍ତବ ସ୍ୱାମୀ ବିଷୟରେ ସୂଚାଇବାକୁ ଯାଉଛୁ ।

ଆପଣଙ୍କୁ ସୂଚିତ କରିଦେଉଛୁ ଦିବ୍ୟା ଭାରତୀ ଯେଉଁ ସମୟରେ ଖୁବ୍ ନାମ ଅର୍ଜନ କରିଥିଲେ ସେହି ସମୟରେ ତାଙ୍କୁ ବଲିଉଡ଼ର ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ନାଡିୟାଡ଼ବାଲାଙ୍କୁ ପ୍ରେମ ହୋଇଯାଇଥିଲା ଏବଂ ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ ୧୯୯୨ରେ ସାଜିଦ୍ ନାଡ଼ିୟାଡ଼ବାଲା ଗୋପନୀୟ ଭାବରେ ଚଳଚ୍ଚିତ୍ର ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ବିବାହ କରି ନେଇଥିଲେ କିନ୍ତୁ ବିବାହର କିଛି ଦିନ ପରେ ଦିବ୍ୟାଙ୍କ ରହସ୍ୟମୟ ପରିସ୍ଥିତିରେ ବାଲକନିରୁ ତଳେ ଖସି ମୃତ୍ୟୁ ହୋଇଗଲା ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ସତ୍ୟ ଜଣାପଡ଼ି ନାହିଁ ।

ଆପଣଙ୍କୁ ସୁଚାଇଦେଉକି ୫ ଏପ୍ରିଲ ୧୯୯୩ ଏପରି ଏକ ଦିନ ଥିଲା ଯାହା ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ହରେଇ ବସିଥିଲେ । ଦିବ୍ୟା ଭାରତୀଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ସାଜିଦ ନାଡ଼ିୟାଡ଼ବାଲା ଗଭୀର ଶୋକରେ ଚାଲି ଯାଇଥିଲେ ଏବଂ ତାଙ୍କ ପ୍ରେମ କାହାଣୀ ସେ ଦିନ ସମାପ୍ତ ହୋଇଗଲା ଓ ସାଜିଦ ନାଡ଼ିୟାଡ଼ବାଲା ୨୦୦୦ ମସିହାରେ ବର୍ଦ୍ଧା ଖନ୍ ଙ୍କୁ ବିବାହ କରିନେଲେ ।

Be the first to comment

Leave a Reply

Your email address will not be published.


*