ଅତ୍ୟନ୍ତ ଜରୁରୀ ହୋଇଥାଏ ଦ୍ୱିପହରର ଭୋଜନ, ଜାଣନ୍ତୁ କେଉଁ ସମୟରେ ଏବଂ କେତେ ମାତ୍ରାରେ କରନ୍ତୁ ଭୋଜନ

ଅନେକ ଲୋକଙ୍କ ମନରେ ଏହି ଚିନ୍ତାଧାରା ଅଧିକ ରହିଥାଏ ଯେ ଦ୍ୱିପହରର ଭୋଜନ କେଉଁ ସମୟରେ ଏବଂ କେତେ ମାତ୍ରାରେ କରିବା ଉଚିତ । ତେବେ ଏହି ଲେଖା ପଢିବା ପରେ ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯିବ। ଏହି ଲେଖା ମାଧ୍ୟମରେ ଆପଣ ଦ୍ୱିପହର ର ଭୋଜନ କେଉଁ ସମୟରେ ଏବଂ କେତେ ମାତ୍ରାରେ ଖାଇବେ ତାହା ବିଷୟରେ ସମସ୍ତ ସୂଚନା ଦେବାକୁ ଯାଉଛୁ। ଏହାସହ କେଉଁ ଜିନିଷ ଖାଇବା ଉଚିତ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ ତାହା ମଧ୍ୟ ଏହି ଲେଖା ମାଧ୍ୟମରେ ଆପଣ ଜାଣି ପାରିବେ ।

ଦ୍ୱିପହରର ଭୋଜନ

ଲୋକେ ଦିନକୁ ତିନି ଥର ଭୋଜନ କରନ୍ତି । ଯାହାକି ସକାଳ ସମୟରେ ଥରେ, ଦ୍ୱିପହରରେ ଥରେ, ଏବଂ ରାତିରେ ଥରେ ଭୋଜନ କରିଥାନ୍ତି । ପ୍ରାୟତଃ ଶୋକଳ ସମୟର ଭଜନ ଏବଂ ରାତ୍ରି ଭୋଜନ ବିଷୟରେ ପ୍ରତ୍ୟେକ ଲୋକ ଭଲଭାବରେ ଜାଣିଥାନ୍ତି । କିନ୍ତୁ ଅନେକ ଲୋକ ଦ୍ୱିପହର ଭୋଜନ ସମୟରେ କଣ ଖାଇବା ଉଚିତ ତାହା ଜାଣି ନଥାନ୍ତି ଅଧିକ ଲୋକ ତୋ ଦ୍ୱିପହରର ଭୋଜନ ହି କରି ନଥାନ୍ତି ।

ଦ୍ୱିପହରର ଭୋଜନ କେଉଁ ସମୟରେ ଏବଂ କେତେ ପରିମାଣରେ କରିବା ଉଚିତ ତାହା ଲୋକମାନେ ଜାଣି ନଥାନ୍ତି । ଯେଉଁ ଭଳି ଭାବରେ ସକାଳ ଏବଂ ରାତ୍ରି ଭୋଜନ ଶରୀର ପାଇଁ ଜରୁରୀ ହୋଇଥାଏ ସେହିପରି ଦ୍ୱିପହରର ଭୋଜନ ମଧ୍ୟ ଅତ୍ୟଧିକ ମାତ୍ରାରେ ଜରୁରୀ ହୋଇଥାଏ । ଏଥିପାଇଁ ଆପଣ ଦ୍ୱିପହରର ଭୋଜନ ନକରିବାର ଭୁଲ କରନ୍ତୁ ନାହିଁ ।

କେଉଁ ସମୟ ରେ ଦ୍ୱିପହରର ଭଜନ ଖାଇବା ଉଚିତ :

ଭୋଜନ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ଏବଂ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ସେଥିପାଇଁ ଦ୍ୱିପହରର ଭୋଜନ କରିବା ଉଚିତ ଏବଂ ଏହା 12 ଘଣ୍ଟା ସମୟ ପରେ ଏବଂ 2 ଘଣ୍ଟା ସମୟ ପୂର୍ବରୁ କରିବା ଉଚିତ । ଯଦି ଆପଣ ଜଳଖିଆ ସକାଳ ସମୟରେ ଶୀଘ୍ର କରୁଛନ୍ତି ତେବେ ଦ୍ୱିପହରର ଭୋଜନ 12ଘଣ୍ଟା ସମୟରେ କରନ୍ତୁ କିନ୍ତୁ ଯଦି ଆପଣ ସକାଳ ର ଜଳଖିଆ 10ଟାରେ କରୁଛନ୍ତି ତେବେ ଦ୍ୱିପହରର ଭୋଜନ 2ଟା ପୂର୍ବରୁ କରନ୍ତୁ । କେବେ ମଧ୍ୟ ଏହାଠାରୁ ଅଧିକ ସମୟ କରନ୍ତୁ ନାହିଁ ।

କେତେ ମାତ୍ରାରେ ଖାଇବେ ଦ୍ୱିପହର ର ଭୋଜନ :

ଦ୍ୱିପହରର ଭୋଜନ କେଉଁ ସମୟରେ କରିବା ଉଚିତ ଜାଣିବା ପରେ ଆପଣଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ କେତେ ପରିମାଣରେ ଭୋଜନ କରିବେ । ଦ୍ୱିପହରର ଭୋଜନ ଅଧିକ ହେବା ଉଚିତ ନୁହେଁ କାହିଁକି ନା ଏହାଦ୍ବାରା ଆଳସ ପଣ ଆସିଯାଇଥାଏ ଏବଂ ମସ୍ତିଷ୍କ କାମ କରି ନଥାଏ । ଏଥିପାଇଁ ଦ୍ୱିପହରର ଭୋଜନ ହାଲୁକା ହେବା ଉଚିତ ।

ଖାଦ୍ୟର ପରିମାଣ :

• ଯଦି ଆପଣ ରୋଟି ଦ୍ୱିପହରର ଭୋଜନରେ ଖାଉଛନ୍ତି ତେବେ ଆପଣ ତିନୋଟି ରୋଟି କୁ ସାମିଲ କରି ପାରିବେ ଏହା ସହ ଅଧା କଟରି ଡାଲି ଏବଂ ତରକାରୀ ଓ ଦହି ସାମିଲ କରିପାରିବେ ।

• ଯଦି ଆପଣଙ୍କୁ ଭାତ ପସନ୍ଦ ଅଛି ତେବେ ଏହା ସହ ଆପଣ ଡାଲି ଏବଂ ତରକାରୀ ଓ ଦହି ମଧ୍ୟ ସାମିଲ କରିପାରିବେ।

• ଅନେକ ଲୋକ ରୋଟି ଏବଂ ଭାତ ମିଶେଇ ଖାଇବାକୁ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କୁ ଏହି ଦୁଇଟି ଯାକ ପସନ୍ଦ ଅଛି ତେବେ ଆପଣ ଗୋଟିଏ କଟରି ଭାତ ଦୁଇଟି ରୋଟି ସହ ଡାଲି, ତରକାରୀ ଓ ଦହି ମଧ୍ୟ ସାମିଲ କରି ପାରିବେ ।

• ଦ୍ୱିପହରର ଭୋଜନରେ ଆପଣ ଈଡଲି ଏବଂ ସାମ୍ବାରି ମଧ୍ୟ ଖାଇପରିବେ ।

ଆପଣ କେବଳ ଧ୍ୟାନ ରଖିବେ ଯେ ଖାଦ୍ୟ ଯେପରି ଭାରି ନହେବ। ଭୋଜନରେ ଆପଣ ସବୁ ଜିନିଷକୁ ସାମିଲ କରିପାରିବେ କିନ୍ତୁ ଅଳ୍ପ ଅଳ୍ପ କରି ଖାଇବେ ଯାହାଦ୍ଵାରା ଖାଦ୍ୟ ହଜମ ଶୀଘ୍ର ହେବ ।

ଦ୍ୱିପହରର ଭୋଜନ ଅତ୍ୟଧିକ ଜରୁରୀ ହୋଇଥାଏ କିନ୍ତୁ ଆପଣ ଏହା ଧ୍ୟାନ ରଖିବେ ଯେ ଜଳଖିଆ ପରି ଦ୍ୱିପହରର ଭୋଜନ ଅଧିକ ଭାରି ଯେପରି ନହେଉ । ଡାକ୍ତର ଙ୍କ ଅନୁସାରେ ଖାଦ୍ୟ ପେଟ ପୁରାଇ ଖାଇବା ଉଚିତ କିନ୍ତୁ ଦ୍ୱିପହରର ଭୋଜନ ହାଲୁକା ହେବା ଉଚିତ। ଜେଉଁପରି ସକାଳ ଭୋଜନ ରୁ ଦ୍ୱିପହରର ଭୋଜନ କମ ଖାଇବା ଉଚିତ ସେହିପରି ଦ୍ୱିପହରର ଭୋଜନ ରୁ ରାତ୍ରି ଭୋଜନ କମ ହେବା ଉଚିତ ।

କାହିଁକି ଜରୁରୀ ହୋଇଥାଏ ଦ୍ୱିପହରର ଭୋଜନ :

ଯେଉଁ ଲୋକ ଦ୍ୱିପହରର ଭୋଜନ କରି ନଥାନ୍ତି ସେମାନଙ୍କୁ ହାଲିଆ ଅନୁଭବ ହୋଇଥାଏ ଏବଂ ଦୁର୍ବଳ ମଧ୍ୟ ହୋଇଯାଇଥାନ୍ତି। ଅଧିକ ଲୋକ ଅଫିସ ଯାଇଥାନ୍ତି ସେଥିପାଇଁ ତାଙ୍କୁ ଶକ୍ତି ଆବଶ୍ୟକ ହୋଇଥାଏ । ଶରୀରକୁ ଶକ୍ତି ମିଳିବା ପାଇଁ ଦ୍ୱିପହରର ଭୋଜନ ଅତ୍ୟନ୍ତ ଜରୁରୀ ଅଟେ । ଭୋଜନ 12ଘଣ୍ଟା ସମୟ ପରେ ଏବଂ 2ଘଣ୍ଟା ସମୟ ପୂର୍ବରୁ କରିବା ଉଚିତ । ଏବଂ ଖାଦ୍ୟ ପୁଷ୍ଟିକର ହେବା ଉଚିତ ।

ଏହି କଥାର ଧ୍ୟାନ ରଖନ୍ତୁ :

• ଅଧିକ ଲୋକ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣି ପିଅନ୍ତି ଯାହାକି ଉଚିତ ନୁହେଁ ଖାଦ୍ୟ ଖାଇବା ପରେ ଅତି କାମରେ 30 ମିନିଟ ପରେ ପାଣି ପିଅନ୍ତୁ ।

• ଖାଦ୍ୟ ଖାଇବା ପରେ କେବେମଧ୍ୟ ଜୁସ କିମ୍ବା କ୍ଷୀର ପିଅନ୍ତୁ ନାହିଁ ।

• ଖାଦ୍ୟ ଖାଇବା ପରେ ବସିବା କିମ୍ବା ଶୋଇବା ପରେ ଟିକେ ଚଳୋବୁଲୋ କରନ୍ତୁ ଯାହାଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇଯିବ ।

• ଅନେକ ଲୋକ ଖାଦ୍ୟ ଖାଇବା ପରେ ଚାହା କିମ୍ବା କଫି ପିଅନ୍ତି ଯାହାକି ଉଚିତ ନୁହେଁ ଏହାଦ୍ୱାରା ଖାଦ୍ୟ ରେ ଥିବା ତତ୍ତ୍ଵ ଶରୀରକୁ ମିଳିପାରି ନଥାଏ ।

• ଦ୍ୱିପହରର ଭୋଜନରେ ପନିର କିମ୍ବା ମାଂସ ସାମିଲ କରନ୍ତୁ ନାହିଁ କାହିଁକି ନା ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ।

• ଯଦି ଆପଣ ଡାଇଟ କରୁଛନ୍ତି ତେବେ ଭୋଜନରେ ଜୁସ କିମ୍ବା ସୂପକୁ ସାମିଲ କରନ୍ତୁ ଏବଂ ଏହାର ଧ୍ୟାନ ରଖନ୍ତୁ ଯେ କେବେମଧ୍ୟ ଆପଣ ଭୋକ କୁ ମାରନ୍ତୁ ନାହିଁ।

• ଭୋଜନରେ ଆପଣ ତରକାରୀ କୁ ସାମିଲ କରନ୍ତୁ । ଏହା ବ୍ୟତୀତ ସାଲାଟ ମଧ୍ୟ ସାମିଲ କରିପାରିବେ ।

• ସର୍ବଦା ଘର ଖାଦ୍ୟ ହିଁ ଖାଆନ୍ତୁ ।

ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଦ୍ୱିପହରର ଭୋଜନ କେଉଁ ସମୟରେ ଏବଂ କେତେ ମାତ୍ରାରେ ଖାଇବା ଉଚିତ ର ସୂଚନା ମିଳିବା ପରେ ମୁଁ ଆଶା କରୁଛି ଆପଣଙ୍କର ସମସ୍ତ ଚିନ୍ତା ଦୂର ହୋଇଯାଇଥିବ । ଏହାସହ ଆପଣଙ୍କୁ କଣ ଖାଇବା ଉଚିତ ଏବଂ କଣ ନୁହେଁ ତାହା ମଧ୍ୟ ଜ୍ଞାତ ହୋଇଯାଇଥିବ ।

Be the first to comment

Leave a Reply

Your email address will not be published.


*