ଏହି ରାଜ୍ୟରେ ଲାଗୁ ହେଲା ନୂଆ ନିୟମ : ରାସ୍ତା କଡରେ ମଦ ପିଇଲେ ମିଳିବ ନାହିଁ କ୍ଷମା !

ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟରୁ ଅପରାଧକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାରେ ଲାଗିଛି । ଏଥିପାଇଁ ସରକାରଙ୍କ ତରଫରୁ ଅନେକ ଅଭିଯାନ ମଧ୍ୟ ଚାଲୁ ରହିଛି । ଯାହାକି ସଫଳ ମଧ୍ୟ ପ୍ରମାଣିତ ହେଉଛି । ପୁଣି ଏବେ ଉତ୍ତରପ୍ରଦେଶ ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଯାହାର ଲକ୍ଷ୍ୟ ହେଉଛି ମଦ୍ୟପଙ୍କ ଉପରେ ପ୍ରତିବନ୍ଧକ ଲଗାଇବା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ସଡ଼କକୁ ସୁରକ୍ଷିତ ବନାଇବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି ।

ଏହି ଅଭିଯାନର ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ କରାଯାଇଛି । ଯାହାକି ଦୁଇ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଅଭିଯାନ ଅନୁଯାୟୀ ଲକ୍ଷ୍ନୌର ସଡ଼କ ଏବଂ ମଦ ଦୋକାନରେ ମଦ୍ୟ, ୱାଇନ କିମ୍ବା ବିୟର ପିଉଥିବା ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଯିବ । ସହରର ସବୁ ମଦ ଦୋକାନ ରେ ସିସିଟିଭି ଇନଷ୍ଟଲ କରାଯିବ ଏବଂ ଏହାର ସାହାଯ୍ୟରେ କାରରେ ମଦ ପିଉଥିବା ଲୋକଙ୍କ ଉପରେ ନଜର ରଖାଯିବ । ଯେଉଁ ଲୋକମାନେ କାରରେ ମଦ ପିଇବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି କେହିବି ବ୍ୟକ୍ତି ଲକ୍ଷ୍ନୌରେ କୌଣସି ବ୍ୟକ୍ତଙ୍କୁ ସଡ଼କ କିମ୍ବା ମଦ ଦୋକାନରେ ଛିଡ଼ା ହୋଇ ମଦ୍ୟ ପାନ କରୁଥିବାର ଦେଖିବେ, ତେବେ ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିପାରିବେ । ପୋଲିସ ଏହି ଅଭିଯୋଗ ପାଇଁ ୯୪୫୪୪୦୧୫୦୮ ନମ୍ବର ଜାରି କରିଛନ୍ତି ଏବଂ କହିଛନ୍ତି ଯେ ଏଥିରେ ସାଧାରଣ ଜନତା ଫୋନ କରି ଅଭିଯୋଗ କରିପାରିବେ ।

ଲକ୍ଷ୍ନୌର ପୋଲିସ କମିଶନର ସୁଜିତ ପାଣ୍ଡେ ଏହି ଅଭିଯାନ ବିଷୟରେ କହିଛନ୍ତି ଯେ ସଡ଼କ ଏବଂ ମଦ ଦୋକାନରେ ମଦ୍ୟ ପିଉଥିବା ଲୋକଙ୍କ ବିରୋଧରେ ଅବକାରୀ ବିଭାଗ ସହିତ ମିଶି ୨ ମାସର ଅଭିଯାନ ଆରମ୍ଭ କରାଯାଇଛି । ଶନିବାର ଠାରୁ ଏହାର ଶୁଭାରମ୍ଭ ହୋଇଛି । ଏହି ଅଭିଯାନର ମୋନିଟରିଂ ଡିସିପି ହେଡକ୍ୱାଟର ସ୍ୱପ୍ନିଲ ମମଗାଈଙ୍କୁ ହସ୍ତାନ୍ତର କରାଯାଇଛି । ସଡ଼କ ଏବଂ ମଦ ଦୋକାନରେ ଛିଡ଼ା ହୋଇ ମଦ୍ୟ ପାନ କରୁଥିବା ଲୋକଙ୍କ ବିରୋଧରେ ଜନସଧ।ରଣ ପୋଲିସ ପାଖରେ ଅଭିଯୋଗ କରିପାରିବେ । ଅଭିଯୋଗ ପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି ।

ପୋଲିସ କମିଶନର ସୁଜିତ ପାଣ୍ଡେ କହିଛନ୍ତି ଯେ ମଦ ଦୋକାନର ମାଲିକଙ୍କୁ ଦୋକାନରେ ସିସିଟିଭି ଲଗାଇବାକୁ କୁହାଯାଇଛି । ଯାହାଦ୍ୱାରା ମଦ ଦୋକାନ ଏବଂ ତାହାର ଆଖପାଖର ସାହି ଓ ଗୋଳି ଉପରେ ନଜର ରଖାଯାଇପାରିବ । ସବୁ ଥାନା କ୍ଷେତ୍ରରେ ବୋଡି ୱାର୍ନ କ୍ୟାମେରା, ବ୍ରିଥ ଆନାଲାଇଜର ଦ୍ଵାରା ପୋଲିସକର୍ମୀ ମଦ ଦୋକାନର ଆଖପାଖ ଏବଂ ସଡ଼କରେ ଚେକିଂ କରିବେ । ଏହି ସବୁ ପୋଲିସବାଲା ପ୍ରତିଦିନ ଅଭିଯାନ ଜନିତ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଡିସିପି ହେଡକ୍ଵାଟରକୁ ଦେବେ ।

ପ୍ରକୃତରେ ଉତ୍ତରପ୍ରଦେଶରେ ମିଶନଶକ୍ତିର ମଧ୍ୟ ଆରମ୍ଭ କରାଯାଇଥିଲା । ଏହି ମିଶନ ଅନୁସାରେ ମହିଳାଙ୍କୁ ଅପବ୍ୟବହାର କରୁଥିବା ଲୋକଙ୍କୁ ଧରାଯାଉଛି । ଏହି ମିଶନ କିଛିମାତ୍ରାରେ ସଫଳ ହାଇଥିଲା ।

Be the first to comment

Leave a Reply

Your email address will not be published.


*