୪୭ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ପ୍ରଭୁ ଦେବା, ଭାଣିଜୀ ସହିତ ଅଛନ୍ତି ରିଲେଶନସିପରେ…

ବଲିଉଡ଼ ଏବଂ ସାଉଥର ଜଣାଶୁଣା ନିର୍ଦେଶକ, ନିର୍ମାତା ଏବଂ ଆକ୍ଟର ପ୍ରଭୁ ଦେବା ଅନେକଥର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ପୁଣିଥରେ ସେ ନିଜର ରିଲେଶନସିପକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଭୁ ଦେବାଙ୍କୁ ନେଇ ଏହି ଚର୍ଚ୍ଚା ହେଉଛି ଯେ ତାଙ୍କୁ ପୁଣିଥରେ ପ୍ରେମ ହୋଇ ଯାଇଛି ଏବଂ ସେ ଖୁବଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ପୁଣିଥରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ପ୍ରଭୁ ଦେବା ନିଜ ଭାଣିଜୀଙ୍କ ସହିତ ରିଲେଶନସିପରେ ଅଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ୪୭ ବର୍ଷ ବୟସରେ ପଭୁ ଦେବା ନିଜ ଭାଣିଜୀଙ୍କ ସହିତ ବିବାହ କରିବାକୁ ପ୍ଲାନ୍ ବନାଇଛନ୍ତି କିନ୍ତୁ ବର୍ତ୍ତମାନ ପ୍ରଭୁ ଦେବା କିମ୍ବା ତାଙ୍କ ସମ୍ପର୍କୀୟ ଏହି ବିଷୟରେ କୌଣସି ଖବର ଜଣାଇନାହାନ୍ତି । ପ୍ରଭୁ ଦେବା ୧୯୯୫ ମସିହାରେ ରାମଲତଙ୍କୁ ପ୍ରଥମ ବିବାହ କରିଥିଲେ । ରାମଲତ ଇସଲାମ୍ ଧର୍ମରୁ ଥିଲେ । ବିବାହ ପରେ ରାମଲତ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏବଂ ନିଜ ନାମକୁ ବଦଳାଇ ଲତା ରଖିଥିଲେ ।

ପ୍ରଭୁ ଦେବା ଏବଂ ଲତାଙ୍କର ତିନୋଟି ସନ୍ତାନ ଅଛନ୍ତି । ୨୦୦୮ ମସିହାରେ ତାଙ୍କ ବଡ଼ ପୁଅ ବିଶାଲଙ୍କର କ୍ୟାନ୍ସର କାରଣରୁ ମୃତ୍ୟୁ ହୋଇଯାଇଥିଲା । ଛାଡ଼ପତ୍ର ପରେ ପୁଅଙ୍କ କସ୍ଟଡି ଲତାଙ୍କୁ ମିଳିଲା କିନ୍ତୁ ପ୍ରଭୁଙ୍କୁ ନିଜ ସନ୍ତାନ ମାନଙ୍କ ସହିତ ସାକ୍ଷାତ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । ପ୍ରଭୁ ଦେବାଙ୍କ ନାମ ସାଉଥର ଲୋକପ୍ରିୟ ଅଭିନେତ୍ରୀ ନୟନତାରାଙ୍କ ସହିତ ଯୋଡ଼ିଥିଲା । ୨୦୦୯ରେ ନୟନତାରା ଏବଂ ପ୍ରଭୁ ଦେବା ଲିଭଇନ୍ ରିଲେଶନସିପରେ ରହିଥିଲେ । ୨୦୧୨ରେ ପ୍ରଭୁ ଦେବାଙ୍କ ସହିତ ବ୍ରେକପ୍ କରିଥିଲେ ।

ବର୍ତ୍ତମାନ ସେ ନିଜର ଆଗାମୀ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ଼ ଭାଇ’ର ନିର୍ଦେଶନା କରୁଛନ୍ତି । ଏହି ଫିଲ୍ମରେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ ଏବଂ ଦିଶା ପଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହା ବ୍ୟତୀତ ପ୍ରଭୁ ଦେବା ସାଉଥର ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ କାମ କରିବାରେ ନଜର ଆସିବେ । କହିରଖୁଛୁ ଯେ ପ୍ରଭୁ ଦେବା ଅଭିନେତା ‘ପୋନ ମନିକୱେଲ’ ତାଙ୍କର ୫୦ ତମ ଫିଲ୍ମ ଅଟେ । ଏହି ଫିଲ୍ମରେ ସେ ପ୍ରଥମଥର ପୋଲିସ ଭୂମିକାରେ ନଜର ଆସିବେ ।

Be the first to comment

Leave a Reply

Your email address will not be published.


*