ବଡ଼ ହୋଇଗଲେଣି ୯୦ ଦଶକର ଏହି ଅଭିନେତ୍ରୀଙ୍କ ଝିଅମାନେ ! ସୁନ୍ଦରତାରେ ସମସ୍ତଙ୍କୁ ପଛରେ ପକାଇ ଦେଉଛନ୍ତି….

ସମୟ ଏତେ ଶୀଘ୍ର କିପରି ଗଡ଼ିଯାଏ ଜଣାପଡେ ନାହିଁ । ବର୍ତ୍ତମାନ ଯଦି ଆମେ ୯୦ ଦଶକର ସୁନ୍ଦରୀ ଅଭିନେତ୍ରୀ ଯେପରିକି ରବିନା ଟଣ୍ଡନ, କରିଷମା କପୂର, କାଜଲ, ଜୁହି ଚାୱଲା ଓ ମଧୁଙ୍କ ବିଷୟରେ ଆଲୋଚନା କରିବା, ଏ ସମସ୍ତେ ୯୦ ଦଶକରେ ରୂପେଲି ପରଦାରେ ଧମାଲ କରୁଥିଲେ କିନ୍ତୁ ବର୍ତ୍ତମାନ ୪୫ ବର୍ଷ ବୟସ୍କା ହୋଇଯାଇଥିବା ଏହି ଅଭିନେତ୍ରୀମାନେ ଯୌବନ ବୟସ ଅତିକ୍ରମ କରିସାରିଛନ୍ତି । ଆଜି ଆମେ ୯୦ ଦଶକର ଏହି ଅଭିନେତ୍ରୀଙ୍କ ଝିଅମାନଙ୍କ ବିଷୟରେ ଜଣାଇବୁ । ଏମାନେ ସୁନ୍ଦରତା ମାମଲାରେ ନିଜ ମାଁ ଭଳି ଅଟନ୍ତି ଓ ଖୁବଶୀଘ୍ର ବଲିଉଡ଼ରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ରାଶା ଠଡ଼ାନୀ : ରବିନା ଟଣ୍ଡନ ୧୯୯୨ ମସିହାରେ ‘ପଥର କେ ଫୁଲ’ ଚଳଚ୍ଚିତ୍ରରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ସେ ୨୦୦୪ ମସିହାରେ ଅନିଲ ଠଡ଼ାନୀଙ୍କୁ ବିବାହ କରିଥିଲେ । ଏବଂ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ରାଶା ଠଡ଼ାନୀ ଅଟେ ।

ରାଶା ଯିଏକି ଅନିଲଙ୍କ କନ୍ୟା ୧୫ ବୟସର ଅଟନ୍ତି ଓ ସୁନ୍ଦରତା ମାମଲାରେ ନିଜ ମାଁ ଭଳି ଦେଖାଯାନ୍ତି । ସେ ମୁମ୍ବାଇର ଧିରୁଭାଇ ଅମ୍ବାନୀ ଇଣ୍ଟର୍ନେସନଲ ସ୍କୁଲରେ ଶିକ୍ଷା ପ୍ରାପ୍ତ କରନ୍ତି ।

ନ୍ୟାସା ଦେବଗଣ : କାଜଲ ଓ ଅଜୟ ଦେବଗଣଙ୍କ ଝିଅ ନ୍ୟାସା ସୋସିଆଲ ମିଡ଼ିଆରେ ଖୁବ ଲୋକପ୍ରିୟ ଅଟନ୍ତି । ଅଧିକାଂଶ ସମୟରେ ତାଙ୍କ ଫଟୋଗୁଡିକ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ । କରିଛନ୍ତି ।

ନ୍ୟାସା ୧୭ ବର୍ଷୀୟା ଅଟନ୍ତି ଓ ଅନ୍ୟ ଷ୍ଟାର କିଡ୍ସ ଠାରୁ ସେ ଟିକିଏ ଭିନ୍ନ ଅଟନ୍ତି । ବଡ଼ ହୋଇ ସେ ମଧ୍ୟ ଅଭିନୟ ଜଗତରେ ପାଦ ରଖି ପାରନ୍ତି ।

ସମାୟରା କପୂର : କରିଷମା କପୂର ୯୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ୨୦୦୩ ରେ ସଞ୍ଜୟ କପୂରଙ୍କୁ ବିବାହ କରିଥିଲେ । ଯଦିଓ ୨୦୧୬ ରେ ଦୁହିଁଙ୍କ ଛାଡପତ୍ର ହୋଇଗଲା । କରିଷମାଙ୍କ ଝିଅଙ୍କ ନାମ ସମାୟରା ଅଟେ । ସେ ଦେଖିବାକୁ ନିଜ ମାଁ ଭଳି ।

୧୫ ବର୍ଷୀୟ ସମାୟରା ଧିରୁଭାଇ ଅମ୍ବାନୀ ଇଣ୍ଟର୍ନେସନଲ ସ୍କୁଲରେ ଶିକ୍ଷା ପ୍ରାପ୍ତ କରନ୍ତି । ମାତାପିତାଙ୍କ ଛାଡପତ୍ର ପରେ ସେ ମାଁ କରିଷମାଙ୍କ ସହିତ ରୁହନ୍ତି।

ଜାହ୍ନବୀ ମେହତା : ୯୦ ଦଶକର ଜଣେ ସୁନ୍ଦରୀ ଅଭିନେତ୍ରୀ ଜୁହି ଚାୱଲା ୧୯୯୫ ମସିହାରେ ଜୟ ମେହତାଙ୍କୁ ବିବାହ କରିଥିଲେ । ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଜାହ୍ନବୀ ଓ ଅର୍ଜୁନ । ଏ ଦୁହେଁ ଲଣ୍ଡନରେ ଶିକ୍ଷା ପ୍ରାପ୍ତ କରୁଛନ୍ତି ।

ଏମାନେ ମିଡ଼ିଆ ଲାଇମ ଲାଇଟ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଜାହ୍ନବୀ ସୋସିଆଲ ମିଡ଼ିଆରେ ମଧ୍ୟ ସକ୍ରିୟ ନୁହଁନ୍ତି । ତାଙ୍କୁ ସରଳ ଭାବେ ରହିବା ପସନ୍ଦ । ସେ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ବଦଳରେ ଏକ ଲେଖିକା ହେବା ପାଇଁ ଚାହଁନ୍ତି ।

ଅମାୟରା – କିୟାରା ଶାହ : ‘ଫୁଲ ଔର କାଟେ’ ଚଳଚ୍ଚିତ୍ରରୁ ବଲିଉଡ଼ରେ ଡେବ୍ୟୁ କରିଥିବା ମଧୁ ନିଜ ସୁନ୍ଦରତା ପାଇଁ ପ୍ରସିଦ୍ଧ ଥିଲେ । ସେ ୧୯୯୯ ରେ ଆନନ୍ଦ ଶାହଙ୍କୁ ବିବାହ କରିଥିଲେ । ଏହି ବିବାହରୁ ତାଙ୍କୁ ଦୁଇଟି ଝିଅ ଅଛନ୍ତି ଯାହାଙ୍କ ନାମ ଅମାୟରା ଓ କିୟାରା ଅଟେ । ଅମାୟରା ବର୍ତ୍ତମାନ ୧୮ ବର୍ଷର ହୋଇଥିବା ବେଳେ କିୟାରା ୧୬ ବର୍ଷ ବୟସର ଅଟନ୍ତି ।

ମଧୁ ନିଜର ଦୁଇଟି ଝିଅଙ୍କ ସହିତ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରନ୍ତି । ଏମାନଙ୍କ ମଧ୍ୟରୁ ଅମାୟରା ଦେଖିବାକୁ ଖୁବ ସୁନ୍ଦରୀ ।

Be the first to comment

Leave a Reply

Your email address will not be published.


*