୪୫ କୋଟିର ଆପାର୍ଟମେଣ୍ଟରୁ ନେଇ ୩ କୋଟିର କାର୍ ପର୍ଯ୍ୟନ୍ତ, ଏହି ୫ଟି ବିଳାସପୂର୍ଣ ସମ୍ପତ୍ତିର ମାଲିକାଣୀ ଅଟନ୍ତି କ୍ୟାଟ୍ରିନା କୈଫ !

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବର୍ତ୍ତମାନ ସମୟରେ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଏବଂ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କ୍ୟାଟ୍ରିନା କୈଫ ଚଳଚ୍ଚିତ୍ର ଏବଂ ବିଜ୍ଞାପନରୁ ବାର୍ଷିକ ପାଖପାଖି ୨୩ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ୨୦୧୯ ମସିହାରେ ଫୋବର୍ସ ଇଣ୍ଡିଆର ସବୁଠାରୁ ଅଧିକ ରୋଜଗାର କରୁଥିବା କଳାକାର ମାନଙ୍କର ତାଲିକାରେ ତାଙ୍କୁ ୨୩ତମ ସ୍ଥାନ ମିଳିଥିଲା ।

କ୍ୟାଟ୍ରିନା ୨୦୦୩ ମସିହାରେ ‘ବୁମ୍’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା କିନ୍ତୁ ଏହାପରେ କ୍ୟାଟ୍ରିନାଙ୍କୁ ଭାରତରେ ମଡେଲିଂର ଅନେକ ଆସାଇନମେଣ୍ଟ ମିଳିବାକୁ ଲାଗିଥିଲା । କେବଳ ହିନ୍ଦୀ ଚଳଚ୍ଚିତ୍ର ନୁହେଁ, କ୍ୟାଟ୍ରିନା ୨୦୦୪ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ମାଲିଶ୍ୱରୀ’ରେ କାମ କରିଥିଲେ । ଏହା ମାଧ୍ୟମରେ କ୍ୟାଟ୍ରିନାଙ୍କର ସଲମାନଙ୍କ ସହ ସାକ୍ଷାତ ହୋଇଥିଲା ।

୨୦୦୫ ମସିହାରେ ସଲମାନ କ୍ୟାଟ୍ରିନାଙ୍କୁ ନିଜ ଚଳଚ୍ଚିତ୍ର ‘ମେନେ ପ୍ୟାର୍ କ୍ୟୁ କିୟା’ ପାଇଁ କାଷ୍ଟ କରିଥିଲେ । ଚଳଚ୍ଚିତ୍ରଟିକୁ ସଫଳତା ମିଳି ପାରିନଥିଲା କିନ୍ତୁ କ୍ୟାଟ୍ରିନାଙ୍କ କ୍ୟାରିଅର ଜବରଦସ୍ତ ଭାବରେ ଚାଲିଲା । ଏହାପରେ ସେ କେବେ ମଧ୍ୟ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୦୭ ମସିହାରେ ନମସ୍ତେ ଲଣ୍ଡନ, ‘ଅପନେ’, ‘ପାର୍ଟନର’ ଏବଂ ‘ୱେଲକମ୍’ ଭଳି ହିଟ୍ ଚଳଚ୍ଚିତ୍ର ଦେଇ କ୍ୟାଟ୍ରିନା ଇଣ୍ଡଷ୍ଟ୍ରିର ନମ୍ବର ୧ ହିରୋଇନ ହୋଇଗଲେ ।

ଏହାପରେ ମଧ୍ୟ କ୍ୟାଟ୍ରିନା ‘ରେସ୍’, ‘ସିଂହ ଇଜ୍ ବ୍ଲିଙ୍ଗ’, ‘ନ୍ୟୁୟର୍କ’, ‘ରାଜନୀତି’, ‘ଜିନ୍ଦେଗି ନା ମିଲେଗି ଦବାରା’, ‘ଟାଇଗର’, ‘ଜବ୍ ତକ୍ ହେ ଜାନ୍’, ‘ଧୁମ୍ ୩’, ‘ବ୍ୟାଙ୍ଗ ବ୍ୟାଙ୍ଗ’ ଏବଂ ‘ଟାଇଗର ଜିନ୍ଦା ହେ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି ।

କ୍ୟାଟ୍ରିନା କୈଫ ବର୍ତ୍ତମାନ ସମୟରେ ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କ୍ୟାଟ୍ରିନାଙ୍କ ମାଲିକାନାରେ ୫ଟି ସବୁଠାରୁ ଦାମିକା ଜିନିଷ ଦେଖାଇବାକୁ ଯାଉଛୁ ।

୧) ମୁମ୍ବାଇରେ ୪୫ କୋଟିର ଆପାର୍ଟମେଣ୍ଟ:-

କ୍ୟାଟ୍ରିନା କୈଫଙ୍କର ମୁମ୍ବାଇର ଅନ୍ଧେରୀ ଠାରେ ମୌର୍ଯ୍ୟା ହାଉସରେ ୪୫ କୋଟି ଟଙ୍କା ମୁଲ୍ୟର ୪ବିଏଚକେ ବିଳାସପୂର୍ଣ ଆପାର୍ଟମେଣ୍ଟ ରହିଛି । ଏହି ଆପାର୍ଟମେଣ୍ଟରେ ଏକ ବହୁତ ବଡ଼ ଟେରେସ ମଧ୍ୟ ରହିଛି । ଯେଉଁଥିରେ କ୍ୟାଟ୍ରିନାଙ୍କୁ ପ୍ରାୟତଃ ବ୍ୟାୟାମ କରୁଥିବାର ଦେଖା ଯାଇଥାଏ ।

୨) ଲଣ୍ଡନରେ ୭.୦୨ କୋଟିର ବିଳାସପୂର୍ଣ ପ୍ରାସାଦ:-

କ୍ୟାଟ୍ରିନା କୈଫ ବ୍ରିଟିଶ ମହିଳା ଅଟନ୍ତି, ତାଙ୍କ ପରିବାର ଲୋକେ ଲଣ୍ଡନରେ ହିଁ ବାସ କରନ୍ତି । ଲଣ୍ଡନର ହମ୍ପଷ୍ଟିଡ଼ ଠାରେ ଅବସ୍ଥିତ ବିଳାସପୂର୍ଣ ପ୍ରାସାଦର ମୁଲ୍ୟ ପାଖାପାଖି ୭.୦୨ କୋଟି ଟଙ୍କା ଅଟେ ।

୩) ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗୟୁ ଏଲବିଡବ୍ଲ୍ୟୁ (୨.୩୭ କୋଟି):-

କ୍ୟାଟ୍ରିନା ୨୦୧୯ ମସିହାରେ ଏହି ରେଞ୍ଜ ରୋଭର ଭୋଗୟୁ ବିଳାସପୂର୍ଣ କାର ୨.୩୭ କୋଟି ଟଙ୍କା ଦେଇ କିଣିଥିଲେ । କ୍ୟାଟ୍ରିନାଙ୍କ ପୂର୍ବରୁ ଏହି ବିଳାସପୂର୍ଣ କାରକୁ ଶାହାରୁଖ ଖାନ୍, ଆଲିଆ ଭଟ୍ଟ, ବିରାଟ କୋହଲି, ଅକ୍ଷୟ କୁମାର ଏବଂ ରଣବୀର କପୁର ମଧ୍ୟ କିଣି ସାରିଛନ୍ତି ।

୪) ଓଡ଼ି କ୍ୟୁ୭ (୮୦ ଲକ୍ଷ):-

କ୍ୟାଟ୍ରିନାଙ୍କ ଗ୍ୟାରେଜରେ ‘ଓଡ଼ି କ୍ୟୁ୭’ର ପ୍ରିମିୟମ୍ ମୋଡେଲ ମଧ୍ୟ ରହିଛି । ଏହି ବିଳାସପୂର୍ଣ କାରର ଏକ୍ସ ଶୋରୁମ୍ ମୁଲ୍ୟ ୬୭ ଲକ୍ଷରୁ ୮୦ ଲକ୍ଷ ଟଙ୍କା ମଧ୍ୟରେ ଅଟେ ।

୫) ମର୍ସିଡିଜ ଏମଏଲ ୩୫୦ (୫୦ ଲକ୍ଷ):-

କିଛି ବର୍ଷ ପୂର୍ବରୁ ମର୍ସିଡିଜ ଏମଏଲ ୩୫୦ କ୍ୟାଟ୍ରିନାଙ୍କ ସବୁଠାରୁ ପ୍ରିୟ କାର୍ ଭାବରେ ରହି ଆସିଥିଲା । ମର୍ସିଡିଜର ପ୍ରିମିୟମ୍ ମୋଡେଲର ଏହି କାରର ମୁଲ୍ୟ ୫୦ ଲକ୍ଷ ଟଙ୍କା ପାଖାପାଖି ଅଟେ ।

Be the first to comment

Leave a Reply

Your email address will not be published.


*