ଏହି ସ୍ଥାନରେ ବରକୁ ନୁହେଁ ବରଂ କନ୍ୟାକୁ ଦିଆଯାଏ ଲକ୍ଷ ଲକ୍ଷ ଟଙ୍କାର ଉପହାର ଏବଂ ଯୌତୁକ !

ପ୍ରାୟତଃ ବିବାହରେ ଝିଅ ପକ୍ଷରୁ ଅନେକ ଯୌତୁକ ଦିଆଯାଏ କିନ୍ତୁ ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ପୁଅମାନେ ଝିଅମାନଙ୍କୁ ଯୌତୁକ ଦିଅନ୍ତି । କେବଳ ଏତିକି ନୁହେଁ, ବିବାହର ଅଧିକାଂଶ ଖର୍ଚ୍ଚ ପୁଅମାନେ ମଧ୍ୟ ବହନ କରନ୍ତି ଏବଂ ଏହି ପ୍ରକାର ବିବାହ ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଆମ ପଡୋଶୀ ଦେଶ ଚାଇନାରେ କରାଯାଏ ।

ବିବାହ ବେଳେ କନ୍ୟାକୁ ଦିଆଯାଏ ଦାମୀ ଉପହାର

ଚାଇନାରେ ଏହି ପ୍ରକାର ବିବାହ ସମୟରେ ପୁଅମାନେ ଝିଅମାନଙ୍କୁ ବହୁତ ଦାମୀ ଉପହାର ଦିଅନ୍ତି । ଯେଉଁଥିପାଇଁ, ସେଠାରେ ବିବାହର ଖର୍ଚ୍ଚ ଏକ କୋଟି ଟଙ୍କାରୁ ଅଧିକ ହୋଇଯାଏ ।

କାହିଁକି ଦିଆଯାଏ ଝିଅଙ୍କୁ ଯୌତୁକ

ଯଦି ଆପଣ ଭାବୁଛନ୍ତି ଯେ ଏହା ହେଉଛି ଏହି ଦେଶର ପରମ୍ପରା, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍ କାରଣ ଏହା ଏକ ପରମ୍ପରା ନୁହେଁ ବରଂ ଝିଅମାନଙ୍କୁ ଯୌତୁକ ଦିଆଯାଏ କାରଣ ଏହି ଦେଶରେ ଝିଅଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ ବହୁତ କମ୍ ଅଟେ । ଯେଉଁ କାରଣରୁ ଏହି ଦେଶର ପୁଅମାନଙ୍କୁ ବିବାହ କରିବାକୁ ଝିଅ ମିଳନ୍ତି ନାହିଁ । ତେଣୁ ଯେତିକି ଝିଅ ଅଛନ୍ତି ସେମାନଙ୍କୁ ବିବାହ କରିବା ପାଇଁ ସେମାନଙ୍କୁ ଯୌତୁକ ଦେଇ ଵିଵାହ ପାଇଁ ରାଜି କରାଯାଏ ।

ଚାଇନାରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ଏହି ଦେଶରେ ବିବାହ ପାଇଁ ବହୁତ ଖର୍ଚ୍ଚ ହେଉଛି ଏବଂ ଏଠାରେ ଏକ ବିବାହ ସମୟରେ ପାଖାପାଖି ୧.୫୦କୋଟି ଟଙ୍କା ଖର୍ଚ୍ଚ ହୁଏ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଦେଶର ହାରାହାରି ପାରିବାରିକ ଆୟ ବାର୍ଷିକ ପ୍ରାୟ ୧.୯୦ ଲକ୍ଷ ପାଖାପାଖି ଅଟେ ।

ବିବାହ ଖର୍ଚ୍ଚ ରୋକିବା ପାଇଁ କରାଯାଇଛି ଏହି ନିୟମ

ବ୍ୟୟବହୁଳ ବିବାହକୁ ରୋକିବା ପାଇଁ, ଏହି ଦେଶର ହେନାନ ପ୍ରଦେଶର ପୁଆଙ୍ଗ ପ୍ରଶାସନ ନିୟମ ପ୍ରଣୟନ କରିଛି ଏବଂ କେବଳ ଏହି ନିୟମରେ ଧାର୍ଯ୍ୟ ପରିମାଣ ବିବାହ ପାଇଁ ଖର୍ଚ୍ଚ ହୋଇପାରିବ । ବିବାହ ସମ୍ବନ୍ଧୀୟ ଏହି ନିୟମ ଅନୁଯାୟୀ, ବର ଏବଂ ତାଙ୍କ ପରିବାର ଗାଁ ଅଞ୍ଚଳରେ ବରର ପରିବାରକୁ ଦେଇଥିବା ଉପହାର ଏଵଂ ସମ୍ପତ୍ତିର ମୂଲ୍ୟ ୬ଲକ୍ଷ ୩୫ହଜାରରୁ ଅଧିକ ହେବ ନାହିଁ । ଅତିଥିମାନଙ୍କୁ ଖାଇବାକୁ ଦେବା ମୂଲ୍ୟ ୩ ଲକ୍ଷ ୧୭ ହଜାରରୁ ଅଧିକ ହେବା ଉଚିତ ନୁହେଁ ।

ସହରରେ ଉପହାର ଏବଂ ସମ୍ପତ୍ତି ଦେବାର ସୀମା ୫ ଲକ୍ଷ ୩୦ ହଜାରରେ ରଖାଯାଇଛି ଏବଂ ଭୋଜି ଖର୍ଚ୍ଚର ସୀମା ହେଉଛି ୨ ଲକ୍ଷ ୧୧ ହଜାର ଟଙ୍କା । ଏହା ବ୍ୟତୀତ ସରକାର ଏହି ବିବାହର ରିସେପ୍ସନ ସମୟରେ କେବଳ ୧୫ ଟେବୁଲ ରଖିବାକୁ ପରାମର୍ଶ ଦେଇଛନ୍ତି ଏବଂ ଗାଁରେ ଟେବୁଲ ପିଛା ମୂଲ୍ୟ ୩୧୭୮ ଟଙ୍କାରୁ ଅଧିକ ହେବ ନାହିଁ । ସହରାଞ୍ଚଳରେ, ଟେବୁଲ ପିଛା ମୂଲ୍ୟ ୬୩୫୬ ରୁ ଅଧିକ ହେବା ଉଚିତ ନୁହେଁ ।

ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଝିଅମାନଙ୍କ ତୁଳନାରେ ଏହି ଦେଶରେ କେବଳ ୪.୨ କୋଟି ପୁଅ ଅଛନ୍ତି ଏବଂ ଏହି ଦେଶରେ ୧୦୦ ବାଳିକା ପ୍ରତି ୧୧୫ ପୁଅ ଅଛନ୍ତି । ଏହି କାରଣରୁ, ଏହି ଦେଶର ଅନେକ ପୁଅ ବିବାହ କରିପାରୁନାହାଁନ୍ତି ଏବଂ ଯେଉଁ ଝିଅମାନେ ଅଛନ୍ତି ସେମାନଙ୍କୁ ଅଧିକ ଯୌତୁକ ଦିଆଯାଇ ବିବାହ କରାଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ କେବଳ ଏତିକି ନୁହେଁ, ଯଦି ସମାନ ପରିସ୍ଥିତି ଉପୁଜେ, ୨୦୨୦ ସୁଦ୍ଧା ଏହି ଦେଶରେ ତିନି କୋଟି ବାଳକ ଅବିବାହିତ ରହିଯିବେ ।

Be the first to comment

Leave a Reply

Your email address will not be published.


*