ରେମୋ ଡିସୁଜାଙ୍କ ସ୍ତ୍ରୀ ସଲମାନକୁ କହିଲେ “ଦେବଦୂତ” ! ଲେଖିଲେ – “ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇବା ଯୋଗୁଁ…”

ରେମୋ ଡିସୁଜାଙ୍କ ସ୍ତ୍ରୀ ସଲମାନକୁ କହିଲେ “ଦେବଦୂତ” ! ଲେଖିଲେ – “ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇବା ଯୋଗୁଁ…”

ରେମୋ ଡିସୁଜାଙ୍କ ସ୍ତ୍ରୀ ସଲମାନକୁ କହିଲେ “ଦେବଦୂତ” ! ଲେଖିଲେ- “ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇବା ଯୋଗୁଁ ଅଶେଷ ଅଶେଷ ଧନ୍ୟବାଦ ଭାଇ…”

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଡାନ୍ସ କୋରିଓଗ୍ରାଫର ରେମୋ ଡିସୁଜା ଗତ କିଛି ଦିନ ଆଗରୁ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ରେମୋ ଡିସୁଜା ହୃଦଘାତରେ ପୀଡିତ ଥିଲେ । ଏହାପରେ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେସବୁ ଛାଡ଼ନ୍ତୁ ବର୍ତ୍ତମାନ ରେମୋ ଭଲ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେପଟେ ବଡ଼ଦିନ ଅବସରରେ ତାଙ୍କ ସ୍ତ୍ରୀ ଲିଜେଲ ରେମୋ ଡିସୁଜା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି; ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଯେଉଁମାନେ ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ସହିତ ଛିଡ଼ା ହୋଇଥିଲେ । ଲିଜେଲ ରେମୋ ସହିତ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ସେ ରେମୋକୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ଫଟୋ ସହିତ ଲିଜେଲ ଲେଖିଛନ୍ତି ଯେ- “ଏହା ମୋର ଆଜି ପର୍ଯ୍ୟନ୍ତର ସବୁଠାରୁ ଭଲ କ୍ରିସମସ୍ ଉପହାର ଅଟେ… ! ଆପଣଙ୍କ ଏହି ସାହାଯ୍ୟ ଚିରଦିନ ପାଇଁ ମୋର ନିମନ୍ତେ ଅବିସ୍ମରଣୀୟ ହୋଇରହିବ । ଦୁଃଖଦ ସମୟର ଏକ ସପ୍ତାହ ପରେ ତୁମକୁ ଆଲିଙ୍ଗନ କରିଛି । ମୁଁ ହୃଦୟଙ୍ଗମ କରିଛି ଯେ, ତୁମ ଅନୁସାରେ ମୁଁ ଏକ ସୁପର ବୁମେନ (Super Woman) ଅଟେ କିନ୍ତୁ ମୁଁ ଏହି ଦୁଃଖଦ ପରିସ୍ଥିତିରେ ମୁଁ ନିଜକୁ ଅସହାୟ ଓ ଶିଶୁ ଭଳି ଅନୁଭବ କରୁଥିଲି । ମୁଁ କେବଳ ଗୋଟିଏ କଥା ଜାଣେ ଏବଂ ତା’ଉପରେ ବିଶ୍ୱାସ କରିଥିଲି ଯେ, ତୁମେ ଏକ ଯୋଦ୍ଧା ଭଳି ଆସିବ ।” ଏହି ପୋଷ୍ଟରେ ଲିଜେଲ କୋକିଲାବେନ ହସ୍ପିଟାଲର ଡାକ୍ତରମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ସଲମାନ ୟୁସୁଫ ଖାଁଙ୍କୁ କହିଲେ ଧନ୍ୟବାଦ :

ଲିଜେଲ କୋରିଓଗ୍ରାଫର ସଲମାନ ୟୁସୁଫ ଖାଁଙ୍କୁ ଧନ୍ୟବାଦ ଅର୍ପଣ କରି କହିଛନ୍ତି; “ମୁଁ ସର୍ବଦା ଜାଣିଥିଲି ଯେ ରେମୋ ଓ ମୁଁ ତୁମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଅଟୁ କିନ୍ତୁ କହିବା ଓ ଦେଖାଇବା ଦୁଇଟି ଭିନ୍ନ କଥା ଅଟେ ଏବଂ ତୁମେ ଏହା ସାବ୍ୟସ୍ତ କରିଦେଲ । ଆମ ସହିତ ରହିବ ପାଇଁ ଧନ୍ୟବାଦ ।”

ସଲମାନ ଖାଁଙ୍କୁ ଦେବଦୂତର ଆଖ୍ୟା ଦେଲେ :

ଲିଜେଲ, ଅଭିନେତା ସଲମାନ ଖାଁଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଲେ ଓ ତାଙ୍କୁ ଦେବଦୂତର ଆଖ୍ୟା ଦେଲେ । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ- “ମୁଁ ଆନ୍ତରିକତାର ସହ ସଲମାନ ଖାଁଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଯିଏ ମୋ ପାଇଁ ଭାବନାତ୍ମକ ସହଯୋଗ କରିଥିଲେ ଓ ସେ ମୋ ପାଇଁ ଏକ ଦେବଦୂତ ଅଟନ୍ତି । ଆମ ସହିତ ରହିବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।”

Leave a Reply

Your email address will not be published. Required fields are marked *