୪୫ବର୍ଷ ବୟସର ହେଲେ ସୁସ୍ମିତା ସେନ, ଖୁବ ଶୀଘ୍ର କାଶ୍ମୀରର ବୋହୂ ହୋଇପାରନ୍ତି, ୨୫ବର୍ଷ ବୟସରେ ହୋଇଥିଲେ ସିଙ୍ଗଲ ମାତା

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଆଜି ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ସୁସ୍ମିତାଙ୍କ ଜନ୍ମ ୧୯ ନଭେମ୍ବର ୧୯୭୫ରେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦରେ ଏକ ବଙ୍ଗାଳୀ ବାଦିଆ ପରିବାରରେ ହୋଇଥିଲା । ସୁସ୍ମିତାଙ୍କ ପିତା ସୁବିର ସେନ୍ ହେଉଛନ୍ତି ଭାରତୀୟ ବାୟୁସେନା ୱିଙ୍ଗର ପୂର୍ବତନ କମାଣ୍ଡର ଏବଂ ଜଣେ ଅଳଙ୍କାର ଡିଜାଇନର ଏବଂ ଦୁବାଇ ସ୍ଥିତ ଏକ ଷ୍ଟୋରର ମାଲିକ ସୁବିର ସେନ ଅଟନ୍ତି । ତାଙ୍କର ଦୁଇ ଭାଇ-ଭଉଣୀ ଅଛନ୍ତି, ନୀଲମ-ରାଜୀବ ।

ସୁସ୍ମିତା ବିବାହ କରିନାହାଁନ୍ତି, ଯଦିଓ ସେ ଦୁଇଟି ଝିଅକୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିଛନ୍ତି । ସେ ନୂଆଦିଲ୍ଲୀର ବାୟୁସେନା ଗୋଲଡେନ ଜୁବୁଲି ଇନଷ୍ଟିଚ୍ୟୁଟ ଏବଂ ସିକେନ୍ଦ୍ରାବାଦର “ସେଣ୍ଟ ଆନ ହାଇସ୍କୁଲରୁ” ଅଧ୍ୟୟନ ସମାପ୍ତ କରିଛନ୍ତି । ୧୯୯୪ରେ ଯେତେବେଳେ ସୁସ୍ମିତା କିଶୋର ଅବସ୍ଥାରେ ଥିଲେ, ସେତେବେଳେ ସେ ଫେମିନା ମିସ ଇଣ୍ଡିଆ ଟାଇଟଲ ଜିତିଥିଲେ । ଏହା ପରେ ସେହି ବର୍ଷ ସେ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଥମ ମିସ ୟୁନିଭର୍ସ ହୋଇ ଦେଶକୁ ଫେରିଥିଲେ ।

ସୁସ୍ମିତା ମିସ ୟୁନିଭର୍ସ ପ୍ରତିଯୋଗିତା ଜିତିବା ଦିନ ଯେଉଁ ପୋଷାକ ପିନ୍ଧିଥିଲେ, ତାହାକୁ କୌଣସି ଡିଜାଇନର ତିଆରି କରିନଥିଲେ ବରଂ ସେହି ପୋଷାକକୁ ସେ ଜଣେ ସ୍ଥାନୀୟ ଟେଲର ଦୋକାନରୁ ସିଲେଇ କରିଥିଲେ । ଏଥିସହିତ ସେ ଯେଉଁ ଗ୍ଲୋଭସ ପିନ୍ଧିଥିଲେ, ତାହାକୁ ସେ ତାଙ୍କ ମାଆଙ୍କର ମୋଜାରୁ ତିଆରି କରିଥିଲେ । ମିସ ୟୁନିଭର୍ସ ହେବା ପରେ ସୁସ୍ମିତା ବଲିଉଡ ଆଡ଼କୁ ମୁହାଁଇ ଥିଲେ । ‘ଦ।ସ୍ତକ’ ମାଧ୍ୟମରେ ସେ ତାଙ୍କର ଚଳଚ୍ଚିତ୍ର ଜୀବନର ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ତାମିଲ ଚଳଚ୍ଚିତ୍ର “ରତ୍ଚଗନରୁ” ସଫଳତା ମିଳିଥିଲା ।

ଏହାପରେ ମୁକ୍ତିଲାଭ ହୋଇଥିବା ଚଳଚ୍ଚିତ୍ର ‘ସିରଫ ତୁମ’ ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୦ ମସିହାରେ ମାତ୍ର ୨୫ ବର୍ଷ ବୟସରେ ସେ ଗୋଟିଏ ଝିଅକୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିଥିଲେ, ଯାହାର ନାମ ରେନୀ ଥିଲା । ଅନେକ ଲୋକଙ୍କୁ ତାଙ୍କର ଏହି ନିଷ୍ପତ୍ତି ଭଲ ଲାଗିନଥିଲା କିନ୍ତୁ ସୁସ୍ମିତା ଏହାକୁ ଖାତିର କରିନଥିଲେ ଏବଂ ୨୦୧୦ ମସିହାରେ ଆଉ ଏକ ଝିଅକୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିଥିଲେ, ଯାହାର ନାମ ଅଲିଶା ଥିଲା ।

ସୁସ୍ମିତା ସାପ ମାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଏକ ଅଜଗର ସାପକୁ ପାଳିତ ଭାବରେ ରଖିଛନ୍ତି । ସୁସ୍ମିତା ହିନ୍ଦୀ ମିଡ଼ିୟମ ବିଦ୍ୟାଳୟରୁ ପାଠ ପଢ଼ିଛନ୍ତି ଏବଂ ସେ ୧୬ ବର୍ଷ ବୟସରେ ଇଂରାଜୀ ପଢିବା ଆରମ୍ଭ କରିଥିଲେ । କିନ୍ତୁ ଯଦି ଆପଣ ତାଙ୍କର ସ୍ଵାକ୍ଷର ଦେଖିବେ, ତେବେ ଆପଣଙ୍କୁ ଏହି କଥା ଭୁଲ ଲାଗିବ ।

ଏହା ମଧ୍ୟ ପଢନ୍ତୁ : କଙ୍ଗନା ରାଣାୱତଙ୍କ ବିରୋଧରେ ରଜ୍ଜୁ ହେଲା ଦେଶଦ୍ରୋହ ମାମଲା ! ପୋଲିସ ଦୁଇ ଭଉଣୀଙ୍କୁ ତୃତୀୟ ଥର ପାଇଁ ପଠାଇଲା ନୋଟିସ୍…

Be the first to comment

Leave a Reply

Your email address will not be published.


*