ହଟ୍ ପ୍ୟାଣ୍ଟରେ ମୁମ୍ବାଇ ରାସ୍ତାରେ ବୁଲୁଥିବାର ନଜର ଆସିଲେ ମଲାଇକା ଅରୋରା !

ଅଭିନେତ୍ରୀ ମଲାଇକା ଅରୋରା ତାଙ୍କ ଫିଟନେସ୍ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୪୭ ବର୍ଷ ବୟସରେ ମଧ୍ୟ ମଲାଇକା ପ୍ରତିଦିନ ଯୋଗ, ବ୍ୟାୟାମ ଈତ୍ୟାଦି କରନ୍ତି ଏବଂ ଡାଇଟିଂ କରନ୍ତି । ଯାହାର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ପ୍ରାୟତ ସେୟାର କରନ୍ତି ।

କରୋନା ସମୟରେ ମଧ୍ୟ ଅଭିନେତ୍ରୀଙ୍କ ୱାର୍କଆଉଟ ରୁଟିନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜିକାଲି ସେ ଜିମ୍ ନ ଯାଇ ମୁମ୍ବାଇ ରାସ୍ତାରେ ଜଗିଂ କରୁଥିବାର ଦେଖିବାକୁ ମିଳୁଛି । ନିକଟରେ, ଯେତେବେଳେ ମଲାଇକା ଜଗିଂ ପାଇଁ ଘରୁ ବାହାରକୁ ଆସିଥିଲେ, ସେତେବେଳେ ତାଙ୍କର ଫୋଟୋ ଓ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା ।

ନିକଟରେ ମଲାଇକା ମୁମ୍ବାଇ ରାସ୍ତାରେ ଫେସ୍ ମାସ୍କ ପିନ୍ଧି ବୁଲୁଥିବାର ନଜର ଆସିଥିଲେ । ସେ ସ୍ପୋର୍ଟସ ଡ୍ରେସ୍ ପିନ୍ଧି ଜଗିଂ କରୁଥିଲେ । ମଲାଇକା ବର୍ତ୍ତମାନ ଡ୍ୟାନ୍ସ ସୋ ‘ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର’ରେ ଜର୍ଜ ଅଛନ୍ତି ।

ଏହି ଅଭିନେତ୍ରୀ ଦୀପାବଳି ପାଳିବା ପାଇଁ ମୁମ୍ବାଇଠାରୁ ବହୁ ଦୂର ଧର୍ମଶାଳାରେ ପହଞ୍ଚିଛନ୍ତି । ଯେଉଁଠାରେ ତାଙ୍କ ବଏଫ୍ରେଣ୍ଡ ଅର୍ଜୁନ କପୁର ନିଜ ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ମଲାଇକାଙ୍କ ଭଳି ଅର୍ଜୁନ କପୁର ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ନିଜ ଘରେ କ୍ୱାରେନଟାଇନ ରହିଥିଲେ । ଅର୍ଜୁନ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହି ଦୁଇଯୋଡି ସୁସ୍ଥ ଅଛନ୍ତି ଏବଂ ନିଜ କାମକୁ ଫେରିଛନ୍ତି ।

Be the first to comment

Leave a Reply

Your email address will not be published.


*